Home ଜିଲ୍ଲା ପରିକ୍ରମା ଚିକିତ୍ସା ହେବାକୁ ଆସିଥିବା ବିଚାରଧିନ କଏଦୀ ହସପିଟାଲ ପରିସରରୁ ଚମ୍ପଟ

ଚିକିତ୍ସା ହେବାକୁ ଆସିଥିବା ବିଚାରଧିନ କଏଦୀ ହସପିଟାଲ ପରିସରରୁ ଚମ୍ପଟ

1210

ମାଲକାନଗିରି, ୨୦ା୪(ଓଡିଆ ପୁଅ ) ଜଣେ ବିଚାର ଧୀନକଏଦୀ ହସପିଟାଲକୁ ଚିକିତ୍ସିତ ହେବାକୁ ଆସି ପଇଡପିଇବା ବାହାନାରେ ଆଜି ମଧ୍ୟାହ୍ନରେ ମାଲକାନଗିରି ହସପିଟାଲ ପରିସରରୁ ଚମ୍ପଟ ମାରିଛି। ମାଲକାନଗିରି ଥାନାସ୍ଥ ପଦ୍ମଗିରି ଅଚଂଳର ରାଜୁ ବାରୋଇ(୩୫) ନାମକ ଯୁବକ ଚଳିତ ବର୍ଷ ଡିସେମ୍ବର ମାସ ୧୮ତାରିଖରେ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଗିରଫ ହୋଇି ମାଲକାନଗିରି ଜିଲ୍ଲା ଉପକାରାଗାରରେ ବିଚାରଧୀନ କଏଦୀ ଭାବେ ରହୁଥିଲା। ଆଜି ସକାଳେ ତାଙ୍କର ଛାତିରେ ଯନ୍ତ୍ରଣା ହେଉଛି କହିବାରୁ ଜେଲ କର୍ତୃପକ୍ଷ ତାଙ୍କୁ ଏକ ଅଟୋଗାଡିରେ ମାଲକାନଗିରି ହସପିଟାଲକୁ ଚିକିତ୍ସା ନିମନ୍ତେ ପଠାଇଥିଲେ। ତାଙ୍କ ସହିତ ଜେଲ ଫାର୍ମାସିଷ୍ଟ ଓ ଜେଲ ଓ୍ୟାର୍ଡର ଜଣେ ଯାଇଥିଲେ। ହସପିଟାଲରେ ଚିକିତ୍ସିତ ହୋଇ ସେ ଜେଲକୁ ଫେରୁଥିବା ବେଳେ ହସପିଟାଲ ଗେଟ ନିକଟରେ ପଇଡ ବିକାଳିଙ୍କୁ ଦେଖି ପଇଡ ପିଇବା ପାଇଁ କହିଥିଲେ। ଫାର୍ମାସିଷ୍ଟ ହସପିଟାଲରୁ କାଗଜପତ୍ର ଆଣିବାକୁ ରହିଯାଇ ଥିବା ବେଳେ ଆଗରେ ଜେଲ ଓ୍ୟାର୍ଡା କଏଦୀଙ୍କୁ ପଇଡ ପିଆଇବା ପାଇଁ ହସପିଟାଲଗେଟ ନିକକୁ ଧରି ପଳାଇ ଆସିଥିଲେ। ଓ୍ୟାର୍ଡର ପଇଡ ବାଛୁଥିବା ସମୟରେ ରାଜୁ ଗାଡି ପଛପଟକୁ ଯାଇ ଚମ୍ପଟ ମାରି ଫେରାର ହୋଇଯାଇଥିଲା। ତାଙ୍କୁ ବହୁତ ଖୋଜାଖୋଜି କରିବା ପରେ ନ ପାଇ କଏଦୀ ଫେରାର ହୋଇଯିବା ସଂପର୍କରେ ଜେଲ ସୁପରିଟେଣ୍ଡେଣ୍ଟ ସଂଗ୍ରାମ କେଶରୀ ନାୟକ କୋରାପୁଟ କାରାଗର ସପରି ଟେଣ୍ଡେଣ୍ଟ, ରାଜ୍ୟ କାରାଗାର ଅଧିକାରୀଙ୍କୁ ଜଣାଇବା ସହିତ ମାଲକାନଗିରି ଥାନାରେ ଏତଲା ଦେଇଛନ୍ତି। ମାଲକାନଗିରି ଥାନା ଆଇଆଇସି ରଜଂନ କୁମାର ସାହୁ କଏଦୀ ଫେରାର ସଂପର୍କରେ କେସ ରୁଜୁକରି ବିଭିନ୍ନ ଥାନକୁ ଖବର ପଠାଇ ବିଭିନ୍ନ ସ୍ଥାନରେ ଫେରାର କଏଦୀଙ୍କୁ ଖୋଜା ଆରମ୍ଭ କରି ଦେଇଛନ୍ତି। ସୂଚନା ଯୋଗ୍ୟଯେ ଗତ ମାର୍ଚ୍ଚ ମାସ୫ ତାରିଖେରେ ଜେଲର ପାଣିନଳା ବାଟେ ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ ଜେଲରେ ଥିବା ଅଜିତ ଡାକୁଆ ନାମକ ଜଣେ ବିଚାର ଧୀନ କଏଦୀ ଚମ୍ପଟ ମାରିଥିଲା।ଜେଲ କର୍ମଚାରୀ ମାନେ ଦୀର୍ଘ୪ଦିନ ଧରି ବହୁତ ଖୋଜା ଖୋଜିକଲାପରେ ଅଜିତ ଡାକୁଆକୁ ତାଙ୍କ ଘର ନିକଟ ଜଙ୍ଗଲରୁ ଗିରଫ କରିବାରେ ସଫଳ ହୋଇଥିଲେ। ସେ ଘଟଣାରେ ଜଣେ ଓ୍ୟାର୍ଡରଙ୍କୁ ନିଲମ୍ବନ କରାଯାଇଥିଲା। ସେ ଘଟଣାର ମାସେ ନ ଯାଉଣୁ ପୁଣି କଏଦୀ ଚମ୍ପଟ ଘଟଣାରେ ଜେଲ କର୍ତୃପକ୍ଷ ହରଡ ଘଣାରେ ପଡି ଯାଇଛନ୍ତି। ମାଲକାନଗିରିରେ ଗତ ୧୯୬୪ ମସିହାରେ ତାଲୁକ ଜେଲ ପ୍ରତିଷ୍ଟା ହୋଇଥିଲା, ସେତେବେଳେ ଜେଲ ରେ ୮୯ଜଣ କଏଦୀ ରହିବାର ବ୍ୟବସ୍ଥା ଥିଲା, ସେତେ ବେଳେ ଉପକାରାଗର ରେ ଜେଲର, ସହକାରି ଜେଲର, ଜମାଦାର, କାରାରକ୍ଷୀ ଙ୍କୁ ମିସାଇ ମୋଟ ୧୩ଜଣ କର୍ମଚାରି ନିଯୁକ୍ତି ପାଇଥିଲେ। ପରବର୍ତି ସମୟରେ ଉପକାରାଗରର ମାନ୍ୟତା ପାଇ ଗତ ୨୦୧୧ମସିହାରେ ଆଧୁନିକ ଶୈଳିରେ ନୂତନ ଜେଲ ନିର୍ମାଣ ହୋଇ କଏଦୀ ଙ୍କ ସଂଖ୍ୟା ୩୦୮କୁ ବୃଦ୍ଧିକରା ଗଲା, ହେଲେ ପ୍ରତି ଦିନ ଏହି ଉପକରାଗାରରେ ୪୭୦ରୁ ଉର୍ଦ୍ଦ କଏଦୀ ରହୁଛନ୍ତି। ପ୍ରତି ସିଫ୍ଟରେ କଏଦୀ ମାନଙ୍କୁ ଜଗିବାପାଇଁ ମାତ୍ର ୨ଜଣ ଲେଖା କାରାରକ୍ଷୀ ରହିଥାନ୍ତି। ମାଲକାନଗିରି ଜିଲ୍ଲାରେ ମାଓବାଦୀ, ଗଜେଂଇ ଚୋରା ଚଲାଣକାରି ଙ୍କ ସଂଖ୍ୟା ଅଧିକ ରହିଥିଲେ ମଧ୍ୟ ଜେଲରେ ