Home ଜିଲ୍ଲା ପରିକ୍ରମା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭଦ୍ରକ ପକ୍ଷରୁ ଆନ୍ତର୍ଜାତୀୟ ନିଶାଦ୍ରବ୍ୟର ଅପବ୍ୟବହାର ଏବଂ ଅବୈଧ ଚାଲାଣ...

ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭଦ୍ରକ ପକ୍ଷରୁ ଆନ୍ତର୍ଜାତୀୟ ନିଶାଦ୍ରବ୍ୟର ଅପବ୍ୟବହାର ଏବଂ ଅବୈଧ ଚାଲାଣ ବିରୋଧୀ ଦିବସ ପାଳିତ

1

ଭଦ୍ରକ, ୨୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ରାଜ୍ୟ ଆଇନ୍ ସେବା ପ୍ରାଧିକରଣ, କଟକଙ୍କ ପ୍ରଦତ କାର୍ଯକ୍ରମ ଅନୁସାରେ ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ଲଲାଟେନ୍ଦୁ ଜେନାଙ୍କ ନିର୍ଦ୍ଦେଶ କ୍ରମେ ଜିଳ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକଙ୍କ ଦ୍ୱାରା ଅବନ୍ତିକା ବିଜ୍ଞାନ କଲେଜ, ଚରମ୍ପା, ଭଦ୍ରକଠାରେ ଛାତ୍ର ଛାତ୍ରୀ ମାନଙ୍କୁ ନିଶା ନିବାରଣ ସମ୍ପର୍କରେ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ, ପୂଣ୍ୟଶ୍ଳୋକ ରଥ ଏହି ସଚେତନତା କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ । ଉପସ୍ଥିତ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଭଦ୍ରକ, ଖଗେଶ୍ୱର ସେଠୀ, ଏଲ୍‌.ଏ.ଡିସ୍‌.ଏସ୍‌., ସହାୟକ- ନ୍ୟାୟ ରକ୍ଷକ, ତାପସ କୁମାର ମହାନ୍ତି, ଭଦ୍ରକ,ଅବନ୍ତିକା ବିଜ୍ଞାନ କଲେଜ, ଅଧ୍ୟକ୍ଷ, ଇଞ୍ଜିନିୟର ଅମିତ କୁମାର ମଲ୍ଲିକ, ଅବକାରୀ ବିଭାଗ, ଅଧୀକ୍ଷକ, ନରୋତମ ମିଶ୍ର, ନିୟୁ ଲାଇଫ ନିଶା ନିବାରଣ ମୁଖ୍ୟ ପରିଚାଳକ, ପଙ୍କଜ କୁମାର ସାହୁ ପ୍ରମୁଖ ଅତିଥି ଗଣ ଏହି ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ନିଜବକ୍ତବ୍ୟରେ କହିଥିଲେ ଯେ ତମାଖୁ ସେବନ ଏକ ମହାମାରୀ । ତମାଖୁ ସେବନ ଦ୍ୱାରା ବ୍ୟକ୍ତି ନିଜର ସ୍ୱାସ୍ଥ୍ୟ ଜନିତ ସମସ୍ୟା ଏବଂ ଆର୍ôଥକ ଓ ସାମାଜିକ ବୋଝର ଶିକାର ହୁଅନ୍ତି, ତେଣୁ ତମାଖୁ ଠାରୁ ଦୂରେଇ ରୁହନ୍ତୁ। ନିଶାଦ୍ରବ୍ୟରୁ ଦୂରେଇ ରହି ନିଶାମୁକ୍ତ ଜୀବନ ଧାରଣ କରିବା ପାଇଁ ଛାତ୍ର ଛାତ୍ରୀମାନଙ୍କୁ ପ୍ରେରଣା ଦିଆଯାଇଥିଲା। ସୁସ୍ଥ ସମାଜ ଗଠନ ପାଇଁ ଛାତ୍ରଛାତ୍ରୀମାନେ ଆଗେଇ ଆସିବା ସହ ସମସ୍ତଙ୍କୁ ସଚେତନ ହେବାକୁ ପଡିବ। ନିଜ ଜୀବନକୁ ନିଶା ଠାରୁ ଦୂରେଇ ଦିଅନ୍ତୁ । ଏହି ଅବସରରେ ସମସ୍ତେ ଏକ ସ୍ୱରରେ ନିଶା ନିବାରଣ ନିମନ୍ତେ ଶପଥ ନେଇଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣ ର କର୍ମୀଗଣ ତଥା କଲେଜର ଅଧ୍ୟାପକ, ଅଧ୍ୟାପିକା ଏବଂ ୧୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଗଣ ନିଶା ନିବାରଣ ନିମନ୍ତେ ଏକ ଶୋଭାଯାତ୍ରାରେ ସାମିଲ ହୋଇଏହି କାର୍ଯକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.