Home ଜିଲ୍ଲା ପରିକ୍ରମା ଓଡ଼ିଶା ସରକାରଙ୍କ ୧ କୋଟି ମଞ୍ଜୁରୀରେ ଭଦ୍ରକ ଜାମା ମସ୍‌ଜିଦ୍ ଉନ୍ନୟନ ପ୍ରକଳ୍ପର ଉଦ୍‌ଘାଟନ, ଶିଳାନ୍ୟାସ

ଓଡ଼ିଶା ସରକାରଙ୍କ ୧ କୋଟି ମଞ୍ଜୁରୀରେ ଭଦ୍ରକ ଜାମା ମସ୍‌ଜିଦ୍ ଉନ୍ନୟନ ପ୍ରକଳ୍ପର ଉଦ୍‌ଘାଟନ, ଶିଳାନ୍ୟାସ

39

ଭଦ୍ରକ, ୨୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁରୁଣାବଜାର ସ୍ଥିତ ଜାମା ମସ୍‌ଜିଦ୍‌ର ଉନ୍ନୟନ ପ୍ରକଳ୍ପର ବିକାଶ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ଷେ ପୂର୍ବରୁ ଘୋଷଣା କରିଥିଲେ ତାହା ଆଜି ଉଦ୍‌ଘାଟନ ହୋଇ ଶିଳାନ୍ୟାସ କରାଯାଇଛି । ଏହି ଶିଳାନ୍ୟାସରେ ଭଦ୍ରକ ଜାମା ମସ୍‌ଜିଦ୍‌ର ଏମାମ (ପଣ୍ଡିତ) ମୌଲାନା ସାଦିକ ହୋସେନ୍‌ଙ୍କ ଫାତେହାର କାର୍ଯ୍ୟକ୍ରମରୁ ଆରମ୍ଭ ହୋଇ ଏକ ସଭାର କାର୍ଯ୍ୟକ୍ରମ ହୋଇଥିଲା । ଏହି ସଭାରେ ଭଦ୍ରକ ମୁସ୍‌ଲିମ୍ ଜମାତ୍‌ର ସଭାପତି ହାଜୀ ଅବଦୁଲ ବାରୀଙ୍କ ସଭାପତିତ୍ୱରେ ଓ ସଂଯୋଜକ ଭାବେ ନଗର ସଭାପତି ଓ ଆଇନଜୀବୀ ତାହେର ମହମ୍ମଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ଭଦ୍ରକ ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ ଓ ଭଦ୍ରକ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସଂଜୀବ ମଲ୍ଲିକ ଯୋଗଦାନ କରି ବିଭିନ୍ନ ଉନ୍ନୟନ ପ୍ରକଳ୍ପର କାର୍ଯ୍ୟକ୍ରମ ବହୁତ ଶୀଘ୍ର କାର୍ଯ୍ୟ ଆରମ୍ଭ ପାଇଁ କହିଥିଲେ । ସମ୍ମାନିତ ଅତିଥି ଭାବେ ମୁସ୍‌ଲିମ୍ ଜମାତର ଉପସଭାପତି ମହମ୍ମଦ ଜକାଉଲ୍ଲା, ସମାଜସେବୀ ଇକବାଲ ଖାଁ, ଶେଖ ନିଜାମୁଦ୍ଦିନ, ନାରୀନେତ୍ରୀ ତାହେରା ଖାତୁନ, ଜାମା ମସ୍‌ଜିଦ୍‌ର ସଭାପତି ଶେଖ ,ନାମ ମହମ୍ମଦ, କମିଟିର ସମ୍ପାଦକ ଶେଖ ଗୋଲାମ ମୋହିଦ୍ଦିନ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ସଭାକୁ ସାଫଲ୍ୟ ମଣ୍ଡିତ କରାଇବା ପାଇଁ କମିଟି ତରଫରୁ ହାଜୀ ଅବଦୁଲ୍ଲା, ଶେଖ ଇସାର ଅଲୀ, ଶେଖ ଅନୱର, ଶେଖ ଇମତିଆଜ, ଅନୱର ସାହା, ହାଜୀ ସାଦିକ ହୋସେନ, ମୀର ମହେବୁବ, ଶିକ୍ଷାବିତ୍ ମଇରାଜୁଦ୍ଦିନ, ଶେଖ କୌସର, ମୀର୍ଜା ଗନି ବେଗ୍ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ତଥା କବି ମୁସ୍ତାକ ଗୌହର କବିତା ପାଠ କରି ଧନ୍ୟବାଦ ଦେଇ ସଭାକୁ ସମାପ୍ତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.