Home ଜିଲ୍ଲା ପରିକ୍ରମା ପୁରୀ ଶ୍ରମ କାର୍ଯ୍ୟାଳୟର ଦୁର୍ନୀତିଗ୍ରସ୍ତ ୱେଲଫେୟାର କୋର୍ଡିନେଟରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ନିର୍ମାଣ ଶ୍ରମିକ...

ପୁରୀ ଶ୍ରମ କାର୍ଯ୍ୟାଳୟର ଦୁର୍ନୀତିଗ୍ରସ୍ତ ୱେଲଫେୟାର କୋର୍ଡିନେଟରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ନିର୍ମାଣ ଶ୍ରମିକ ୟୁନିୟନ୍ ସମନ୍ୱୟ କମିଟି ତରଫରୁ ଶ୍ରମ କମିଶନର୍‌ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

89

ଭୁବନେଶ୍ୱର, ୨୧-୦୯ (ଓଡ଼ିଆ ପୁଅ) : ପୁରୀ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ କାର୍ଯ୍ୟରତ ଦୁର୍ନୀତିଗ୍ରସ୍ତ ୱେଲଫେୟାର କୋର୍ଡିନେଟରଙ୍କ ଏକଚାଟିଆ, ମନୋମୁଖୀ, ଲାଞ୍ଚୁଆ କାର୍ଯ୍ୟଧାରାକୁ ବିରୋଧ କରି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ନିର୍ମାଣ ଶ୍ରମିକ ୟୁନିୟନ୍ ସମନ୍ୱୟ କମିଟି, ପୁରୀ ଜିଲ୍ଲା ତରଫରୁ ଶ୍ରମ କମିଶନର, ଓଡ଼ିଶା, ଭୁବନେଶ୍ୱରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ନିର୍ମାଣ ଶ୍ରମିକ ପଞ୍ଜିକରଣଠାରୁ ଆରମ୍ଭ କରି ବାର୍ଷିକ ଦେୟ, ସହାୟତା ପ୍ରଦାନ ପର୍ଯ୍ୟନ୍ତ ପ୍ରତ୍ୟେକଟି କ୍ଷେତ୍ରରେ ମାତ୍ରାଧିକ ଲାଞ୍ଚ କାରବାରରେ ୱେଲଫେୟାର କୋର୍ଡିନେଟର ଲିପ୍ତ ରହିବା ସହ ପାତରଅନ୍ତର ନୀତିରେ କିଛି ଶ୍ରମିକ ୟୁନିୟନ୍ ଓ ୱେଲଫେୟାର କୋର୍ଡିନେଟର ନିଯୁକ୍ତିପ୍ରାପ୍ତ ବ୍ୟକ୍ତିବିଶେଷମାନଙ୍କର କାର୍ଯ୍ୟ କରୁଥିବା ସ୍ଥଳେ, ଏହି କାର୍ଯ୍ୟକୁ ବିରୋଧ କରୁଥିବା ଶ୍ରମିକ ସଙ୍ଗଠନର କର୍ମକର୍ତ୍ତାମାନଙ୍କୁ ପୁରୀ ସହରର କିଛି ଅସାମାଜିକ ଯୁବକମାନଙ୍କ ଦ୍ୱାରା ନାନାଦି ଧମକଚମକ ଦେଉଛନ୍ତି। ୨୦୧୭ ମସିହାଠାରୁ ଅଦ୍ୟାବଧି ପୁରୀ ଶ୍ରମ କାର୍ଯ୍ୟାଳୟରେ ଶିକ୍ଷାବୃତ୍ତି, ମୃତ୍ୟୁକାଳୀନ ଓ ବିବାହ ସହାୟତା ଦରଖାସ୍ତ ଗୁଡ଼ିକ ପଡ଼ି ଖତ ଖାଉଥିବା ସ୍ଥଳେ ୨୦୧୯-୨୦୨୦ର ସହାୟତା ଦରଖାସ୍ତ ଗୁଡ଼ିକୁ ସମ୍ପୃକ୍ତ ନିଯୁକ୍ତିପ୍ରାପ୍ତ ବ୍ୟକ୍ତିମାନଙ୍କ ମାର୍ଫତରେ ଦରଖାସ୍ତ ଓ ପ୍ରଚୁର ଅର୍ଥ ସଂଗ୍ରହ କରାଯାଇ ସ୍ୱଳ୍ପମାତ୍ରାରେ ସହାୟତା ପ୍ରଦାନ କରାଯାଉଛି। ୱେଲଫେୟାର କୋର୍ଡିନେଟର ଉଦ୍ଦେଶ୍ୟମୂଳକ ଭାବରେ ସହାୟତା ଦରଖାସ୍ତଗୁଡ଼ିକୁ ନଷ୍ଟ କରି ଦେଉଥିବାର ସମନ୍ୱୟ କମିଟି ସ୍ପଷ୍ଟ କରିଛନ୍ତି। ଆଜି ଉପରୋକ୍ତ ୱେଲଫେୟାର କୋର୍ଡିନେଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ସମନ୍ୱୟ କମିଟି ପୁରୀ ଜିଲ୍ଲାର ଶତାଧିକ କର୍ମକର୍ତ୍ତା ଧାରଣା କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ସମନ୍ୱୟ କମିଟିର ଏକ ୬ ଜଣିଆ ପ୍ରତିନିଧି ମଣ୍ଡଳୀ ଶ୍ରମ କମିଶନରଙ୍କୁ ଏ ସଂକ୍ରାନ୍ତରେ ଭେଟିଥିଲେ ଓ ଶ୍ରମ କମିଶନର ଯଥାଶୀଘ୍ର ଦୁର୍ନୀତିଗ୍ରସ୍ତ ୱେଲଫେୟାର କୋର୍ଡିନେଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରତିଶୃତି ଦେବା ସହ ପୁରୀ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ବାସ୍ତୁ ଦୋଷ ଥିବାରୁ ଏଭଳି ଅଘଟଣମାନ ଘଟୁଛି ବୋଲି ପ୍ରକାଶ କରିଥିଲେ। ବର୍ତ୍ତମାନର ଦାୟିତ୍ୱରେ ଥିବା ମଣ୍ଡଳ ଶ୍ରମ ଆୟୁକ୍ତ ଦୁର୍ଘଟଣାଗ୍ରସ୍ତ ହୋଇ ସ୍ୱାସ୍ଥ୍ୟଗତ ଛୁଟିରେ ଥିବାରୁ ଅନ୍ୟ ଜଣେ ଅଧିକାରୀଙ୍କୁ ଆପଣଙ୍କ ଅଭିଯୋଗ ଉପରେ ତଦନ୍ତ ପାଇଁ ଦାୟିତ୍ୱ ନ୍ୟସ୍ତ କରାଯାଇଛି ଓ ସରକାରୀ ନିୟମ ଅନୁସାରେ ତଦନ୍ତ ରିପୋର୍ଟ ଆସିଲା ପରେ ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଶ୍ରମ କମିଶନର୍ ପ୍ରତିଶୃତି ଦେଲେ। ତଦନୁସାରେ ସମନ୍ୱୟ କମିଟି ତରଫରୁ ରାଜ୍ୟସ୍ତରୀୟ ଅନିର୍ଦ୍ଦିଷ୍ଟ କାଳ ଧାରଣାକୁ ସ୍ଥଗିତ କରାଯାଇଥିଲା। ତୁରନ୍ତ ଅନୁସନ୍ଧାନ କରି ୱେଲଫେୟାର କୋର୍ଡିନେଟରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିକରି, ପୁରୀ ମଣ୍ଡଳ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତା ୨୨-୦୯-୨୦୨୦ରିଖଠାରୁ ଧାରଣା ଦିଆଯିବା ପାଇଁ ଆହ୍ୱାନ ଦିଆଯାଇଛି।

