Home ଜିଲ୍ଲା ପରିକ୍ରମା ଜାଗୁଳା ପଂଚାୟତରେ ବିଜେପିର କର୍ମୀ ସମ୍ମିଳନୀ, ଚାନ୍ଦବାଲି ପଂଚାୟତ ସମିତି ଦଖଲ କରିବାକୁ ଆହ୍ୱାନ

ଜାଗୁଳା ପଂଚାୟତରେ ବିଜେପିର କର୍ମୀ ସମ୍ମିଳନୀ, ଚାନ୍ଦବାଲି ପଂଚାୟତ ସମିତି ଦଖଲ କରିବାକୁ ଆହ୍ୱାନ

1

ଭଦ୍ରକ, ୨୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକ ଜାଗୁଳା ପଂଚାୟତ ରେ ବିଜେପି ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମା ଧାମରାଇ ମଣ୍ଡଳ ସଭାପତି ତ୍ରିଦିବେଶ ପ୍ରଧାନଙ୍କ ସଭାପତିତ୍ୱରେ ଏହି କର୍ମୀ ସମ୍ମିଳନୀ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଥିବା ବେଳେ ଏହି ସମ୍ମିଳନୀରେ ଜାଗୁଳା ପଂଚାୟତ ସମିତି ସଭ୍ୟା ସଞ୍ଜୁକ୍ତା ଦାସ, ଯୁବ ନେତା ବିପିନ ବେହେରା, ସମାଜସେବୀ ସୁବାଷ ଦାସ,ଯୁବ ନେତା କାର୍ତିକ ଗୁଡିଆ, ଯୁବନେତା ଜ୍ୟୋତିରଞ୍ଜନ ଲେଙ୍କା ପ୍ରମୁଖ ମଂଚାସୀନ ଥିଲେ। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦେଶରେ ଆଗାମୀ ପଂଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଚାନ୍ଦବାଲି ପଂଚାୟତ ସମିତିକୁ ବିଜେପି ନିଶ୍ଚୟ ଭାବେ ଦଖଲକୁ ଆଣିବ ବୋଲି ମଂଚାସୀନ ବ୍ୟକ୍ତି ବିଶେଷ ମାନେ ସଂକଳ୍ପ ନେଇଥିଲେ। ତୃଣମୂଳ ସ୍ତରରୁ ବିଜେପିର ହାତ ମୁଠାକୁ ସୁଦୃଢ କରିବାସହ ବିଗତ୨୪ବର୍ଷ ଶାସନ ମଧ୍ୟରେ ଦେଶରେ ଅରାଜକତା ବ୍ୟାପିବା ଧାମରା ବନ୍ଦରରେ ବିଜୁ ଜନତା ଦଳର କର୍ମୀ ମାନେ ଜୋର ଜବରଦସ୍ତ ଫାଇଦା ହାସଲ କରି ଆସୁଥିବା ବେଳେ ଆଜି ପର୍ଯ୍ୟନ୍ତ କୌଣସି ଯୁବକ ଯୁବତୀ ମାନଙ୍କୁ ଧାମରା ବନ୍ଦର ମଧ୍ୟରେ ପୂର୍ବ ସରକାର ନିଯୁକ୍ତି ମଧ୍ୟ ଦେଇ ପାରିନାହିଁ। ଆଜି ଭଳି ଦିନରେ ଦେଶ ତଥା ରାଜ୍ୟରେ ଡବଲ ଇଞ୍ଜିନ ସରକାର ଦେଶ ତଥା ରାଜ୍ୟର ଉନ୍ନତି ରେ ସହାୟକ ହୋଇଛି ବୋଲି ମତପ୍ରକାଶ ପାଇଥିଲା। ହୋଇଥିବା କର୍ମୀ ସମ୍ମିଳନୀରେ, ପ୍ରିୟରଞନ ପ୍ରଧାନ, ସୂର୍ଯ୍ୟକାନ୍ତ ବିଶ୍ୱାଳ, ଦେବବ୍ରତ ବିଶ୍ୱାଳ, ମନୋଜ ଲେଙ୍କା ,ବସନ୍ତ ଖିଲାର, ରତିକାନ୍ତ ଜେନା, ଦୁର୍ଗା ବାରିକ, ଜିତାରାଣୀ ଲେଙ୍କା , ଶ୍ରାବଣୀ ଲେଙ୍କା, ସୁଲୋଚନା ଦାସ, ସୁମିତ୍ରା ସିଂ, ଅନୁସୟା ଗୁଡିଆ, ପ୍ରମିଳା ମହାକୁଡ, ସ୍ୱର୍ଣପ୍ରଭା ଲେଙ୍କା,ରାଜ କୁମାର କାଣ୍ଡାର, ସୁନାକାର ଜେନା ଙ୍କ ସମେତ ଶତାଧିକ କର୍ମୀ ମାନେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.