Home ଜିଲ୍ଲା ପରିକ୍ରମା ଟ୍ରେନରୁ ଖସି ଯୁବକ ମୃତ

ଟ୍ରେନରୁ ଖସି ଯୁବକ ମୃତ

3

ଭଦ୍ରକ, ୨୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗରପଡ଼ା ଟିକିରା ଗ୍ରାମର ସ୍ୱର୍ଗତ ଅଜୟ ମଳ୍ଲିକଙ୍କ ପୁତ୍ର ବିନୋଦ (୩୦) ଟ୍ରେନରୁ ଖସିପଡି ମୃତ୍ୟୁ ବରଣ କରିଛନ୍ତି । ଯେଉଁଥି ପାଇଁ ଆଗରପଡା ସମେତ ନିଜ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଗତକାଲି ରାତିରେ ଭଦ୍ରକ ଷ୍ଟେସନରୁ ଜଗନ୍ନାଥ ଏକ୍ସପ୍ରେସ ଯୋଗେ ଅନ୍ୟ ୨ ସାଂଗଙ୍କ ସହ କଲିକତା ଯାଉଥିଲେ । ବିଳମ୍ବିତ ରାତିରେ ଅନ୍ୟ ୨ ସାଂଗ ନିଜ ସିଟ ରେ ବସିଥିବା ବେଳେ ବିନୋଦ କବାଟ ପାଖରେ ବସିଥିଲେ । ଅନ୍ୟ ମନସ୍କ ଯୋଗୁଁ କୌଣସି କାରଣରୁ ଟ୍ରେନରୁ ସେ ଖସିପଡିଥିଲେ । ତାଙ୍କ ପାଖରେ ଠିଆ ହୋଇଥିବା ଅନ୍ୟ ୨ଜଣ ବଙ୍ଗାଳୀ ବ୍ୟକ୍ତି ଏହା ଦେଖି ସଂଗେ ସଂଗେ ଜରୁରୀ କାଳୀନ ଚେନ ଟାଣି ଟ୍ରେନଟିକୁ ଅଟକାଇଥିଲେ । ଟ୍ରେନ ଅଟକିବା ଦେଖି ଜିଆରପି ପହଂଚି ଘଟଣା ସମ୍ପର୍କରେ ଅବଗତ ହେବା ପରେ ଉକ୍ତ ବଗିରେ ଥିବା ଯାତ୍ରୀ ମାନଙ୍କୁ ଜଣାଇଥିଲେ । ଅନ୍ୟ ୨ ସାଙ୍ଗ ମଧ୍ୟ ବିନୋଦକୁ ଖୋଜି ପାଇନଥିଲେ । ରାତି ହୋଇଥିବାରୁ ଖୋଜିବା ମଧ୍ୟ ସମ୍ଭବପର ହୋଇ ନ ଥିଲା । ଆଜି ଦିନ ୧ଟା ସମୟରେ ଜିଆରପି ସହାୟତାରେ ଖୋଜା ଖୋଜି କରିବା ପରେ ସବିରା ଓ ସୋର ଷ୍ଟେସନ ମଝିରେ ତାଙ୍କ ମରଶରୀର ପଡ଼ିଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକ ତୁରନ୍ତ ଘଟଣା ସ୍ଥଳରେ ପହଂଚି ମୃତଦେହ ଚିହ୍ନଟ କରିବା ପରେ ସୋର ଡାକ୍ତରଖାନାକୁ ଆଣିଥିଲେ । ଶବ ବ୍ୟବଚ୍ଛେଦ ପରେ ମୃତ ଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ସଂଧ୍ୟାରେ ନିଜ ଗ୍ରାମରେ ଶବ ପହଂଚିବା ପରେ ଶୋକାକୋଳ ପରିବେଶ ମଧ୍ୟରେ ଶବଦାହ କରାଯାଇଥିଲା । ପ୍ରକାଶ ଥାଉକି ସ୍ୱର୍ଗତ ବିନୋଦ ଆଗରପଡ଼ା କଲେଜ ଛକଠାରେ ଗୁପଚୁପ ବ୍ୟାବସାୟ କରି ପରିବାର ଚଳାଇ ଆସୁଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.