Home ଓଡ଼ିଶା ମାନ୍ୟଵରଙ୍କ ଉପରେ ନଜର ରଖିବ କ୍ରାଇମବ୍ରାଞ୍ଚ

ମାନ୍ୟଵରଙ୍କ ଉପରେ ନଜର ରଖିବ କ୍ରାଇମବ୍ରାଞ୍ଚ

232

କେନ୍ଦ୍ରାପଡା,୨୬ ।୭(ଓଡିଆପୁଅ/ପଙ୍କଜିନୀ ନାୟକ): ଗତକାଲି  ସନ୍ଧ୍ୟାରେ କଟକ ଚୌଦ୍ୱାର ଜେଲରୁ ମୁକୁଳିଥିବା ସନ୍ତୋଷ ରାଉଳ ଓରଫ୍ ସାରଥୀ ବାବା ଏବେ ରହିବେ  କ୍ରାଇମବ୍ରାଞ୍ଚ ଜନରରେ । ସାରଥୀଙ୍କ ପ୍ରତିଟି କାର୍ଯ୍ୟାକଳାପ ଉପରେ କ୍ରାଇମବ୍ରାଞ୍ଚ ନଜର ରଖିବ ବୋଲି ସୂଚନା ମିଳିଛି । ଏନେଇ ଆଜି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜେ ସନ୍ତୋଷ ଉପାଧ୍ୟାୟ । କୋର୍ଟରେ ସାରଥୀଙ୍କୁ ୨ ଜଣ ସ୍ଥାନୀୟ ଜାମିନଦାର ଓ ୨ ଲକ୍ଷ ଟଙ୍କାର ବଦଳରେ ଜାମିନ ମିଳିଛି । ବାରିମୂଳ ଆଶ୍ରମକୁ ନ ଯିବା ପାଇଁ ହାଇକୋର୍ଟ ସର୍ତ୍ତ ରଖିବା ସହ  କୋର୍ଟଙ୍କ ବିନା ଅନୁମତିରେ ରାଜ୍ୟ ବାହାରକୁ ଯାଇପାରିବେନି ବୋଲି କେନ୍ଦ୍ରାପଡା ଏସଡିଜେଏମ୍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ପ୍ରାୟ ୪ ବର୍ଷ ଧରି କଟକ ଚୌଦ୍ବାର ଜେଲରେ ସାରଥି ବାବା ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.