Home ଓଡ଼ିଶା ସମ୍ବଲପୁର ରୋଡ଼ – ସମ୍ବଲପୁର ସିଟୀ ରେଳ ଷ୍ଟେସନକୁ ରାସ୍ତା ନିର୍ମାଣ ପାଇଁ ଦାବି

ସମ୍ବଲପୁର ରୋଡ଼ – ସମ୍ବଲପୁର ସିଟୀ ରେଳ ଷ୍ଟେସନକୁ ରାସ୍ତା ନିର୍ମାଣ ପାଇଁ ଦାବି

117

ସମ୍ବଲପୁର, ୮/୯ – (ଓଡ଼ିଆ ପୁଅ) ସମ୍ବଲପୁର ରେଳ ଡିଭିଜନର ୪୭ତମ ତଥା ଚଳିତ ଆର୍ଥିକ ବର୍ଷର ପ୍ରଥମ ଡିଆରୟୁସିସି ସଦସ୍ୟଙ୍କ ବୈଠକ ଗତକାଲି ସ୍ଥାନୀୟ ଡିଭିଜିନାଲ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଗତକାଲି ପ୍ରଥମ ବୈଠକରେ ଜେଡ଼ଆରୟୁସିସି ସଦସ୍ୟ ପାଇଁ ନିର୍ବାଚନ ପ୍ରକ୍ରିୟାରେ ଡିଆରୟୁସିସି ସଦସ୍ୟ ତଥା ବିଜେପିର ରାଜ୍ୟ ପ୍ରବକ୍ତା ଗୋବିନ୍ଦ ଅଗ୍ରୱାଲ ଅପ୍ରତିଦ୍ୱନ୍ଦି ଭାବରେ ଜେଡ଼ଆରୟୁସିସି ସଦସ୍ୟ ନିର୍ବାଚିତ ହୋଇଥିଲେ। ଶ୍ରୀ ଅଗ୍ରୱାଲ ପୂର୍ବତଟ ରେଳବାଇର କ୍ଷେତ୍ରୀୟ ରେଳ ଉପଭୋକ୍ତା ପରାମର୍ଶଦାତା କମିଟୀ ସଦସ୍ୟ ଭାବରେ ଘୋଷିତ ହେଲା ପରେ ଗତକାଲି ହୋଇଥିବା ବୈଠକରେ ବିଭିନ୍ନ ଯାତ୍ରୀ ଅସୁବିଧା ବିଷୟରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ବିଭିନ୍ନ ଉନ୍ନତିମୂଳକ ପଦକ୍ଷେପ ସମ୍ପର୍କରେ ଦାବି ଉପସ୍ଥାପନ କରିଥିଲେ। ଉପସ୍ଥିତ ସଦସ୍ୟମାନେ ମଧ୍ୟ ନିଜ ନିଜ ଅଞ୍ଚଳର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

ଶ୍ରୀ ଅଗ୍ରୱାଲ ଆଜି ତାଙ୍କର କଂସାରୀପଡ଼ା ସ୍ଥିିତ ବାସଭବନ ଠାରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଗତକାଲି ବୈଠକରେ ଆଲୋଚନା ହୋଇଥିବା ସବୁ ପ୍ରସଙ୍ଗ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇଥିଲେ। ସାମ୍ବାଦିକ ସମ୍ମିଳନୀରେ ପ୍ରଥମେ ଶ୍ରୀ ଅଗ୍ରୱାଲ ଗଣମାଧ୍ୟମ ଜରିଆରେ ଗତକାଲିର ବୈଠକରେ ଉପସ୍ଥିତ ସଦସ୍ୟମାନଙ୍କର ସାହାଯ୍ୟ ଓ ସହଯୋଗରେ ନିର୍ବିବାଦୀୟ ଭାବେ ନିର୍ବାଚିତ ହୋଇଥିବାରୁ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି।

