Home ଜିଲ୍ଲା ପରିକ୍ରମା ବିଜେପି ପକ୍ଷରୁ ବ୍ଲକରେ ପ୍ରତିବାଦ

ବିଜେପି ପକ୍ଷରୁ ବ୍ଲକରେ ପ୍ରତିବାଦ

33

ବାହାନଗା, ୩୦ା୧୨(ଭାରତୀ ଦାସ / ଓଡ଼ିଆ ପୁଅ ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ପରିସରରେ ବାହାନଗା ବିଜେପି ତରଫରୁ ଆଜି ପ୍ରତିବାଦ କରାଯାଇଛି । ସୂଚନା ଅନୁସାରେ ବାହାନଗା ବ୍ଲକ ପରିସରରେ ବ୍ଲକ ବିଜେପି ତରଫରୁ ସୋର ବିଧାୟକ ପ୍ରାର୍ଥୀ ରାକେଶ ମଲ୍ଲିକଙ୍କ ନେତୃତ୍ୱରେ ପ୍ରତିବାଦ ସଭା ହୋଇଛି । ପ୍ରତିବାଦ ସଭାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜୁ ପକ୍କା ଘର ଯୋଜନା କରିବା , ପୋଷ୍ଟର ଚିରା ଅଭିଯାନ ବାବଦରେ କହି ନାନା ପ୍ରକାର ନାରାବାଜି କରିଥିଲେ । ପରେ ସୋର ଥାନାରେ ଏତେଲା ଦେଇ ଥିବାର ଜଣାପଡ଼ିଛି । ଏହି ପ୍ରତିବାଦ ସଭାରେ ରାଜାରାମ ମହାପାତ୍ର, ସନାତନ ଦାସ, ମନିଷା ଚିନ୍ମମୟୀ ବେହେରା, ରବିନ୍ଦ୍ର ନାଥ ମହାଳିକ , ସୋର ପ୍ରଭାରୀ ଶୋଭନା ମହାନ୍ତି, ସୀତାକାନ୍ତ, ସୁବ୍ରତ ସାହୁ, ସଂଜିବ ରାଉଳ, ପ୍ରଦୀପ ଦାସ, ବୈକୁଣ୍ଠ ମଳିକଙ୍କ ସହ ବହୁ କର୍ମୀ ଯୋଗ ଦେଇ ପ୍ରଦିବାଦ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.