Home ଜିଲ୍ଲା ପରିକ୍ରମା ଚିହ୍ନଟ ହେଲେ ନୂଆ ୨୫ କରୋନା ଆକ୍ରାନ୍ତ : ମୋଟ ଆକ୍ରାନ୍ତ ୨୨୬, ସୁସ୍ଥ ୧୮୭,...

ଚିହ୍ନଟ ହେଲେ ନୂଆ ୨୫ କରୋନା ଆକ୍ରାନ୍ତ : ମୋଟ ଆକ୍ରାନ୍ତ ୨୨୬, ସୁସ୍ଥ ୧୮୭, ଆକ୍ଟିଭ ୩୯

167

ଭଦ୍ରକ, ୨୬ା୬ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲ୍ଲାରୁ ମୋଟ ୨୫ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂତନ ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂଖ୍ୟା ୨୨୬ରେ ପହଞ୍ଚିଛି । ତେବେ ଆଜି ସୁଦ୍ଧା ଏମାନଙ୍କ ମଧ୍ୟରୁ ୧୮୭ଜଣ ଆକ୍ରାନ୍ତ ସୁସ୍ଥ ହୋଇ ସାରିଥିବା ବେଳେ ଆକ୍ଟିଭ କେଶ ରହିଛି ୩୯ । ଇତିମଧ୍ୟରେ ଜିଲ୍ଲାରୁ ମୋଟ ୮୮୯୮ଜଣଙ୍କ ସାମ୍ପୁଲ ଟେଷ୍ଟ ହୋଇ ସାରିଛି । ଆଜି ଚିହ୍ନଟ ହୋଇଥିବା ୨୫ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୩ଜଣ ସରକାରୀ କ୍ୱାରେଣ୍ଟାଇନ ସେଣ୍ଟରର ଅନ୍ତେବାସୀ ହୋଇଥିବା ବେଳେ ୨ଜଣ ହୋମ କ୍ୱାରେଣ୍ଟାଇନରେ ଥିଲେ । ଆକ୍ରାନ୍ତମାନେ ଭଦ୍ରକ, ଚାନ୍ଦବାଲି, ଧାମନଗର, ତିହିଡି ବ୍ଲକ ଏବଂ ଭଦ୍ରକ ପୌରପାଳିକା ଅନ୍ତର୍ଗତ ଅଧିବାସୀ । ମୋଟ ୨୫ଜଣଙ୍କ ମଧ୍ୟରୁ ୮ଜଣ ଭଦ୍ରକ ବ୍ଳକ ଅନ୍ତର୍ଗତ ଶୀରାପୁର ଆପମିନ ବାଳିକା ଉଚ୍ଚ ବିଦ୍ୟାଳୟ ଟିଏମ୍‌ସି ଅନ୍ତେବାସୀ, ୩ଜଣ ଚାନ୍ଦବାଲି ବ୍ଲକ ଗଉଡୁଣୀ ପୋଖରୀ ସ୍କୁଲ ଟିଏମ୍‌ସି, ୨ଜଣ ଭଣ୍ଡାରିପୋଖରୀ ବ୍ଲକ ସରସଦା ସରକାରୀ ଉଚ୍ଚ ବିଦ୍ୟାଳୟ ଟିଏମ୍‌ସି, ଜଣେ ଭଦ୍ରକ ପୌରପାଳିକାର ୨ ନଂ ୱାର୍ଡ ଓ ଜଣେ ୨୨ ନଂ ୱାର୍ଡର ହୋମ କ୍ୱାରେଣ୍ଟାଇନ, ୩ଜଣ ତିହିଡି ବ୍ଲକର ସିଆର୍‌ଏସ୍ ହାଇସ୍କୁଲ କୋବିଡ କେୟାର ସେଣ୍ଟର, ୨ଜଣ ଧାମନଗର ବ୍ଲକ ନଦୀଗାଁ ଉଚ୍ଚ ବିଦ୍ୟାଳୟର ଟିଏମ୍‌ସି ଓ ଏହି ବ୍ଲକର ଜଣେ ବମକୁରା ହାଇସ୍କୁଲ ଟିଏମ୍‌ସି, ୩ଜଣ ତିହିଡି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଟିଏମ୍‌ସିରେ ଅନ୍ତେବାସୀ । ଏମାନଙ୍କ ମଧ୍ୟରୁ ୧୧ଜଣ ମହାରାଷ୍ଟ୍ର, ୫ଜଣ ତେଲେଙ୍ଗାନା, ୫ଜଣ ଗୁଜୁରାଟ, ଜଣେ ତାମିଲନାଡୁ, ଜଣେ ହରିଆନା, ଜଣେ ପଶ୍ଚିମବଙ୍ଗ ଓ ଜଣେ ନୂଆଦିଲ୍ଲୀରୁ ଆସିଥିଲେ । ଜିଲ୍ଲାପାଳ ଡ. ଜ୍ଞାନ ଦାସ ଏ ନେଇ କେତେକ ଅଞ୍ଚଳକୁ କଣ୍ଟେମେଣ୍ଟ ଓ ବଫରଜୋନ ଘୋଷଣା କରିଛନ୍ତି । ଘୋଷିତ କଣ୍ଟେନମେଣ୍ଟ ଜୋନରେ ଭଦ୍ରକ ପୌରପାଳିକାର ୨ ନଂ ୱାର୍ଡ ବରାଳପୋଖରୀ ଗ୍ରାମର ହନୁମାନ ମନ୍ଦିର ଠାରୁ ଜେନାସାହି, ତିନିଛକରୁ ରେଲୱେ ପାଣିଟାଙ୍କି, ବରାଳପୋଖରୀ ଗ୍ରାମର ସମସ୍ତ ସଂଯୋଗକାରୀ ରାସ୍ତା, ହନୁମାନ ହାଟ, ଜାଗୁଳାଇ ଓ ରହଣିଆ ପର୍ଯ୍ୟନ୍ତ ସମସ୍ତ ପିଡବ୍ଲୁଡି ରାସ୍ତା ଓ ପଞ୍ଚାୟତ ରାସ୍ତାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇ ଏହାକୁ ସିଲ କରାଯାଇଛି ।

