Home ଜିଲ୍ଲା ପରିକ୍ରମା ଧାମରା ବନ୍ଦର ବିରୁଦ୍ଧରେ ମାନବାଧିକାର ଆୟୋଗଙ୍କ ନିକଟରେ ଅଭିଯୋଗ : ନିଜ ପକ୍ଷ ରଖିବାକୁ ବନ୍ଦର...

ଧାମରା ବନ୍ଦର ବିରୁଦ୍ଧରେ ମାନବାଧିକାର ଆୟୋଗଙ୍କ ନିକଟରେ ଅଭିଯୋଗ : ନିଜ ପକ୍ଷ ରଖିବାକୁ ବନ୍ଦର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ

131

ଭଦ୍ରକ, ୨୬ା୬ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ଧାମରା ବନ୍ଦରରେ ଚାଲିଥିବା ଶ୍ରମିକ ଶୋଷଣ ବିରୁଦ୍ଧରେ ରାଜ୍ୟ ମାନବାଧିକାରଙ୍କ ନିକଟରେ ଅଭିଯୋଗ ହୋଇଛି । ଏ ନେଇ ମାନବାଧିକାର ଆୟୋଗ ଧାମରା ବନ୍ଦରକୁ ପକ୍ଷ କରି ହୋଇଥିବା ଅଭିଯୋଗ ଉପରେ ଉତ୍ତର ରଖିବାକୁ ନିର୍ଦେଶ ଦେଇଛନ୍ତି । ଖବରରୁ ପ୍ରକାଶ ଧାମରା ବନ୍ଦର କର୍ତୁପକ୍ଷ ଗୁଜରାଟ, ମହାରାଷ୍ଟ୍ର,ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ବିହାର,ପଶ୍ଚିମବଙ୍ଗ ଏବଂ ଝାଡଖଣ୍ଡରୁ ଶହ ଶହ ସଂଖ୍ୟାରେ ଶ୍ରମିକ ମାନଙ୍କୁ ଆଣି ବନ୍ଦର କାର୍ଯ୍ୟରେ ନିୟୋଜିତ କରୁଛନ୍ତି । କେନ୍ଦ୍ର ସରକାର ତଥା ଓଡିଶା ରାଜ୍ୟ ସରକାର କୋବିଡ -୧୯ ପାଇଁ ପ୍ରଣୟନ କରିଥିବା ନିୟମ କାନୁନ କୁ କୌଣସି ପରିସ୍ଥିତିରେ ମାନୁ ନଥିବା ବେଳେ ଏହି ଶ୍ରମିକ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉନାହିଁ । ଅନ୍ୟ ପକ୍ଷରେ ଓଡିଶା ଏକ ଗରିବ ରାଜ୍ୟ ହୋଇଥିବା ବେଳେ କେନ୍ଦ୍ର ସରକାର ଲକ ଡାଉନ ମାର୍ଚ୍ଚ ୨୪ ତାରିଖ ଘୋଷଣା କରିବା ପରେ ବହୁ ସଂଖ୍ୟାରେ ଓଡିଶାର ଶ୍ରମିକ ନିଜ ରାଜ୍ୟକୁ ଫେରିଛନ୍ତି । ଆଜି ଭଳି ଦିନରେ କରୋନା ମହାମାରୀର ଭୟାବହତାକୁ ଆଖି ଆଗରେ ରଖି ଓଡିଶା ରାଜ୍ୟର ଏହି ଶ୍ରମିକ ମାନେ ନିଜର ଚାକିରୀ ହରାଇବା ସହ ନିଜ ରାଜ୍ୟରେ ବିନା ଶ୍ରମରେ ଭୋକ ଉପାସରେ କାଳତିପାତ କରୁଛନ୍ତି ।ଧାମରା ବନ୍ଦର କର୍ତୁପକ୍ଷ ଏହି ଶ୍ରମିକ ମାନଙ୍କ ଅଭିଜ୍ଞତାକୁ ପରୀକ୍ଷା ନିରୀକ୍ଷା କରିବା ସହ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ସେମାନଙ୍କୁ ବନ୍ଦର ମଧ୍ୟରେ ନିୟୋଜିତ କରିବା ଜରୁରୀ ହୋଇ ପଡିଛି ବୋଲି ଅଭିଯୋଗକାରୀ ଅମୀୟ କୁମାର ମହାପାତ୍ର ଏ ବିଷୟରେ ଆୟୋଗଙ୍କ ନିକଟରେ ଅଭିଯୋଗ ଫର୍ଦ୍ଦର୍ ଦାଖଲ କରିଛନ୍ତି । ଏଥିସହ ବର୍ତ୍ତମାନ କୋବିଦ-୧୯ ସମୟରେ ଧାମରା ବନ୍ଦରେ କାର୍ଯ୍ୟରତ ସମସ୍ତ ଶ୍ରମିକ ଏବଂ ଅନ୍ୟ କାର୍ଯ୍ୟକର୍ତାଙ୍କ ସ୍ୱାସ୍ଥ୍ୟପରୀକ୍ଷା କରାଯିବା ଜରୁରୀ ହୋଇପଡିଛି ବୋଲି ମଧ୍ୟ ଏହି ଅଭିଯୋଗରେ ଦର୍ଶାଯାଇଛି । ଏହି ସମସ୍ତ ଅଭିଯୋଗ ହସ୍ତଗତ ହେବା ପରେ ରାଜ୍ୟ ମାନବାଧିକାର ଆୟୋଗ ଧାମରା ବନ୍ଦର କର୍ତୁପକ୍ଷଙ୍କୁ ଆସନ୍ତା ଜୁଲାଇ ୨୧ ତାରିଖରେ ପକ୍ଷ ରଖିବା ପାଇଁ କେଶ ନଂ୧୪୬୮ ରେ ନିର୍ଦେଶ ଦେଇଛନ୍ତି । ଏହି ନିର୍ଦେଶ ପାଇବା ପରେ ଧାମରା ବନ୍ଦର କର୍ତୁପକ୍ଷ ଆସନ୍ତା ଦିନରେ ସ୍ଥାନୀୟ ଅଂଚଳବାସୀ(ଶ୍ରମିକ) ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ନିଜ ଅଧିନରେ ଚାକିରୀ ଦେବେ ଅଥବା ପୁନଶ୍ଚ ବାହାର ରାଜ୍ୟରୁ ବିନା ସ୍ୱାସ୍ଥ୍ୟ ପରୀକ୍ଷାରେ ପୁନଶ୍ଚ ଶହ ଶହ ସଂଖ୍ୟାରେ ନିଯୁକ୍ତି ଦେବେ ତାହା ପ୍ରଶ୍ନବାଚୀ ହୋଇପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.