ଭଦ୍ରକ, ୨୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାରଙ୍କ ୨ବର୍ଷ ପୂର୍ତି ଅବସରରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଚାଲୁଅଛି । ଏହି ଉପଲକ୍ଷେ ତିହିଡି଼ ବ୍ଲକର ୩ ପଂଚାୟତରେ ଗୁରୁବାର ସୁଭଦ୍ରା ଶକ୍ତି ସମାବେଶ ଓ ସୁଭଦ୍ରା ଶକ୍ତି ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକର ଗୁଆମାଳ, ଦୋଳସହି ଓ ବାରସର ପଂଚାୟତରେ ହିତାଧିକାରୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସେହିସବୁ ପଂଚାୟତରେ ଅନୁଷ୍ଠିତ ସଭାରେ ଅତିଥି ମାନେ ଯୋଗଦେଇ ମହିଳା ସଶକ୍ତହେଲେ ଏକ ସମୃଦ୍ଧ ରାଷ୍ଟ୍ର ଗଠନ ହୋଇପାରିବ ବୋଲି କହିଥିଲେ। ପଂଚାୟତଗୁଡ଼ିକରେ ହିତାଧିକାରୀମାନଙ୍କୁ ଭତା, ଆନ୍ତୋଦୟ ଗୃହ ଯୋଜନାରେ କାର୍ଯ୍ୟାଦେଶ, ମହିଳା ଗୋଷ୍ଠୀ ଓ ଲକ୍ଷପତି ଦିଦିଙ୍କୁ ଋଣ ବଂଟନ କରାଯାଇଥୁବା ବେଳେ ମହିଳା ଗୋଷ୍ଠୀ ପକ୍ଷରୁ ବିଭିନ୍ନ ଷ୍ଟଲ ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ଗୁଆମାଳ ପଂଚାୟତରେ ନାଏବ ସରପଂଚ କାର୍ତିକ ଚନ୍ଦ୍ର ଶତପଥୀଙ୍କ ସଂଚାଳନରେ ଏକ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ପିଇଓ ଡ.ଅରୁଣ କୁମାର ପଣ୍ଡା, ଏଡ଼ିଓ ସଂଯୁକ୍ତା ମଲିକ, ଅଙ୍ଗନୱାଡି ସୁପରଭାଇଜର କାଜୋଲ ନାୟକ, ସରପଂଚଙ୍କ ପ୍ରତିନିଧି ରଣଜିତ କୁମାର ଜେନା, ୱାର୍ଡ଼ସଭ୍ୟ ପ୍ରଦୀପ ପାଣିଗ୍ରାହୀ, ସଭ୍ୟ ଓ ରୂପାଲି ଦାସ ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହିଳା ସଂଘ ସଭାନେତ୍ରୀ ସ୍ୱର୍ଣ ଲତା ଜେନା,ସମ୍ପାଦିକା କନକ ଲତା ଜେନା,ଏମବିକେ ସୁନିତା ସାମଲ,ଏଲ ଏସ ପି ସୁବଳ କୁମାର ଦାସ ଓ ସମାଜ ସେବୀ ସତ୍ୟା ନନ୍ଦ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇଥିଲେ।ସେହିପରି ବାରସର ପଂଚାୟତରେ ଏଡ଼ିଓ ଗୌରହରି ଜେନାଙ୍କ ସଂଚାଳନରେ ଅନୁଷ୍ଠିତ ସଭାରେ ସରପଂଚ ଚକ୍ରଧର ଦାସ, ପୂର୍ବତନ ସରପଂଚ ରାଜାରାମ ମହାକୁଡ଼, ଏମବିକେ ମମତା ରାଣୀ ବିଶ୍ୱାଳ, ଓଏଲଏମର ଏସଡ଼ିଏସ ପ୍ରଫୁଲ୍ଲ ମଲିକ, ଅଙ୍ଗନୱାଡି ସୁପରଭାଇଜର ପ୍ରମିଳା ବେହେରା, ବ୍ୟାଙ୍କମିତ୍ର ରଶ୍ମିତା ନାୟକ,ସିଆରପି ସବିତା ମହାପାତ୍ର,ପଦ୍ମାଳୟା ମିଶ୍ର,ମାନସୀ ଦାସ,ରଶ୍ମି ରେଖା ପରିଡା,ଲିଲୀୟନ୍ତି ପ୍ରଭା ଦାସ,ବସନ୍ତି ଲତା ପରିଡା,ଅଙ୍ଗନବାଡି କର୍ମୀ ସୁକାନ୍ତି ନାୟକ, ସସ୍ମିତା ମଳିକ,ଗୀତାଞ୍ଜଳି ଶତପଥୀ, କୌଶଲ୍ୟା ମଳିକ ପ୍ରମୁଖ ଯୋଗ ଦେଇଥିଲେ । ଦୋଳସାହି ପଂଚାୟତରେ ପୂର୍ବତନ ସରପଂଚ ସୁଶାନ୍ତ କୁମାର ସେଠୀ ଙ୍କ ସଂଚାଳନରେ ସଭାରେ ସରପଂଚ ଗୌରୀଶଙ୍କର ଜେନା, ମିଶନ ଶକ୍ତି ବିପିସିଏ ସେଲିନା ନାୟକ, ଏଲଏସପି ଲଷ୍ମୀଧର ମଲିକ, ଜିଆରଏସ ଫରଉତ ତବସୁମ, ଏମବିକେ ସୁଶୀଳା ନାଥ, ବାସନ୍ତୀ ଧୁପାଳ,ମହିଳା ସଂଘ ସଭାନେତ୍ରୀ ଶାନ୍ତି ଲତା ପାଣି,ସମ୍ପାଦିକା ରାଧାରଣୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ମହିଳା ଗୋଷ୍ଠିର ସଭାନେତ୍ରୀ, ସମ୍ପାଦିକା, ଅଙ୍ଗନୱାଡି କର୍ମୀ, ସିଆରପି, ବ୍ୟାଙ୍କ ମିତ୍ର ପ୍ରମୁଖଙ୍କ ସମେତ ଶତାଧିକ ମହିଳା ଯୋଗ ଦେଇଥିଲେ ।
Home ଜିଲ୍ଲା ପରିକ୍ରମା ବିଭିନ୍ନ ପଂଚାୟତରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ, ସୁଭଦ୍ରା ଶକ୍ତି ସମାବେଶ ଓ ସୁଭଦ୍ରା...








