Home Top News ନୂଆ ବର୍ଷରୁ ଆପଣଙ୍କ ମୋବାଇଲରୁ ଗାଏବ ହୋଇଯାଇ ପାରେ ହ୍ଵାଟ୍ସଆପ! ଜାଣନ୍ତୁ ଏହାର କାରଣ ...

ନୂଆ ବର୍ଷରୁ ଆପଣଙ୍କ ମୋବାଇଲରୁ ଗାଏବ ହୋଇଯାଇ ପାରେ ହ୍ଵାଟ୍ସଆପ! ଜାଣନ୍ତୁ ଏହାର କାରଣ ଆଉ ନିରାକରଣ ..

107

ଭୁବନେଶ୍ୱର: ଆପଣ ଆପଣଙ୍କ ପରିବାର ଏବଂ ବନ୍ଧୁମାନଙ୍କୁ ହ୍ଵାଟ୍ସଆପ ମାଧ୍ୟମରେ ନୂଆବର୍ଷର କାମନା କରିବାକୁ ବଞ୍ଚିତ ହୋଇପାରନ୍ତି। କାରଣ ଆସନ୍ତା ୨୦୨୧ ଜାନୁୟାରୀ ୧ ତାରିଖ, ଅର୍ଥାତ୍ ନୂଆବର୍ଷ ଆରମ୍ଭ ଦିନରୁ କିଛି ସ୍ମାର୍ଟଫୋନରେ ହ୍ଵାଟ୍ସଆପ କାମ କରିବା ବନ୍ଦ ହୋଇଯିବ। ଏହାର କାରଣ ହେଉଛି କିଛି ସ୍ମାର୍ଟଫୋନ୍ ଏବଂ ଆଇଫୋନର କିଛି ପୁରୁଣା ଭର୍ସନ/ମଡେଲ୍ (ସଂସ୍କରଣ) ଗୁଡ଼ିକରେ ହ୍ଵାଟ୍ସଆପ ତାର ସେବା ବନ୍ଦ କରିଦେବ। ଅର୍ଥାତ୍ କେତେକ ପୁରୁଣା ମଡେଲ୍ ମୋବାଇଲ ଗୁଡ଼ିକରେ ହ୍ଵାଟ୍ସଆପ ଆଉ ଦୃଶ୍ୟମାନ ହେବ ନାହିଁ। ସୂଚନା ମୁତାବକ ଆଣ୍ଡ୍ରଏଡ୍ ଫୋନ୍ ମଧ୍ୟରେ HTC Desire, LG Optimus Black, Motorola Droid Razr, Samsung Galaxy S2 ଆଦି ସ୍ମାର୍ଟଫୋନ ଗୁଡ଼ିକରେ ହ୍ଵାଟ୍ସଆପ ଆଉ କାମ କରିବ ନାହିଁ। ସେହିପରି ଆଇଫୋନ୍ ଗୁଡ଼ିକ ମଧ୍ୟରେ ଆଇଫୋନ୍ 4 ପର୍ଯ୍ୟନ୍ତ ସମସ୍ତ ଆଇଫୋନ୍ ମଡେଲ, ଆଇଫୋନ୍ 4S, ଆଇଫୋନ୍ 5, ଆଇଫୋନ୍ 5S, ଆଇଫୋନ୍ 6 ଏବଂ ଆଇଫୋନ୍ 6S ଗୁଡ଼ିକରେ ହ୍ଵାଟ୍ସଆପ ଆଉ କାମ କରିବ ନାହିଁ। ଯାହାର କି ଅନେକ ୟୁଜର୍ସ ଅଛନ୍ତି।

କିପରି କରିବେ ସମସ୍ୟାର ସମାଧାନ –
ଯଦି ଆପଣ ଏକ ପୁରୁଣା ଭର୍ସନ ଫୋନ୍ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କୁ ଆପଣଙ୍କର ମୋବାଇଲର ଅପରେଟିଂ ସିଷ୍ଟମକୁ ଅପଗ୍ରେଡ୍ କରିବାକୁ ପଡ଼ିବ କିମ୍ବା ଡିଭାଇସ୍ ଅପଗ୍ରେଡ୍ କରିବାକୁ ପଡ଼ିବ। ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ୟୁଜର୍ସ ମାନଙ୍କୁ ସେମାନଙ୍କର ଅପରେଟିଂ ସିଷ୍ଟମକୁ ଆଣ୍ଡ୍ରଏଡ୍ ୪.୦.୩ କିମ୍ବା ଏହାର ଉପର ଅପରେଟିଂ ସିଷ୍ଟମକୁ ଅପଗ୍ରେଡ କରିବାକୁ ପଡ଼ିବ। ସେହିପରି ଆଇଫୋନ୍ ୟୁଜର୍ସ ମାନଙ୍କୁ ସେମାନଙ୍କର ଅପରେଟିଂ ସିଷ୍ଟମକୁ ଆଇଓଏସ୍ ୯ କିମ୍ବା ଏହା ଉପରକୁ ଅପଗ୍ରେଡ କରିବାକୁ ପଡ଼ିବ। ଆଉ ଯଦି ଆପଣଙ୍କର ସ୍ମାର୍ଟଫୋନ୍ ଅଧିକ ଅପଡେଟ୍ ନହୁଏ, ତେବେ ଆପଣଙ୍କୁ ମୋବାଇଲ୍ ପରିବର୍ତ୍ତନ କରିବାକୁ ପଡ଼ିପାରେ। ସ୍ମାର୍ଟଫୋନକୁ ଲାଟେଷ୍ଟ ଅପରେଟିଂ ସିଷ୍ଟମକୁ ଅପଗ୍ରେଡ୍ କରିବାକୁ, ଆପଣଙ୍କୁ ଫୋନର ସେଟିଙ୍ଗକୁ ଯିବାକୁ ପଡ଼ିବ। ଏହା ପରେ ଲାଟେଷ୍ଟ ସଫ୍ଟୱେର୍ ଅପଡେଟ୍ ପାଇଁ ଯାଞ୍ଚ କରିବାକୁ ପଡ଼ିବ। ଆପଲ୍ ୟୁଜର୍ସ ମାନେ ମଧ୍ୟ ସେଟିଂକୁ ଯାଇ ଜେନେରାଲ୍ ଉପରେ ଟ୍ୟାପ୍ କରି, ତା’ ପରେ ଆବାଉଟ ଉପରେ ଟ୍ୟାପ କରି ସଫ୍ଟୱେର୍ ଭର୍ସନ ଚେକ୍ କରିପାରିବେ।
/- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.