Home ଜିଲ୍ଲା ପରିକ୍ରମା ପୁରୁଣା ନାମ ନେଇ ସେବାସମବାୟ ସମିତି ପରିସରରେ ଉତ୍ତେଜନା

ପୁରୁଣା ନାମ ନେଇ ସେବାସମବାୟ ସମିତି ପରିସରରେ ଉତ୍ତେଜନା

19

ବାହାନଗା,୧୨ା୧ : (ଭାରତୀ ଦାସ / ଓଡ଼ିଆ ପୁଅ) ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକର ପଣପଣା ସେବା ସମବାୟ ସମିତିର ବିବାଦ ପିଛା ଛାଡ଼ୁ ନଥିବାର ଜଣାପଡ଼ିଛି । ବାଦ ବିବାଦ ଭିତରେ ସେବାସମବାୟ ସମିତି ବହୁ ଦିନ ଧରି ତାଲା ପଡ଼ିଥିବାର ଜଣାପପଡ଼ିଥିଲା । ବିଭିନ୍ନ ସମୟରେ ଚାଷୀ ଓ ଜମାକାରୀ ମାନଙ୍କର ଜିଲ୍ଲାପାଳଙ୍କ ନିଟରେ ଅଭିଯୋଗ ପରେ ଗତ ୭ତାରିଖ ଗୁରୁବାର ଦିନ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଆସି ପଣାପଣା ସେବା ସମବାୟ ସମିତିରେ ପହଞ୍ଚି ଥିଲେ । ଆଗକୁ ଧାନ କିଣା ସମୟ ଥିବାରୁ ଏହାକୁ କାର୍ଯ୍ୟକ୍ଷମ କରାଇବାକୁ ତାଗିଦ କରିଥିଲେ । ଏବଂ ଅଡ଼ିଟ ପରେ ସେବା ସମବାୟ ସମିତିରେ ଜମାକାରୀ ଚାଷୀଙ୍କ ଟଙ୍କା ଫେବ୍ରୁୟାରୀ ୧୫ପରେ ଧିରେ ଧିରେ ଅଳ୍ପ ଅଳ୍ପ ପରିମାଣରେ ଫେରସ୍ତ ପାଇଁ ପ୍ରତିଶୃତି ଦେଇଥିଲେ । ଏହା ପରେ ବିଭାଗୀୟ ଅଫିସର ଓ ସ୍ଥାନୀୟ କର୍ମକର୍ତ୍ତା ମାନେ ଏବାବଦରେ ଆଲୋଚନା କରିଥିଲେ । ଫଳରେ ଆସନ୍ତା ୮ ତାରିଖ ଠାରୁ ଧାନ କିଣା ହେବା ସହ ସମବାୟ ସମିତିକୁ ଠିକ ଭାବରେ ଚଲାଇ ବାକୁ ପ୍ରୟାସ କରାଯିବା ସହ ସମସ୍ତଙ୍କର ସହଯୋଗ ଲୋଡ଼ି ଥିଲେ । ସେହି ଅନୁସାରେ ଶୁକ୍ରବାର ୮ ତାରିଖରୁ ଧାନ କିଣା ଆରମ୍ଭ ହୋଇଥିଲା । ଧାନ କିଣା ଦାୟିତ୍ୱରେ ବର୍ତ୍ତମାନର ଦାୟିତ୍ୱରେ ଥିବା ସମ୍ପାଦକ ଚନଦ୍ର ଶେଖର ନାୟକଙ୍କ ତତ୍ୱାବଧାନରେ ଧାନ କିଣା ହେବ ବୋଲି ସିଦ୍ଧାନ୍ତ ହୋଇ ସମ୍ପାଦକଙ୍କ ନାମରେ ମିଲର ସହ ଚୁକ୍ତି ନାମା ହେବା ପାଇଁ ସିଦ୍ଧାନ୍ତ ହୋଇ ଥିଲା । ଏବେ ସମିତିରେ ୩ଜଣ ସମ୍ପାଦକ ରହିଥିବା ବେଳେ ପୂର୍ବତନ ସମ୍ପାଦକ ପ୍ରଫୁଲ୍ଲ କୁମାର ପଲେଇଙ୍କ ନାମରେ ଧାନ କିଣା ଚୁକ୍ତିନାମା ଥିବାର ଜଣାପଡ଼ିଥିଲା । ଏହି ପ୍ରସଙ୍ଗକୁ ନେଇ ସେବାସମବାୟ ସମିତିରେ ଚାଷୀଙ୍କ ମଧ୍ୟରେ ଚାପା ଉତ୍ତେଜନା ଲାଗି ରହିଥିଲା । ଏହାପରେ ସାଂସଦ ପ୍ରତିନିଧି ବୈରାଗୀ ଚରଣ ବେହେରା ମୁଖ୍ୟ କାର୍ଯ୍ୟାଳୟକୁ ଯୋଗାଯୋଗ କରିବାରୁ ପୁର୍ବ ଚୁକ୍ତି ନେଟରେ କରେକ୍ସନ ହୋଇ ନଥିଲା । କିନ୍ତୁ ଅଫିସ ରେଜିଷ୍ଟାରରେ ତାହା ଥିବାର ଜଣାପଡ଼ିବା ପରେ ଅବସ୍ଥା ଶାନ୍ତ ପଡ଼ିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.