 

 

ସେହିପରି ଭଦ୍ରକ ପୌରପାଳିକାର ୨୨ ନଂ ୱାର୍ଡର ଜୁମା ମସ୍‌ଜିଦ୍ ଠାରୁ ଚାନ୍ଦବାଲି ରାସ୍ତାର ୩ନଂ ପୋଲ, ଛଡାକ ମହଲା ଗ୍ରାମର କିଛି ଅଂଶ, ମୀର୍ଜାପୁର ଗ୍ରାମର କିଛି ଅଂଶ, ହେଲାସାହି ଗ୍ରାମର କିଛି ଅଂଶ, ପଠାଣସାହି, ଶଙ୍ଖାଶୁଣୀ ଆଦମପଟୀ କଲଭର୍ଟ ହୋଇ ତେଲୀସାହି, ଧୋବାସାହି, ୨୧ ନଂ ୱାର୍ଡର ମୀର୍ଜାପୁର ସ୍କୁଲ ଅଞ୍ଚଳ ଓ ୨୨ ନଂ ୱାର୍ଡ କିଛି ଅଂଶ କଣ୍ଟେନମେଣ୍ଟଜୋନ ହୋଇଛି । ପୌରପାଳିକାର ୧ନଂ ୱାର୍ଡ ଓ ୨୩ ନଂ ୱାର୍ଡକୁ ବଫରଜୋନ ଭାବେ ଘୋଷଣା କରାଯାଇଛି । ସେହିଭଳି ଭଦ୍ରକ ବ୍ଲକର ଶୀରାପୁର ଆପମିନ ବାଳିକା ଉଚ୍ଚ ବିଦ୍ୟାଳୟ କଣ୍ଟେନମେଣ୍ଟ ଓ କାଉପୁର ପଞ୍ଚାୟତ ବଫରଜୋନ, ଚାନ୍ଦବାଲି ବ୍ଳକର ଗଉଡୁଣୀପୋଖରୀ ସ୍କୁଲ କଣ୍ଟେନମେଣ୍ଟ ଓ ମଉସୁଧା ପଞ୍ଚାୟତ ବଫରଜୋନ, ଧାମନଗର ବ୍ଳକର ନଦୀଗାଁ ହାଇସ୍କୁଲ ଓ ବମକୁରା ହାଇସ୍କୁଲ କଣ୍ଟେନମେଣ୍ଟଜୋନ ଏବଂ ନଦୀଗାଁ ଓ ବମକୁରା ପଞ୍ଚାୟତ ବଫରଜୋନ, ତିହିଡି ବ୍ଲକର ଭାଟପଡା ପଞ୍ଚାୟତ ବଫରଜୋନ ଓ ଏହି ପଞ୍ଚାୟତ ଅଧୀନରେ ଥିବା ସରକାରୀ ବାଲିକା ଉଚ୍ଚ ବିଦ୍ୟାଳୟ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷିତ ହୋଇଛି । ଏହା ବ୍ୟତୀତ ତିହିଡି ବ୍ଲକର ପୂର୍ବରୁ ଘୋଷିତ କଣ୍ଟନମେଣ୍ଟଜୋନ କୋବିଡ କେୟାର ସେଣ୍ଟରରରୁ ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଏହାର କଟକଣା ସମୟସୀମାକୁ ବୃଦ୍ଧି କରାଯାଇଛି । ଏହି ସମସ୍ତ ଅଞ୍ଚଳରେ ୧୪ ଦିନ ପାଇଁ କଟକଣା ଜାରି ରହିବ । ଏହାଛଡା ୧୪ଦିନ କଟକଣା ପୂରଣ କରିଥିବା ଭଣ୍ଡାରିପୋଖରୀ ବ୍ଲକର ଗୋବିନ୍ଦପୁର ଗ୍ରାମ ଓ ପଞ୍ଚାୟତକୁ କଟକଣାମୁକ୍ତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.