ସମ୍ବଲପୁର -ପୁରୀ ଇଣ୍ଟରସିଟୀକୁ ସଠିକ୍ ସମୟରେ ଚଳାଇବା। ରେଳଯାତ୍ରୀଙ୍କୁ ଯାତ୍ରା ସମୟରେ ସୁବିଧାରେ ଖାଦ୍ୟ ପାନୀୟ ଯୋଗାଇ ଦେବା ପାଇଁ ନିୟମ ପ୍ରଣୟନ କରି ବୁଳା ବିକାଳୀଙ୍କୁ ଅନୁମତି ଦେବା। ସମ୍ବଲପୁର ରୋଡ଼ ରେଳ ଷ୍ଟେସନରୁ ସମ୍ବଲପୁର ସିଟୀ ଷ୍ଟେସନକୁ ରେଳ ଲାଇନ କଡ଼ଦେଇ ଏକ ରାସ୍ତା ନିର୍ମାଣ କରିବା। ଗୋପାଳମାଲରୁ ମାଲିପଡ଼ାକୁ ସଂଯୋଗ କରୁଥିବା ଏକ ଭୂତଳ ରାସ୍ତା ନିର୍ମାଣ କରିବା। ଦାନିପାଲିରୁ ଚେରୁଆପଡ଼ାକୁ ସଂଯୋଗ କରୁଥିବା ରେଳ ଲାଇନ ତଳ ରାସ୍ତାକୁ ଅଙ୍କାବଙ୍କାରୁ ପରିବର୍ତ୍ତନ କରି ସିଧା ରାସ୍ତା ନିର୍ମାଣ କରିବା। ଟିଟିଲାଗଡ଼ ରେଳ ଷ୍ଟେସନକୁ ସଂଯୋଗ କରୁଥିବା ରାସ୍ତାର ସମ୍ପ୍ରସାରଣ ସଙ୍ଗେ ସଙ୍ଗେ ରାସ୍ତା ଦୁଇ ପାଶ୍ୱର୍ରେ ନାଳି ତି÷ଆରି କରିବା। ବିକଳାଙ୍ଗ ଓ ବରିଷ୍ଠ ନାଗରିକଙ୍କ ସୁବିଧା ପାଇଁ ଟିଟିଲାଗଡ଼ ଷ୍ଟେସନରେ ଲିôଫ୍ଟର ବ୍ୟବସ୍ଥା କରିବା। ପୁରୀ-ଏଲଟିଟି ଓ ପୁରୀ-ଶିରିଡ଼ି ସାଇନଗର ଏକ୍ସପ୍ରେସକୁ ରେଢ଼ାଖୋଲ ଷ୍ଟେସନରେ ରହଣୀ। ଶନିବାର ଦିନ ନୂଆଦିଲ୍ଲୀକୁ ତିନୋଟି ଟ୍ରେନ୍ ଥିବାବେଳେ ସପ୍ତାହର ଅନ୍ୟ ଦୁଇ ଦିନ କିଛି ସୁବିଧା ନାହିଁ। ତେଣୁ ଟ୍ରେନଗୁଡ଼ିକୁ ପୁନଃନିର୍ଦ୍ଧାରଣ କରି ଏପରି ବ୍ୟବସ୍ଥା ହେଉ ଯାଦ୍ୱାରା କମ୍ସେ କମ୍ ଦୈନିକ ଗୋଟିଏ ହେଲେ ଟ୍ରେନ ନୂଆଦିଲ୍ଲୀ ପାଇଁ ରହୁ। ବିଶାଖାପାଟଣା – ଅମୃତସର ଏକ୍ସପ୍ରେସକୁ ସପ୍ତାହରେ ସାତଦିନ କରାଯାଇ ସେଥିରୁ ଦୁଇ ଦିନ ଟିଟିଲାଗଡ଼ – ନାଗପୁର ଦେଇ ଯିବାର ବ୍ୟବସ୍ଥା କରାଯାଉ। ଇସ୍ପାତ ଏକ୍ସପ୍ରେସରେ ଦ୍ୱିତୀୟ ଶ୍ରେଣୀ ବତାନୁକୂଳ ଓ ଶୟନଯାନ ଡବା ସଂରକ୍ଷଣ କରିବା। ସମ୍ବଲପୁର ରାୟଗଡ଼ା ଏକ୍ସପ୍ରେସରେ ବାତାନୁକୂଳ ଚେଆର କାର ଓ ଦ୍ୱିତୀୟ ଶ୍ରେଣୀ ଶୟନଯାନ ଡବାକୁ ସଂଯୋଗ କରିବା। ଦିନ ସମୟରେ ଦୂର ସ୍ଥାନକୁ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଦ୍ୱିତୀୟ ଶ୍ରେଣୀ ଶୟନଯାନ ଡବାରେ ଟିକେଟ ଯୋଗାଇ ଦେବାର ବ୍ୟବସ୍ଥା କରିବା। ରେଳ ଷ୍ଟେସନ, ରେଳ ଡ଼ବା ଓ ପାଇଖାନାକୁ ସ୍ୱଚ୍ଛ ଓ ନିର୍ମଳ ରଖିବା। ନୃସିଂହନାଥ ମନ୍ଦିର ଓ ପର୍ଯ୍ୟଟନ ବିକାଶ ଏବଂ ଯାତ୍ରୀଙ୍କ ଗମନାଗମନ ସୁବିଧା ପାଇଁ ନୂଆପଡ଼ା ଜିଲ୍ଲା ଟଙ୍କପାଣି ଫାଟକକୁ ଏକ ପାସେଞ୍ଜର ଟ୍ରେନ ରହଣୀ ଷ୍ଟେସନ ଭାବରେ ନିର୍ମାଣ କରିବା।

ଆଜିର ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ପ୍ରବକ୍ତା ସୂର୍ଯ୍ୟ ପାଣିଗ୍ରାହୀ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସ୍ୱାଗତ କରିଥିବା ବେଳେ କ୍ଷେତ୍ରୀୟ ପ୍ରବକ୍ତା ମାନସ ରଞ୍ଜନ ବକ୍ସି ଧନ୍ୟବାଦ ଜ୍ଞାପନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.