Home ଜିଲ୍ଲା ପରିକ୍ରମା ରାହାଞ୍ଜ ସମବାୟ ସମିତିକୁ ଆଦର୍ଶ ସମିତିର ମାନ୍ୟତା

ରାହାଞ୍ଜ ସମବାୟ ସମିତିକୁ ଆଦର୍ଶ ସମିତିର ମାନ୍ୟତା

3

ଭଦ୍ରକ, ୨୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ଅନ୍ତର୍ଗତ ରାହାଞ୍ଜ ସମବାୟ ସମିତି ଆଦର୍ଶ ସମବାୟ ସମିତିର ମାନ୍ୟତା ପାଇଛି। ପରିଚାଳନାଗତ ଶୃଙ୍ଖଳା, କାର୍ଯ୍ୟଦକ୍ଷତା ସହ ବିଭିନ୍ନ ଦୃଷ୍ଟି କୋଣରୁ ବିଚାର କରି ଆଦର୍ଶ ସମବାୟ ସମିତି ର ମାନ୍ୟତା ମିଳିଛି। ଏହି କ୍ରମରେ ଓଡିଶା ସରକାରଙ୍କ ଦ୍ୱାରା ମନୋନୀତ ହୋଇ ରାହାଞ୍ଜ ସମବାୟ ସମିତିର ସଭାପତି ତପନ କୁମାର ପଣ୍ଡା ଓ ସମ୍ପାଦକ ଅନିରୁଦ୍ଧ ଧୀନ୍ଦା ମହାରାଷ୍ଟ୍ରର ପୁଣେ ସ୍ଥିତ ବୈକୁଣ୍ଠ ନାଥ ମେହେଟା ନ୍ୟାସନାଲ ଇନଷ୍ଟିଟ୍ୟୁଟ ଅଫ କୋ-ଅପରେଟିଭ୍ ମ୍ୟାନେଜମେଂଟରେ ଆୟୋଜିତ ପାଂଚ ଦିନିଆ ଦକ୍ଷତା ପ୍ରଶିକ୍ଷଣ ଶିବିରରେ ଯୋଗଦେଇ ଫେରିଥିବା ଜଣାପଡିଛି। ବିଶ୍ୱବିଦ୍ୟାଳୟ ର ନିର୍ଦେଶକ ଶୁଭକାନ୍ତ ମହାନ୍ତିଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଶିବିର କୁ ପ୍ରକଳ୍ପ ସଂଯୋଜିକା ବିଜୟଶ୍ରୀ ଏମ ଭଗବତୀ,ଯୁଗ୍ମ ନିବନ୍ଧକ ମହାରାଷ୍ଟ୍ର ସମବାୟ ବିଭାଗ ତାନଜୀ ତାଉଡେନୂତନ, ପ୍ରାଧ୍ୟାପକ ଡ଼ ଋଷିକେଶ କଲମକାର, ବିଜୟ ଗାୟକ ୱାଡେଙ୍କ ପରିଚାଳନାରେ ଓଡିଶାରୁ ଯୋଗ ଦେଇଥିବା ୧୦ଟି ସମବାୟ ସମିତିର ୧୯ଜଣକୁ ସମବାୟ ସମିତି ର ଆଗାମୀ ପ୍ରକଳ୍ପ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ। ତା ଛଡା ମହାରାଷ୍ଟ୍ରର ପୁଣେର ରେହେତାରେ, ସରିଡି ଓ କାଷ୍ଟି ସମବାୟ ସମିତି ପରିଦର୍ଶନରେ ନେଇ ସେମାନଙ୍କର ସମବାୟ ସମିତିର ପରିଚାଳନା ଓ ଉନ୍ନତି କରଣ ବିଷୟରେ ଅବଗତ କରାଇ ଥିଲେ। ଓଡିଶାର ଲୋକ ମାନଂକୁ କିପରି ସମବାୟ ସମିତି ସହ ଯୋଡା ଯାଇ ପାରିବ ସେ ବିଷୟରେ ତାଲିମ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲାରୁ ପୁରୁଷଣ୍ଡ ସମବାୟ ସମିତିର ସଭାପତି ପ୍ରଶାନ୍ତ କୁମାର ଦାଶ, ସମ୍ପାଦକ ରାଜେନ୍ଦ୍ର ବେଜ, ନେରଡ଼ା ସଭାପତି ସତ୍ୟ ନାରାୟଣ ମିଶ୍ର, ସମ୍ପାଦକ ସୌମ୍ୟରଞ୍ଜନ ପଣ୍ଡା, ବରଗଡାର ସମ୍ପାଦକ ରାମଚନ୍ଦ୍ର କର ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.