Home Top News ଓ.ପି.ଜି.ସିର ପୁଞ୍ଜିପ୍ରତ୍ୟାହାର ଏକ ଷଡ଼ଯନ୍ତ୍ରର କାହାଣୀ ଏବଂ ଏହାକୁ ଶୀଘ୍ର ସରକାର ରଦ୍ଧ କରନ୍ତୁ :...

ଓ.ପି.ଜି.ସିର ପୁଞ୍ଜିପ୍ରତ୍ୟାହାର ଏକ ଷଡ଼ଯନ୍ତ୍ରର କାହାଣୀ ଏବଂ ଏହାକୁ ଶୀଘ୍ର ସରକାର ରଦ୍ଧ କରନ୍ତୁ : କଂଗ୍ରେସ

68

ଭୁବନେଶ୍ୱର ୨୯-୧ (ଓଡ଼ିଆ ପୁଅ) ରାଜ୍ୟ ସରକାର ୨୦୧୩ ମସିହାରୁ ରାଜ୍ୟର ଆୟ ବଳକା ବୋଲି ରାଜ୍ୟ ସରକାର ଡିଣ୍ଡିମ ପିଟୁଛନ୍ତି। ରାଜ୍ୟର ରାଜ୍ୟ ସରକାର ୨୦୨୦ ମସିହାରେ ଓ.ପି.ଜି.ସି.ର ଅଂଶିଦାର ଏ.ଇ.ଏସ୍‌. ପାଖରୁ ୪୯ ପ୍ରତିଶତ ଅଂଶଧନକୁ ଏକ ହଜାର କୋଟି ଟଙ୍କାରେ କ୍ରୟ କଲେ ଏବଂ ୨୦୨୦ ମସିହା ଠାରୁ ଓ.ପି.ଜି.ସି. ସଂପୂର୍ଣ୍ଣ ଭାବରେ ରାଜ୍ୟ ସରକାରଙ୍କ ନିଜସ୍ୱ ଉଦ୍ୟଗୋ ରୁପେ ପରିଗଣିତ ହେଲା। କିନ୍ତୁ ଯେଉଁ ଅଂଶଧନକୁ ଦୁଇ ବର୍ଷ ପୂର୍ବରୁ କିଣାଯାଇଥିଲା ସେ ଅଂଶକୁ ପୂନଃର୍ବାର ରାଜ୍ୟ ସରକାର କାହିଁକି ବିକ୍ରି କରିବା ପାଇଁ ନିଷ୍ପତି ନେଇଛନ୍ତି ଏବଂ ସେଥିପାଇଁ ଗ୍ଲୋବାଲ ଟେଣ୍ଡର ଆହ୍ୱାନ କରାଯାଇଛି। ହଠାତ୍ କ’ଣ ଏଭଳି ଏକ ରାଜ୍ୟ ସରକାରଙ୍କ ପାଖରେ ଅର୍ଥର ଆବଶ୍ୟକତା ପଡ଼ିଲା ଯଦ୍ୱାରାକି ରାଜ୍ୟ ସରକାର ନିଜର ଆବଶ୍ୟକତା ଖର୍ଚ୍ଚକୁ ମେଂଟାଇବା ପାଇଁ ଓ.ପି.ଜି.ସିର ଦୁଇ ବର୍ଷ ତଳୁ କିଣାଯାଇଥିବା ଅଂଶଧନକୁ ବିକ୍ରି କରିବା ପାଇଁ ବାଧ୍ୟ ହେଲେ। ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ଶିଳ୍ପ ବିକାଶର ସ୍ୱପ୍ନ ଦେଖାଉଥିଲାବେଳେ ଆଜି କାହିଁକି ନିଜସ୍ୱ ବିଦ୍ୟୁତ ଉତ୍ପାଦନକାରୀ ସଂସ୍ଥାର ଅଂଶଧନକୁ ବିକ୍ରି କରାଯାଉଛି। ବିଦ୍ୟୁତବିନା ରାଜ୍ୟରେ ଶିଳ୍ପ ବିକାଶ କେବେ ହେଲେ ସମ୍ଭବ ହେବ ନାହିଁ। ପୂର୍ବରୁ ଓ.ପି.ଜି.ସି.ର ଅଂଶଧନକୁ ଏ.ଇ.ଏସ୍‌କୁ ବିକ୍ରିକରି ରାଜ୍ୟରେ ପ୍ରବୁତ କ୍ଷତି ଘଟିଛି। ଝାରସୁଗୁଡ଼ା ଠାରେ ବନହରିପାଲ ଠାରେ ଓ.ପି.ଜି.ସି.ର ନିଜସ୍ୱ ତାପଜ ବିଦ୍ୟୁତ କେନ୍ଦ୍ର କଂଗ୍ରେସ ସରକାରଙ୍କ ସମୟରେ ୧୯୮୪ ମସିହାରେ ସ୍ଥାପନ କରାଯାଇଥିଲା। ସେତେବେଳେ ୧୭୪୦ ମେଗାୱାଟର ବିଦ୍ୟୁତ ଉତ୍ପାଦନର ଧାର୍ଯ୍ୟ କରାଯାଇଥିଲା। କିନ୍ତୁ କଂଗ୍ରେସ ସରକାର ସମୟରେ ମାତ୍ର ୨ଟି ୟୁନିଟ୍ (୨୧୦ ୍ଠ ୨) ସ୍ଥାପନ କରାଯାଇଥିଲା ଏବଂ ବାକି ୨ ଟି (୬୬୦ ୍ଠ ୨) ଏହି ଦୁଇଟି ୟୁନିଟ୍ ଏ.ଇ.ଏସ୍‌. ସହାୟତାରେ କରାଯିବା ପାଇଁ ନିଷ୍ପତି ହୋଇଥିଲା। କିନ୍ତୁ ୨୦୧୨ ମସିହା ପର୍ଯ୍ୟନ୍ତ ଏ.ଇ.ଏସ୍‌. ଏହି ଦୁଇଟି ୟୁନିଟର ସ୍ଥାପନ ପାଇଁ ଆଗ୍ରହ ଦେଖାଇଲା ନାହିଁ। ଫଳରେ ଏ ରାଜ୍ୟ ସରକାରଙ୍କର ଅପାରଗତା ଯୋଗୁଁ ଏହି ୟୁନିଟିର ସ୍ଥାପନ ଖର୍ଚ୍ଚର କ୍ଷତି ୨୦୦୦ କୋଟି ଟଙ୍କାକୁ ଛୁଇଁଲା ବୋଲି ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ମେଡ଼ିଆ ସେଲର ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା କହିଛନ୍ତି। ଶ୍ରୀ ବେହେରା ଦାବି କରିଛନ୍ତି ଏହି ଅଂଶଧନ ଖରିଦ୍ / ବିକ୍ର୍ରି କରିବା ଆଳରେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଦୁର୍ନିତ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଯେତେବେଳେ ଓ.ପି.ଜି.ସି.କୁ ନିଜସ୍ୱ କୋଇଲା ବ୍ଲକ ଅଛି ଏବଂ ଏହି କୋଇଲା ଖଣିରେ ୫୦ ହଜାର ମେଟ୍ରିକ୍‌ଟନରୁ ଅଧିକ କୋଇଲା ଗଚ୍ଛିତ ଅଛି ବୋଲି ଜଣାପଡ଼ିଛି। ଯଦ୍ୱାରାକି ଆସନ୍ତା ୩୨ ବର୍ଷ ପାଇଁ ଓ.ପି.ଜି.ସି.ର ବିୁଦ୍ୟତ ଶକ୍ତି ଉତ୍ପାଦନରେ କୌଣସି ବାଧା ଉପୁଜିବ ନାହିଁ। ଅନ୍ୟ ରାଜ୍ୟମାନଙ୍କରେ ଯଥା – ମହାରାଷ୍ଟ୍ର – ୩୬୨୮୫ ମେଗାୱାଟ, ଆନ୍ଧ୍ରପ୍ରଦେଶ – ୨୨୦୫୩ ମେଗାୱାଟ, ଛତିଶଗଡ଼-୧୬୯୨୦ ମେଗାୱାଟ, ରାଜସ୍ଥାନ – ୨୦୬୪୨ ମେଗାୱାଟ ବିଦ୍ୟୁତ ଉତ୍ପାଦନ କରୁଥିଲାବେଳେ ଆମ ରାଜ୍ୟ ବହୁ ପଛରେ। ପୂର୍ବ ଅନୁଭୂତିରୁ ବହୁଶିକ୍ଷା ପାଇଲା ପରେ ମଧ୍ୟ ଏ ନିଷ୍ପତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ରାଜ୍ୟକୁ କ୍ଷତି ପହଂଚାଇବା ପାଇଁ କଂଗ୍ରେସ ଅଭିଯୋଗ କରିଛି। ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ରଜନୀ ମହାନ୍ତି ଗଣମାଧ୍ୟମକୁ ପ୍ରକାଶ କରି କହିଛନ୍ତି ଓ.ପି.ଜି.ସି.ର ଏ.ଇ.ଏସ୍‌. ୪୯ ପ୍ରତିଶତ ଅଂଶଧନ ଖରିଦ କରିବା ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ ବିକ୍ରି କରିବା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର। ଏହାଦ୍ୱାରା ରାଜ୍ୟ ରାଜକୋଷକୁ ଶହ ଶହ କୋଟି ଟଙ୍କା ଏବଂ ଓ.ପି.ଜି.ସି. ଭଳି ଏକ ଲାଭକାରୀ ସଂସ୍ଥାକୁ କ୍ଷତି ପହଂଚାଇବା ପାଇଁ ଏ ନିଷ୍ପତି ନିଆଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ସେ ମହାନ୍ତି ସାମ୍ବାଦିକ ମାନଙ୍କୁ ସୂଚନା ପ୍ରଦାନ କରି କହିଛନ୍ତି ଯେ, ଓ.ପି.ଜି.ସି. ୨୦୧୬, ୨୦୧୭ ମସିହା ପାଖରୁ ୨୦୧୯ ମସିହା ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଲାଭ କରୁଥିଲା।

