ଭଦ୍ରକ, ୨୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ତିହିଡି଼ ବଜାର ସ୍ଥିତ ଟାଉନ ହଲ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ତିହିଡି ବ୍ଲକ ବିଜେପି ପକ୍ଷରୁ ଏହି ଶିବିର ଆୟୋଜନ କରାଯାଇଥିଲା। ସାଂସଦ ପ୍ରତିନିଧି ସୀତାକାନ୍ତ ନାୟକ ମନ୍ତ୍ରୀ ପ୍ରତିନିଧି ରଘୁନାଥ ପାତ୍ର ସରପଂଚ ଶୁଭ୍ରନାରାୟଣ ସେଠୀ ଯୋଗଦେଇ ଶୁଭ ଉଦ୍ଘାଟନ କରିଥିଲେ। ସଂମ୍ମାନିତ ଅତିଥି ଭାବରେ ପୂର୍ବତନ ଅଧ୍ୟକ୍ଷ ଶୁକଦେବ ମଲ୍ଲିକ ଆଇନଜୀବି ଉମାକାନ୍ତ ଦାସ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସହ କରିଥିଲେ। ବ୍ଲଡ଼ ବ୍ୟାଙ୍କ ପକ୍ଷରୁ ରବୀନ୍ଦ୍ର ଜେନା, ପ୍ରତିମା ଜେନା, ଗାୟତ୍ରୀ ଓଝା, ଶରତ ଦାସ, ଏସ କେ ବୁଦ୍ଧିଆ ରକ୍ତ ସଂଗ୍ରହ କରିଥିଲେ। ଶିବିରରୁ ୨୫ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା।ଐସାନ୍ୟ ଚଣ୍ଡୀ ମଣ୍ଡଳ ସଭାପତି ସାଇ ଶରଣ ବେହେରା, ଅଭୟ ମଲ୍ଲିକ, ରଘୁନାଥ ମଲ୍ଲିକ, କାଁହୁଚରଣ ଶତପଥି, ମାନସ ନାୟକ, ଅମିୟ ଚାନ୍ଦ ନାୟକ, ରାଜକିଶୋର ନାୟକ, ପ୍ରତାପ ଯେନା, ବସନ୍ତ ବେହେରା,ଜୟ ପ୍ରକାଶ ବେହେରା ପ୍ରମୁଖ ଉପସ୍ଥିତ ରହି ରକ୍ତଦାନ ଶିବିରକୁ ସହଯୋଗ କରିଥିଲେ। ସଖାଳୁ ମେଡିକାଲରେ ରୋଗୀ ମାନଙ୍କୁ ଫଳ ବଂଟନ କରାଯାଇଥିଲା।








