Home Top News ନେତାଜୀଙ୍କ ୧୨୫ ତମ ଜନ୍ମଜୟନ୍ତୀ ପ୍ରସଙ୍ଗ –ରାଜ୍ୟପାଳ ଏବଂ ମୁଖ୍ୟ ବିଚାରପତିଙ୍କ ସମେତ ୨୫ଜଣଙ୍କୁ ସାମିଲ...

ନେତାଜୀଙ୍କ ୧୨୫ ତମ ଜନ୍ମଜୟନ୍ତୀ ପ୍ରସଙ୍ଗ –ରାଜ୍ୟପାଳ ଏବଂ ମୁଖ୍ୟ ବିଚାରପତିଙ୍କ ସମେତ ୨୫ଜଣଙ୍କୁ ସାମିଲ କରିବାପାଇଁ ପ୍ରଧାନ ମନ୍ତ୍ରୀଙ୍କୁ ପତ୍ର ଲେଖିଲେ ନିରଞ୍ଜନ

17

ଭୁବନେଶ୍ୱର ୧୩.୧ (ଓଡ଼ିଆ ପୁଅ) – ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୫ତମ ଜନ୍ମ ବାର୍ଷିକୀ ପାଳନ କରିବା ପାଇଁ କେନ୍ଦ୍ର ସରକାର ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ୮୫ ଜଣିଆ କମିଟି ଗଠନ କରାଯାଇଛି। ଏହି କମିଟିରେ ଓଡିଶାକୁ ଅଣଦେଖା କରାଯାଇଛି ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଉଦ୍‌୍‌ବେଗ ପ୍ରକାଶ କରିଛନ୍ତି। ଏହି କମିଟିରେ ଓଡ଼ିଶାରୁ କେବଳ ୩ଜଣ ଥିବାବେଳେ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ୨୬ଜଣ ରହିଛନ୍ତି। ଯାହାକି ଓଡ଼ିଶା ପାଇଁ ଦୁଃଖ ଓ ପରିତାପର ବିଷୟ। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓଡିଶାର କଟକ ଜିଲ୍ଲାରେ ଜନ୍ମଗ୍ରହଣ କରି ବାଲ୍ୟଶିକ୍ଷା ସମାପ୍ତ କରିଛନ୍ତି। ଏପରିକି ତାଙ୍କର ଜନ୍ମସ୍ଥାନ ଜାନକୀନାଥ ଭବନକୁ ରାଜ୍ୟ ସରକାର ନେତାଜୀ ସଂଗ୍ରହାଳୟରେ ପରିଣତ କରିଛନ୍ତି। ଯେଉଁଠାରେ କି ନେତାଜୀଙ୍କ ସହ ଜଡିତ ସ୍ମାରକପତ୍ର ସେଠାରେ ପ୍ରଦର୍ଶିତ କରାଯାଉଛି। ଏଠାରେ ଉପଲବ୍ଧ ଥିବା ଅବିସ୍ମରଣୀୟ ଫଟୋଚିତ୍ର, କାଗଜପତ୍ର, ସ୍ମୃତିକୁ ଜାତି ଉଦ୍ଦେଶ୍ୟରେ ସୁରକ୍ଷିତ ରଖିବା ପାଇଁ ସୁବାଷ ବୋଷଙ୍କ ଜନ୍ମ ପୀଠକୁ ଜାତୀୟ ସଂଗ୍ରାହଳୟରେ ପରିର୍ବତନରେ ଘୋଷଣା କରିବାପାଇଁ ଶ୍ରୀ ପଟ୍ଟନାୟକ ଏକ ପତ୍ରମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିବା ସହିତ ନେତାଜୀ ସୁବାଷ ବୋଷ ଓଡ଼ିଶା ମାଟିର ଯୋଗ୍ୟତମ ଦାୟାଦ ତାଙ୍କ ଜନ୍ମ ଓଡ଼ିଶାରେ, ତାଙ୍କ ବାଲ୍ୟଶିକ୍ଷା ଓଡ଼ିଶାରେ ଏବଂ ଓଡ଼ିଶାର ଛାତ୍ର ଆନ୍ଦୋଳନର ପ୍ରବର୍ତକ, ଓଡ଼ିଶାବାସୀଙ୍କ ସହିତ ଓତପ୍ରୋତ ଭାବେ ଜଡ଼ିତ ରହିଥିଲେ। ଏଣୁ କେନ୍ଦ୍ର ସରକାର ଗଠନ କରିଥିବା କମିଟିରେ ଓଡ଼ିଶାର ରାଜ୍ୟପାଳ, ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି, ଆଜାଦ ହିନ୍ଦ ଫୌଜ ସହ ସଂପୃକ୍ତି ଥିବା ବ୍ୟକ୍ତିବିଶେଷ, ରାଜନେତା, ବୁଦ୍ଧଜୀବି, ଐତିହାସିକ, ସାମ୍ବାଦିକଙ୍କ ସମେତ ବିଭିନ୍ନ ବର୍ଗରେ ପାରଦର୍ଶିତା ଲାଭ କରିଥିବା ୨୫ଜଣ ବ୍ୟକ୍ତିବଶେଷଙ୍କୁ ଏହି କମିଟିରେ ସ୍ଥାନିତ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ପତ୍ରମାଧ୍ୟମରେ ଅନୁରୋଧ କରିଛନ୍ତି ଏବଂ ଜାନୁଆରୀ ୨୩ ତାରିଖ ଠାରୁ ବର୍ଷ ବ୍ୟାପୀ ଆରମ୍ଭ ହେବାକୁ ଥିବା ନେତାଜି ଜୟନ୍ତୀ ଉତ୍ସବକୁ କଟକ ଠାରେ ଏକ ବିରାଟ ପ୍ରଦର୍ଶନୀ ମାଧ୍ୟମରେ ପାଳନ କରିବାକୁ ପ୍ରସ୍ତାବ ଦେବା ସହିତ ତତ୍ ସଙ୍ଗେ ସଙ୍ଗେ ପ୍ରଧାନମନ୍ତ୍ରୀ ସଂସ୍କୃତି ବିଭାଗକୁ ଏ ସଂପର୍କରେ ପ୍ରାଧାନ୍ୟ ଦେବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.