ବର୍ଷ କମ୍ପାନୀର ବ୍ୟବସାୟ କମ୍ପାନୀର ନିଟ୍ ଲାଭ/କ୍ଷତି

ମୋଟ ମୂଲ୍ୟ

୨୦୧୬-୨୦୧୭ ୭୫୮ କୋଟି ୬୭.୯୩ କୋଟି (ଲାଭ)

୨୦୧୭-୨୦୧୮ ୬୨୩.୧୨ କୋଟି ୪.୭୯ କୋଟି (ଲାଭ)

୨୦୧୮-୨୦୧୯ ୭୩୨.୭୬ କୋଟି ୧୭୧.୪୮ କୋଟି (ଲାଭ)

୨୦୧୯-୨୦୨୦ ୧୬୪୩.୩୬ କୋଟି ୧୪୩.୨୨ କୋଟି (କ୍ଷତି)

୨୦୨୦-୨୦୨୧ ୨୩୯୩.୧୯ କୋଟି ୧୮୮.୯୫ କୋଟି (କ୍ଷତି)

୨୦୨୧-୨୦୨୨ ୨୮୬୬.୭୯ କୋଟି ୧୦୫.୩୭ କୋଟି (କ୍ଷତି)

ଉପରୋକ୍ତ ଟେବୁଲ୍‌ରୁ କମ୍ପାନୀର ବ୍ୟବସାୟୀୟ ମୂଲ୍ୟ ୨୦୨୧-୨୦୨୨ ସୁଧା ପାଖାପାଖି ୪ ଗୁଣା ବୃଦ୍ଧି ପାଇଲା ବେଳେ କ୍ଷତି ମଧ୍ୟ ବହୁ ପରିମାଣରେ ବୃଦ୍ଧି ଘଟିଲା। ଯଦି ବ୍ୟବସାୟିକ ମୂଲ୍ୟ ଯେତେବେଳେ କମ୍ ଥିଲା ସେତେବେଳେ ଲାଭ ହେଉଥିଲା କିନ୍ତୁ ବ୍ୟବସାୟ / ଆୟ ବୃଦ୍ଧି ପାଇଲାବେଳେ କମ୍ପାନୀର ନିଟ୍‌ଲାଭ ପରିବର୍ତେ କ୍ଷତି କିପରି ହେଲା। ଏହା ମନୁଷ୍ୟକୃତ କି? ୨୦୧୬-୨୦୧୭, ୨୦୧୭-୨୦୧୮, ୨୦୧୮-୨୦୧୯ ଆର୍ଥିକ ବର୍ଷରେ କମ୍ପାନୀର ଲାଭରେ ଡିଭିଡ଼େଂଟ ଦିଆଯାଇନଥିଲା। କମ୍ପାନୀର ସମସ୍ତ ଲାଭକୁ ସଂଗୃହିତ ଲାଭ (ବମମଙ୍କଜ୍ଞଙ୍କକ୍ଷସବଗ୍ଧରୟ କ୍ଟ୍ରକ୍ସକ୍ଟଲସଗ୍ଧ) ଦେଖାଯାଉଥିଲା। ଯଦ୍ୱାରାକି କମ୍ପାନୀର ବାଲାନ୍ସ ସିଟ୍ ବହୁତ ଉଜ୍ଜ୍ୱଳ ଓ ଶକ୍ତିଶାଳୀ କରାଯାଉଥିଲା। ଫଳସ୍ୱରୂପ କମ୍ପାନୀର ପ୍ରତି ସେୟାରର ରୋଜଗାର ମୂଲ୍ୟ ବହୁପରିମାଣରେ ବୃଦ୍ଧି ପାଇଲା। ଠିକ୍ ସେହି ସମୟରେ ଓଡ଼ିଶା ସରକାର ଓଡ଼ିଶା ହାଇଡ଼୍ରୋପାୱାର କର୍ପୋରେସନ ମାଧ୍ୟମରେ ଏ.ଇ.ଏସ୍‌.