Home ଓଡ଼ିଶା ସମ୍ବଲପୁର ରେଳମଣ୍ଡଳରେ ମଣ୍ଡଳ ରେଳ ବ୍ୟବହାରକାରୀ ପରାମର୍ଶଦାତା କମିଟୀର ବୈଠକ

ସମ୍ବଲପୁର ରେଳମଣ୍ଡଳରେ ମଣ୍ଡଳ ରେଳ ବ୍ୟବହାରକାରୀ ପରାମର୍ଶଦାତା କମିଟୀର ବୈଠକ

75

ସମ୍ବଲପୁର, ୮/୯ – (ଓଡ଼ିଆ ପୁଅ) ପୂର୍ବତଟ ରେଳବାଇ ସମ୍ବଲପୁର ମଣ୍ଡଳରେ ରେଳ ବ୍ୟବହାରକାରୀ ପରାମର୍ଶଦାତା କମିଟୀର ୪୭ତମ ବୈଠକ ୬ ସେପ୍ଟେମ୍ବର ୨୦୧୯ରେ ମଣ୍ଡଳ ସଭାଗୃହରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକକୁ ଅଧ୍ୟକ୍ଷତା କରି ମଣ୍ଡଳ ରେଳ ପ୍ରବନ୍ଧକ ଡକ୍ଟର ଜୟଦୀପ ଗୁପ୍ତା ତାଙ୍କର ଭାଷଣରେ ରେଳ ବ୍ୟବହାରକାରୀ ପରାମର୍ଶଦାତା କମିଟୀର ସଦସ୍ୟମାନଙ୍କୁ ସ୍ୱାଗତ କରିବା ସହ ସେମାନଙ୍କର ପ୍ରସ୍ତାବକୁ ସମ୍ବଲପୁର ମଣ୍ଡଳ ପ୍ରାଥମିକତା ଦେଉଛି ବୋଲି କହିଥିଲେ।

ଡକ୍ଟର ଗୁପ୍ତା ଆହୁରି ମଧ୍ୟ କହିଲେ ଯେ, ଡ଼ୁଙ୍ଗୁରିପାଲି-ଖଲିଆପାଲି ଏବଂ ଲଖନା-ଖରିଆର ରୋଡ଼ ଷ୍ଟେସନ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ସମାପ୍ତ ହୋଇଯାଇଅଛି। ସମ୍ବଲପୁର ମଣ୍ଡଳରେ ୧୮ଟି ଷ୍ଟେସନରେ ଟ୍ରେନ୍ ଇଣ୍ଡିକେସନ ବୋର୍ଡ଼ ଉପଲବ୍ଧ କରାଯାଇଅଛି। ସମ୍ବଲପୁର ମଣ୍ଡଳରେ ୫୧ଟି ଷ୍ଟେସନରେ ଦିବ୍ୟାଙ୍ଗ ଅନୁକୂଳ ଶୌଚାଳୟ ଉପଲବ୍ଧ କରାଯାଇଅଛି। କେସିଙ୍ଗା ଷ୍ଟେସନର ସାରକୁଲେଟିଂ ଏରିଆର ଉନ୍ନତିକରଣ କାର୍ଯ୍ୟ ଶୀଘ୍ର ହୋଇଯିବ। ସମ୍ବଲପୁର ଓ ଟିଟିଲାଗଡ଼ ଷ୍ଟେସନରେ ଲିଫ୍ଟର ସୁବିଧା ଡିସେମ୍ବର ୨୦୧୯ ମଧ୍ୟରେ କାର୍ଯ୍ୟକ୍ଷମ ହେବ।

ଉକ୍ତ ବୈଠକରେ ରେଳ ଉପଭୋକ୍ତା କମିଟୀର ସଦସ୍ୟ ଗୋବିନ୍ଦ ନାରାୟଣ ଅଗ୍ରୱାଲ, ଡକ୍ଟର ରାସେଶ୍ୱରୀ ପାଣିଗ୍ରାହୀ, ବୃନ୍ଦାବନ ପାଢ଼ୀ, ମହେଶ୍ୱର ସାହୁ, ଜ୍ୟୋତିର୍ମୟ ପଣ୍ଡା, ଈଶ୍ୱର ଚନ୍ଦ୍ର ଜେନା, ଦେବେନ୍ଦ୍ର କୁମାର ଲାଠ, ଲଳିତ ମୋହନ ପଟ୍ଟନାୟକ, ଚତୁର୍ଭୂଜ ଶର୍ମା, ଗୋବିନ୍ଦ ଅଗ୍ରୱାଲ, ରାଜେଶ କୁମାର ପୁରୋହିତ, ଶିଶିର ଶର୍ମା, ଯଦୁମଣୀ ପାଣିଗ୍ରାହୀ, ନବୀନ ମାର୍କଣ୍ଡେୟ ଉପସ୍ଥିତ ରହି ସମ୍ବଲପୁର ରେଳ ମଣ୍ଡଳର ବିଭିନ୍ନ ସମସ୍ୟା ଓ ବିକାଶ କାର୍ଯ୍ୟ ଉପରେ ନିଜ ନିଜର ମତ ଉପସ୍ଥାପନ କରିଥିଲେ। ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ (ସମନ୍ୱୟ) ଏସ.ଏସ. ନାୟକ ଉକ୍ତ ସଭାକୁ ପରିଚାଳନା କରିଥିଲେ। ଏହି ଅବସରରେ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ଏଲ.ଭି.ଏସ.ଏସ. ପାତ୍ରୁଡ଼ୁ ଓ ସମସ୍ତ ଶାଖା ଅଧିକାରୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.