Home ଜିଲ୍ଲା ପରିକ୍ରମା ପ୍ରେମାନନ୍ଦ ଦାସ ମହାପାତ୍ରଙ୍କ ବିୟୋଗରେ ସହରରେ ଶୋକ ଛାୟା ଖେଳିଯାଇଛି

ପ୍ରେମାନନ୍ଦ ଦାସ ମହାପାତ୍ରଙ୍କ ବିୟୋଗରେ ସହରରେ ଶୋକ ଛାୟା ଖେଳିଯାଇଛି

160

ପୁରୀ, ୨୧/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ଶ୍ରୀମନ୍ଦିରର ବରିଷ୍ଠ ଦଇତା ପତି ସେବାୟତ ପ୍ରେମାନନ୍ଦ ଦାସ ମହାପାତ୍ର ଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ଖେଳିଯାଇଛି। ତାଙ୍କ ବିୟୋଗରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି। ଆଇନମନ୍ତ୍ରୀ ପ୍ରତାପ ଜେନା ଏକ ବାର୍ତ୍ତା ରେ କହିଛନ୍ତି ଯେ, ଦେବୀ ସୁଭଦ୍ରା ଙ୍କ ବାଡଗ୍ରାହୀ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କ ଦେହାନ୍ତ ଖବର ପାଇ ସେ ମର୍ମାହତ। ତାଙ୍କ ବିୟୋଗରେ ଦଇତାପତି ନିଯେଗା ପକ୍ଷରୁ ଶୋକ ପ୍ରକାଶ କରାଯାଇଛି। ଜିଲା କଂଗ୍ରେସ କମିଟି ସଭାପତି ଅମୀୟ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ବିଭିନ୍ନ ଜାଗା ଆଖଡା ଓ ନିଯୋଗ କର୍ମକର୍ତାମାନେ ଶୋକବ୍ୟକ୍ତ କରିଛନ୍ତି। ଏବର୍ଷ ପୂଜାରେ ପ୍ରେମା ଙ୍କ ଅନୁପସ୍ଥିତି ଅନୁଭୂତ ହେବ ବୋଲି ସାହି ଲୋକେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.