ର ୪୯ ପ୍ରତିଶତ ଅଂଶଧନକୁ ୧ ହଜାର କୋଟିରେ କିଣିଲେ। ପ୍ରଶ୍ନ ଉଠୁଛି ଏଭଳି ଅନୁକମ୍ପା ଏ.ଇ.ଏସ୍‌.କୁ ଦେଖାଇବାବେଳେ କାରଣ କ’ଣ। ନା’ ଏଥିରେ କିଛି ଶହ ଶହ କୋଟି ଟଙ୍କା ଦୁର୍ନିତ କରାଯାଇଛି ବୋଲି କଂଗ୍ରେସ ପ୍ରଶ୍ନ କରୁଛି। କିନ୍ତୁ ଅଂଶଧନ ଖରିଦ୍ କରିବାର ୨ ବର୍ଷ ପରେ ଓ.ପି.ଜି.ସି. କ୍ରମାନ୍ୱୟରେ କ୍ଷତି କରୁଛି। ଫଳରେ କମ୍ପାନୀର ବାଲାନ୍‌ସ୍‌ଟି ଦୁର୍ବଳ ହୋଇଯାଇଛି। ଏବଂ ଆରର୍ନିଙ୍ଗ ପର ସେୟାର ର ମୂଲ୍ୟ ମଧ୍ୟ କମିଯାଇଛି। ଠିକ୍ ଏଭଳି ସ୍ଥିତିରେ ପୁଣଈି ସେହି ଅଂଶଧନକୁ ବିକିବା ଦ୍ୱାରା ଓ.ଏଚ୍‌.ପି.ସି. ୧୦୦୦ କୋଟି ଟଙ୍କା ଏବଂ ୧୦୦୦ କୋଟି ଟଙ୍କା ପାଇବ କି? ନା’ ଏହି ଅଂଶଧନକୁ କମ୍ ଦାମରେ ବିକ୍ରି କରିବ। ଯେହେତୁ କମ୍ପାନୀ କ୍ଷତି କରୁଛି ତେଣୁ ଏଭଳି ସ୍ଥିତିରେ କ୍ରେତାମାନେ ଅଧିକ ପଇସା ଦେଇ ସେୟାର କାହିଁକି କଣିବେ। ଫଳରେ ଏହି କିଣା ବକାଷର ଯେୁଁ ଶହ ଶହ କୋଟି ଟଙ୍କା କ୍ଷତି ହେବ। ଏହାର ଦାୟିତ୍ୱ କିଏ ନବ। ଏ କ୍ଷତି ନିଜର ରାଜନୈତିକ ଫାଇଦା ଏବଂ କିଛି ବଡ଼ ବଡ଼ ଆଇ.ଇ.ଏସ୍‌ଙ୍କୁ ଫଇଦା ପହଂଚାଇବା ପାଇଁ କରାଯାଇଛି କି ବୋଲି କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ଦାବି କରୁଛି ଯେ ଅଂଶଧନ ବିକ୍ରିୟକୁ ବନ୍ଦ କରାଯାଉ ଏବଂ ଓ.ପି.ଜି.ସି.ର ଏକ ପ୍ରୋପ୍ରିଏଟି ଅଡ଼ିଟ୍ କରାଯାଉ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ତଥା ମୁଖପାତ୍ର – ମନୋରଞ୍ଜନ ଦାସ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.