ଭଦ୍ରକ, ୨୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଜଗନ୍ନାଥପ୍ରସାଦ ଗ୍ରାମର ପ୍ରଭାତ କୁମାର ବେହେରାଙ୍କ ଘରୁ ବଡ ଧରଣର ଚୋରି ହୋଇଛି ପ୍ରଭାତଙ୍କ ପରିବାର ଲୋକେ ଶନିବାର ରାତ୍ରି ୧୧.୩୦ମି. ସମୟରେ ଶୋଇଥିଲେ । ରାତ୍ର ୩ଟା ବେଳେ ପ୍ରଭାତ ଶୌଚ ପାଇଁ ଉଠି ଘର ଇନର୍ଭଟର ବନ୍ଦ ଅବା ଦେଖୁ ସନ୍ଦେହ କରିଥିଲେ । ଘର ପଛ ଦ୍ୱାର କବାଟ ଭଙ୍ଗା ଯାଇଥବା ଓ ପ୍ରଭାତଙ୍କ ପନୀ ଶୋଇଥବା କୋଠରୀ ଡ୍ରେସିଂ ଟେବୁଲ ଉପରେ ଥିବା ଆଲମିରା ଚାବିକାଠି ଦ୍ୱାରା ଆଲମିରା ଖୋଲି ଚୋରି ହୋଇଥିବା ଦେଖିଥିଲେ । ପାଲମିରାରେ ଥ?ିବା ଗୋଟିଏ ସୁନା ଚିଜ ହାର, ୨ଟି ସୁନା ଚେନ, ୫ଟି ସୁନା ମୁଦି, ସୁନା କାନଫୁଲ ୨ ହଳ, ୨ଟି ମଙ୍ଗଳ ସୂତ୍ର, ବାହୁଟି ୪ ହଳ, ସୁନା ଲକେଟ ଗୋଟିଏ, ରୂପା ପାଉଁ ୨ ଦଳ, ରୂପା ଫରୁଆ ୨ଟା, ରୂପା ମୁଦି ୩ଟା ଓ ନଗଦ ଏକ ଲକ୍ଷ ୪୦ ହଜାର ଟଙ୍କା ଚୋରି ହୋଇଛି ବୋଲି ଥାନାରେ ପ୍ରଭାତ ରବିବାର ଅଭିଯୋଗ କରିଛନ୍ତି । ଗହଣା ଖେଳଗୁଡିକୁ ବାଡି ପଟେ ପକାଇ ଦିଆଯାଇଛି । ଅଭିଯୋଗ ଆଧାରରେ ମାମଲା ରକ୍ତ ହୋଇ ସନ୍ଧାନୀ କୁକୁର ଓ ପୁଲିସ ବୈଜ୍ଞାନିକ ଅନୁସନ୍ଧାନକାରୀଙ୍କ ସହାୟତାରେ ପୁଲିସ ତଦନ୍ତ ଚଳାଇଛି । ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଅଟକ ରଖୁଥିବା ସୂଚନା ମିଳିଛି ।








