Home ଆନ୍ତର୍ଜାତୀୟ ୨୭ କୋଟି ଟଙ୍କାର ଆଇସକ୍ରୀମ ? କ’ଣ ଅଛିକି ?

୨୭ କୋଟି ଟଙ୍କାର ଆଇସକ୍ରୀମ ? କ’ଣ ଅଛିକି ?

386

ଦୁନିଆରେ ଆଇସକ୍ରୀମ ଖାଇବାର ସଉକ ବହୁତ ଲୋକଙ୍କର ଥାଏ। ଯେଉଁମାନଙ୍କୁ ଯାହା ପସନ୍ଦ ସେମାନେ ସେହି ଫ୍ଲେଭରର ଆଇସକ୍ରୀମ ଖାଇବାକୁ ପସନ୍ଦ କରିଥାନ୍ତି। ଦୁଃଖୀ ହେବାପରେ ମଧ୍ୟ ଲୋକ ଆଇସକ୍ରୀମ ଖାଇବାକୁ ପସନ୍ଦ କରନ୍ତି କାରଣ ଏହା ତାଙ୍କୁ ହାପି ମୁମେଣ୍ଟ ଆଣିଦେଇଥାଏ। କୁହାଯାଇଥାଏ କି ଏଥିରେ ହାପି ହର୍ମୋନ୍ସ ହୋଇଥାଏ। ଆଜି ଆମେ ଆପଣଙ୍କୁ ଏପରି ଏକ ଆଇସକ୍ରୀମ୍ ବିଷୟରେ କହିବୁ ଯାହାର ଦାମ ଶୁଣି ଆପଣଙ୍କର ହୋସ ଯଦିଓ ଉଡ଼ିବନି ତଥାପି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଦୁନିଆର ପାଞ୍ଚଟି ସବୁଠାରୁ ମହଁଙ୍ଗା ଆଇସକ୍ରୀମ ବିଷୟରେ ଜାଣନ୍ତୁ

୧ – ସ୍ଟ୍ରବେରୀ ଆଟ ଅରନୋଡ୍ସ

ଏହି ଆଇସକ୍ରୀମର ଦାମ୍ ପ୍ରାୟତଃ ୨୭ କୋଟି ୩୦ ଲକ୍ଷ ଟଙ୍କା (୩୯ ଲକ୍ଷ ଡଲାର) ଅଟେ। ତା’ ସହିତ ୭.୦୯ କ୍ୟାରେଟର ପିଙ୍କ ଡାଇମଣ୍ଡ ଏନଗେଜମେଣ୍ଟ ରିଙ୍ଗ ମଧ୍ୟ ମିଳିଥାଏ। ଏହି ଫ୍ରେନ୍ଚ ଭାନିଲା ଆଇସକ୍ରୀମରେ ସ୍ଟ୍ରବେରୀ, ମିଣ୍ଟ ଏବଂ ହ୍ୱିପ୍ଡ କ୍ରୀମ ଥାଏ। ତା’ ସହିତ ୧୭ ଲକ୍ଷ ୫୦ ହଜାର (୨୫,୦୦୦ ଡଲାର) ର ୱାଇନ ମଧ୍ୟ ମିଳିଥାଏ।

୨ – ଏବସରଡିଟି ସଣ୍ଡେ

– ଯଦି ଆପଣ ଏହି ଆଇସକ୍ରୀମକୁ କିଣିବେ ତେବେ ଆପଣଙ୍କୁ ନା କେବଳ ଆଇସକ୍ରୀମ ମିଳିବ ତା’ସହିତ ତାଞ୍ଜାନିଆ ବୁଲିବାପାଇଁ ଏକ ଲଗ୍ଜରୀ ଟୂର ମଧ୍ୟ ମିଳିବ। ରହିବାର ବ୍ୟବସ୍ଥା ମଧ୍ୟ ପାଞ୍ଚ ତାରକା ହୋଟଲରେ। ଏହାର ଦାମ୍ ୪୨ ଲକ୍ଷ ଟଙ୍କା (୬୦,୦୦୦ ଡଲାର)।

୩ – ଫ୍ରୋଜନ ହଟ ଚକଲେଟ

ଏହି ଆଇସକ୍ରୀମ ଗୋଟିଏ ସମୟରେ ସବୁଠାରୁ ମହଁଗା ଆଇସକ୍ରୀମ ଥିଲା। ପରେ ଏହାର ନାମ ଗିନିଜ ବୁକ ଅଫ ୱାର୍ଲ୍ଡ ରିପୋର୍ଟରେ ମଧ୍ୟ ସାମିଲ ହୋଇଥିଲା। ଏହାର ଦାମ୍ ପ୍ରାୟତଃ ୧୭ ଲକ୍ଷ ୫୦ ହଜାର ଟଙ୍କା (୨୫,୦୦୦ ଡଲାର)। ଏହା ୨୮ କୋକୋଆରେ ବନାଯାଇଥାଏ। ଏମାନଙ୍କ ମଧ୍ୟରେ ୧୪ କୋକୋଆ ବହୁତ ଅଧିକ ମହଁଗା ଅଟେ ଏବଂ ଦୁନିଆରେ ସବୁଠାରୁ ଭଲ ମଧ୍ୟ। ଏହାକୁ ସୁନା ଗୀନାରେ ପରୋଶା ଯାଇଥାଏ। ଏହାର ବେସ ଉପରେ ଧଳା ଡାଇମଣ୍ଡ ବ୍ୟବହାର କରାଯାଇଥାଏ।

୪ – ଗୋଲ୍ଡ ଓପୁଲେନ୍ସ ସଣ୍ଡେ

ଏହା ଚକଲେଟ ଏବଂ ଭାନିଲା ବୀନର କମ୍ବିନେସନରେ ବନିଥାଏ। ଏହାର ଉପର ଭାଗରେ ସୁନା ପାଣି ଚଢ଼ା ଚିନିର ପାତିଆ ଲଗାଯାଇଥାଏ। ତେଣୁ ଏହାର ସୁନ୍ଦରତା ବହୁତ ବଢ଼ିଯାଇଥାଏ। ଏହା ସହିତ ଏଥିରେ ପିସ୍ତା ବାଦାମର ମଧ୍ୟ ବ୍ୟବହାର କରାଯାଇଥାଏ। ଏହାକୁ କିଣିବା ପାଇଁ ୪୮ ଘଣ୍ଟା ପୂର୍ବରୁ ଅର୍ଡର ଦେବାକୁ ପଡ଼ିଥାଏ। ଏହାର ମୂଲ୍ୟ ପ୍ରାୟତଃ ୭୦ ହଜାର ଟଙ୍କା (୧,୦୦୦ ଡଲାର) ଅଟେ।

୫ ଦ ଭିକ୍ଟୋରିଆ

ଏହି ଆଇସକ୍ରୀମ କ୍ରିଷ୍ଟାଲ କଟୋରୀରେ ପରୋଶା ଯାଇଥାଏ। ଯାହାକୁ କିଣିବା ପରେ କ୍ରେତା ଏହାକୁ ମଧ୍ୟ ନେଇ ପାରିବେ। ଏହାକୁ ବନାଇବା ପାଇଁ ଚକଲେଟ ଏବଂ ଭାନିଲାର ବ୍ୟବହାର କରାଯାଇଥାଏ। ଏହାର ମୂଲ୍ୟ ପ୍ରାୟତଃ ୭୦,୦୦୦ ଟଙ୍କା (୧,୦୦୦ ଡଲାର) ଅଟେ। ଏଥିରେ ଗୋଲ୍ଡ କୈରେମଲାଇଜ୍ଡ ପିନଟ୍ସ ଏବଂ ସୁନାର ପାତିଆରେ ସଜାଇ ପରୋଶା ଯାଇଥାଏ। ତା’ ସହିତ ଏଥିରେ ୨୪ କ୍ୟାରେଟ ଗୋଲ୍ଡ ଡଷ୍ଟର ମଧ୍ୟ ବ୍ୟବହାର ହୋଇଥାଏ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.