Home ଓଡ଼ିଶା ଭାରସାମ୍ୟ ହରାଇ ଗଛରେ ଧକ୍କା ଦେଲା ବୋଲେରୋ, ୪ ମୃତ୍ ୪ ଗୁରୁତର

ଭାରସାମ୍ୟ ହରାଇ ଗଛରେ ଧକ୍କା ଦେଲା ବୋଲେରୋ, ୪ ମୃତ୍ ୪ ଗୁରୁତର

48

ହରିଚନ୍ଦନପୁର,ତା ୩୧ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ପଣ୍ଡାପଡା ଥାନା ଅନ୍ତର୍ଗତ ସୋମଗିରି ଗ୍ରାମ ନିକଟସ୍ଥ ଜଙ୍ଗଲ ରାସ୍ତାରେ ଭାରସାମ୍ୟ ହରାଇ ଗଛରେ ପିଟିଲା ବୋଲେରୋ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ଖବର ଅନୁଯାୟୀ ମୟୁରଭଞ୍ଜ ରଙ୍ଗମାଟିଆ ଅଞ୍ଚଳରୁ ଏହି ଯୁବକମାନେ ବଳଦ କିଣିବା ପାଇଁ ବୋଲେରୋ ଯୋଗେ ବିଳମ୍ବିତ ରାତିରେ ପିଠାଗୋଳା ଅଞ୍ଚଳକୁ ଆସୁଥିଲେ । କୌଣସି କାରଣରୁ ସୋମଗିରି ଗ୍ରାମ ନିକଟସ୍ଥ ଜଙ୍ଗଲ ରାସ୍ତାରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା କଡ଼ର ଗଛରେ ଧକ୍କା ଦେଇଥିଲା । ଧକ୍କା ହେବାର ସ୍ଥାନୀୟ ଲୋକେ ଖବର ପାଇ ଘଟଣାସ୍ଥଳକୁ ଯାଇ ସମସ୍ତ ଗୁରୁତରଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ମୃତକଙ୍କ ପରିଚୟ ମିଳିନଥିବା ବେଳେ ଘଟଣାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ସତ୍ୟତା ଜାଣିବା ପାଇଁ ଘଟଣାର ଅଧିକରୁ ଅଧିକ ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.