Home ଜିଲ୍ଲା ପରିକ୍ରମା ଚଳିତ ବର୍ଷ ଏସଏଚଜିଙ୍କ ଧାନକିଣା ସନ୍ତୋଷ ଜନକ

ଚଳିତ ବର୍ଷ ଏସଏଚଜିଙ୍କ ଧାନକିଣା ସନ୍ତୋଷ ଜନକ

51

ଭଦ୍ରକ, ୨୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହିଳାଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟ ନେଇ ସରକାର ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ସେମାନଙ୍କୁ ବିଭିନ୍ନ ପ୍ରକାରର ଯୋଜନାରେ ସାମିଲ କରାଯାଉଛି । ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ମହିଳାମାନେ ଏବେ ପୁରୁଷଙ୍କ ସହ ସମକକ୍ଷ ହେଲେଣି । ଏସ୍‌ଏଚ୍‌ଜି ଗୋଷ୍ଠୀମାନଙ୍କ ଦ୍ୱାରା ରାସନ ସାମଗ୍ରୀ ବଣ୍ଟନଠାରୁ ଆରମ୍ଭ କରି ଧାନକିଣା ପର୍ଯ୍ୟନ୍ତ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଭଦ୍ରକ ଜିଲ୍ଲାରେ ଧାନକିଣାରେ ସାମିଲ ହୋଇଥିବା ଏସ୍‌ଏଚ୍‌ଜିମାନେ ଆଶାନୁରୂପ ସଫଳତା ପ୍ରଦର୍ଶନ କରିଛନ୍ତି । ଗତବର୍ଷ ଧାନକିଣାରେ ଜିଲ୍ଲାର ୨୭ଗୋଟି ସ୍ୱୟଂ ସହାୟିକା ଗୋଷ୍ଠୀ ସାମିଲ ହୋଇଥିବା ବେଳେ ଚଳିତ ବର୍ଷ ୫୪ଗୋଟି ଗୋଷ୍ଠୀ ଧାନକିଣାରେ ସାମିଲ ହୋଇଛନ୍ତି । ଗତ ୨୦୧୯ ମସିହା ମେ ୨୯ ତାରିଖରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକର ନିଷ୍ପତି ଅନୁଯାୟୀ ବିଭିନ୍ନ ପ୍ରକାର ୧୦ଟି ବିଭାଗର ୫ ହଜାର କୋଟି ଟଙ୍କାର କାର୍ଯ୍ୟ ଏସ୍‌ଏଚ୍‌ଜିକୁ ଯୋଗାଇ ଦିଆଯିବ । ଏଥି ମଧ୍ୟରୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସହିତ ରାଜ୍ୟରେ ଖରିଫ୍ ଧାନ ସଂଗ୍ରହରେ ପ୍ରମୁଖ ଦାୟିତ୍ୱ ଅର୍ପଣ କରାଯାଇଥିଲା । ଗତବର୍ଷ ଜିଲ୍ଳାର ୨୭ଗୋଟି ଗୋଷ୍ଠୀ ୪୫୦୦ ଚାଷୀଙ୍କ ଠାରୁ ୨ଲକ୍ଷ ୧୮ହଜାର ୧୬୦ କି.ଗ୍ରା. ଧାନ ସଂଗ୍ରହ କରିଥିଲା । ମାତ୍ର ଚଳିତ ବର୍ଷ ଗୋଷ୍ଠୀ ସଂଖ୍ୟା ୫୪କୁ ବୃଦ୍ଧି କରାଯାଇ ଧାନକିଣାରେ ନିୟୋଜିତ କରାଯାଇଛି । ଏହି ଗୋଷ୍ଠୀମାନଙ୍କ ଜରିଆରେ ଧାନ ବିକ୍ରି କରିବା ପାଇଁ ଅଦ୍ୟାବଧି ୧୪ହଜାର ୨୭ଜଣ ଚାଷୀ ଧାନ ବିକିବାକୁ ନାମ ପଞ୍ଜିକରଣ କରିସାରିଛନ୍ତି । ସେମାନଙ୍କ ମଧ୍ୟରୁ ୧୨୯୫ଜଣଙ୍କ ଠାରୁ ୬୨ହଜାର ୫୭୨.୬୬ କୁଇଣ୍ଟାଲ ଧାନ କିଣା ସରିଛି । ଏକ ତୁଳନାତ୍ମକ ସ୍ଥିତି ଅନୁଯାୟୀ ଗତବର୍ଷ ଠାରୁ ଚଳିତ ବର୍ଷ ଧାନ କିଣା ସନ୍ତୋଷ ଜନକ ରହିଥିବା ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.