Home ଜିଲ୍ଲା ପରିକ୍ରମା ସାଂସଦ ଓ ବିଧାୟକଙ୍କ ଦ୍ୱାରା ଫେମିନା ମେକ୍‌ପ ଷ୍ଟୁଡ଼ିଓ ଉଦ୍‌ଘାଟିତ

ସାଂସଦ ଓ ବିଧାୟକଙ୍କ ଦ୍ୱାରା ଫେମିନା ମେକ୍‌ପ ଷ୍ଟୁଡ଼ିଓ ଉଦ୍‌ଘାଟିତ

20

ଭଦ୍ରକ, ୨୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରର ମୁଖ୍ୟ ଛକ ବୋଲାଉଥିବା ବନ୍ତଛକ ସେଲ୍‌ଟେକ୍ସ ଅଫିସ୍ ନିକଟରେ ଫେମିନା ମେକପ୍ ଷ୍ଟୁଡ଼ିଓକୁ ଭଦ୍ରକର ସାଂସଦ ମଞ୍ଜୁଲତା ମଣ୍ଡଳ ଏବଂ ବିଧାୟକ ସଂଜୀବ ମଲ୍ଲିକ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ଫେମିନା ମେକପ୍ ଷ୍ଟୁଡ଼ିଓର ପରିଚାଳନା ନିର୍ଦ୍ଦେଶିକା ଶର୍ମୀଷ୍ଟା ବୋଇତି, ସାଂସଦ ଶ୍ରୀମତୀ ମଣ୍ଡଳ ଏବଂ ବିଧାୟକ ଶ୍ରୀ ମଲ୍ଲିକଙ୍କୁ ପୁଷ୍ପଗୁଚ୍ଛପ୍ରଦାନ କରି ସ୍ୱାଗତ କରିଥିଲେ । ପରେ ଉଭୟ ମେକପ୍ ଷ୍ଟୁଡ଼ିଓରେ ଫିତାକାଟି ଉଦ୍‌ଘାଟନ କରିବା ସହ ପାରିପାର୍ଶିକ ଦୃଶ୍ୟକୁ ଦେଖି ପ୍ରଶଂସା କରିଥିଲେ । ଭଦ୍ରକ ଭଳି ଏକ ଜିଲ୍ଲାରେ ଆଧୁନିକ ଢା଼ଞ୍ଚାରେ ଖୋଲିଥିବା ଏହି ବିୟୁଟି ପାର୍ଲର ମହିଳାଙ୍କର ସବୁ ପ୍ରକାର ଆଧୁନିକ ମେକପ୍ ପ୍ରଦାନ କରିପାରିବ ବୋଲି ଅତିଥିମାନେ କହିଥିଲେ । ଏହି ଅବସରରେ ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କର ପ୍ରାକ୍ତନ ଡିଜିଏମ୍ ଅଶ୍ୱନୀ କୁମାର ନାୟକ, ପୌରପାଳିକା ଯୁବବିଜେଡ଼ି ସଭାପତି ଆଶିଷ ଅମିତାଭ ମହାପାତ୍ର, ଏସ୍‌ବିଆଇ ଜଗନ୍ନାଥପୁର ବ୍ରାଞ୍ଚର ମ୍ୟାନେଜରଙ୍କ ସମେତ ବ୍ୟାଙ୍କର ସମସ୍ତ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଆଜି ଠାରୁ ଏପ୍ରିଲମାସ ଶେଷପର୍ଯ୍ୟନ୍ତ ଫେମିନାର ମେକପ୍ ଷ୍ଟୁଡ଼ିଓ ତରଫରୁ ଗ୍ରାହକଙ୍କ ଉଦେଶ୍ୟରେ ସ୍ପେଶାଲ ଅଫର ଦିଆଯିବ ବୋଲି ପରିଚାଳନା ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି । ଜ୍ୟୋତିବିଭୁସିନୀ ମହାପାତ୍ର, ପ୍ରୀତୀଲଗ୍ନା ବୋଇତି, ପାର୍ଲର ଆସିଷ୍ଟାଣ୍ଡ ସ୍ୱାତୀପ୍ରଗତିକା ପରିଡ଼ା ଏହି କାର୍ଯ୍ୟକ୍ରମରେ ସହଯୋଗକରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.