Home ଅପରାଧ ପାରିବାରିକ କଳାକୁ କେନ୍ଦ୍ର କରି ଭାଇକୁ ଗୁଳି ମାରିଲା ଭାଇ

ପାରିବାରିକ କଳାକୁ କେନ୍ଦ୍ର କରି ଭାଇକୁ ଗୁଳି ମାରିଲା ଭାଇ

192

ଢେଙ୍କାନାଳ,୨୯/୦୯,(ଓଡ଼ିଆ ପୁଅ ପି ନାଏକ): ପାରିବାରିକ କଳହକୁ ନେଇ ଭାଇକୁ ଗୁଳି ମାରିଲା ଭାଇ । ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବେଲଟିକିର ଗ୍ରାମରେ । ବଡ଼ ଭାଇର ଗୁଳିମାଡ଼ରେ ସାନ ଭାଇ ଗୁରୁତର । ସାନ ଭାଇ ବିଭୁ ବେହେରାକୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାନୁସାରେ, ସାନ ଭାଇ ବିଭୁ ବେହେରା ବଡ଼ ଭାଇ ମିଲୁ ବେହେରା ଉପରକୁ ପ୍ରଥମେ ବୋମାମାଡ଼ କରିଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ବଡ଼ଭାଇ ମିଲୁ ତାଙ୍କ ଉପରକୁ ଗୁଳି ଚଲାଇଥିବା ଜଣାପଡିଛି । ବିଭୁକୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଅବସ୍ଥା ଗୁରୁତର ହେବାରୁ ବିଭୁଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଖବର ପାଇ ସଦର ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.