 

ଏହି ଧାରଣା କାର୍ଯ୍ୟକ୍ରମରେ ସମନ୍ୱୟ କମିଟିର ରାଜ୍ୟ ଆବାହକ ବିଜୟ ଜେନା, ଏଚ୍‌-ଏମ୍‌-ଏସ୍‌- ର ଉପସାଧାରଣ ସମ୍ପାଦକ ବିରେନ୍ଦ୍ର ପ୍ରସାଦ ଦାସ, ମହାବୀର ମିଶ୍ର, ସୁର ଜେନା, ଜ୍ଞାନରଞ୍ଜନ ଦାସ, ମଧୁସୂଦନ ପ୍ରଧାନ, ସ୍ମୃତିରଞ୍ଜନ ଦାସ, ସତ୍ୟମନ୍ୟୁ ପ୍ରଧାନ, ମହେଶ୍ୱର ମହାରଣା, କମଳ ନାରାୟଣ ରଥ, ବିପିନ ରାଉତ, ମିଟୁ ମହାପାତ୍ର, ବିପିନ ନାୟକ, ଅକ୍ଷୟ କାଣ୍ଡି, ସୁଦର୍ଶନ ପ୍ରଧାନ, ସୁଶାନ୍ତ ପରିଡ଼ା ପ୍ରମୁଖ ନେତୃତ୍ୱ ନେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.