Home ଆନ୍ତର୍ଜାତୀୟ ଇମ୍ରାନ୍ ଖାନଙ୍କୁ ଧନ୍ୟବାଦ ଦେଲା ଆରଏସଏସ: ସଂଘର କେଉଁ ଇଚ୍ଛାକୁ ପୂରଣ କଲେ କି ଇମ୍ରାନ୍?

ଇମ୍ରାନ୍ ଖାନଙ୍କୁ ଧନ୍ୟବାଦ ଦେଲା ଆରଏସଏସ: ସଂଘର କେଉଁ ଇଚ୍ଛାକୁ ପୂରଣ କଲେ କି ଇମ୍ରାନ୍?

1944

ନୂଆଦିଲ୍ଲୀ: ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ଧନ୍ୟବାଦ ଦେଇଛି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ)!କାରଣ ସଂଘର ଇଚ୍ଛା ପୂରଣ କରିଛନ୍ତି ଇମ୍ରାନ୍।ଯେ କେହି ଏହା ଶୁଣି ଆଶ୍ଚର୍ଯ୍ୟ ହୋଇପାରେ ଯେ, ଇମ୍ରାନ୍ ଖାନଙ୍କୁ ଆରଏସଏସ କିପରି ଏବଂ କାହିଁକି ଧନ୍ୟବାଦ ଦେଲା।ୟୁଏନଜିଏରେ ଆରଏସଏସର କଥା ଉଠାଇଥିବାରୁ ସଂଘ ସହ-ସରକାର୍ଯ୍ୟବାହ (ରାଷ୍ଟ୍ରୀୟ ଯୁଗ୍ମ ମହାସଚିବ) କୃଷ୍ଣ ଗୋପାଳ ଇମ୍ରାନ୍ ଖାନଙ୍କୁ ଧନ୍ୟବାଦ ଦେଇଛନ୍ତି।କୃଷ୍ଣ ଗୋପାଳ କହିଛନ୍ତି, “ଆମେ ତାଙ୍କୁ ଧନ୍ୟବାଦ ଦେଉଛୁ, ବିନା କିଛି କରିବାରେ ସେ ଆମ ନାମକୁ ଦୁନିଆ ସାରା ପହଞ୍ଚାଇ ଦେଲେ।ଆମେ ମଧ୍ୟ ଏହା ଚାହୁଁଥିଲୁ ଯେ ସାରା ଦୁନିଆ ଭାରତ ଏବଂ ସଂଘ (ଆରଏସଏସ)କୁ ଏକ ଏବଂ ଅଭିର୍ଣ୍ଣ ବୋଲି ବୁଝୁ।ଏହି କାମଟିକୁ ଇମ୍ରାନ୍ ଖାନ୍ ବହୁତ ଭଲ ଢଙ୍ଗରେ କରିଦେଲେ।//ଦେବଦତ୍ତ ରଥ

ଗାନ୍ଧୀ ନାଁ ମୋଦୀ; ରାଷ୍ଟ୍ରପିତା କିଏ?

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.