Home କୋରାପୁଟ ପରିବାରର ୩ ମୃତ୍ୟୁ ଘଟଣା ;ମସ୍ତିପୁଟରେ ଅନ୍ତିମ ସଂସ୍କାର କରାଗଲା

ପରିବାରର ୩ ମୃତ୍ୟୁ ଘଟଣା ;ମସ୍ତିପୁଟରେ ଅନ୍ତିମ ସଂସ୍କାର କରାଗଲା

897

କୋରାପୁଟ ; ତା୧୬-୦୬-୧୯(ଓଡିଆପୁଅ /ରଂଜନ କୁମାର ଦାସ)ଗତ ୧୪ ତାରିଖ ରାତ୍ରୀରେ ଦାମନଯୋଡି ନିକଟ ଭେଜାପୁଟଠାରେ ଟିପ୍ପର ଘର ଉପରେ ଚଢିଗଲା ପରେ ୩ ଜଣ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ ।ଘର ଭିତରରେ ଶୋଇଥିବା ସମୟରେ ଆନନ୍ଦ ଖୋସଲା ,ପତ୍ନୀ ପଦ୍ମା ଓ କନ୍ୟା ଜ୍ୟୋସ୍ନା ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ ।ଗତକାଲି କ୍ଷତିପୂରଣ ଦାବିରେ ରାସ୍ତାରୋକ କରାଯାଇଥିଲା ଏବଂ କ୍ଷତିପୂରଣ ମିଳିବା ପରେ ରାସ୍ତାରୋକ ହଟିଥିଲା ।କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଶବ ବ୍ୟବଛେଦ ହେବାପରେ ରାତ୍ରୀରେ ମସ୍ତିପୁଟ ଗ୍ରାମକୁ ମୃତଦେହ ପରିବାର ଲୋକେ ନେଇଥିଲେ ।ଆଜି ସକାଳେ ମସ୍ତିପୁଟଠାରେ ଅନ୍ତିମ ସଂସ୍କାର କରାଯାଇ ସମାଧି ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ କୋରାପୁଟ ବିଧାୟକ ରଘୁରାମ ପଡାଲ , ବିଜେଡି ନେତା ରଘୁରାମ ମାଛ , ଜିଲ୍ଲାପରିଷଦ ସଭାପତି ତୁଲସି କିରସାନି , ଜିଲ୍ଲାପରିଷଦ ସଦସ୍ୟା ପାର୍ବତୀ ମସ୍ତି ,ଜେଇଏଲସି ସିନେଟ ଅଧ୍ୟକ୍ଷ ବାବୁଲା ବେନିଆ ,ଜେଇଏଲସି କେନ୍ଦ୍ରୀୟ ଅଧ୍ୟକ୍ଷ ବିଧାନ ନାୟକ, ତ୍ରୀନାଥ ପାତିକା ପ୍ରମୁଖ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.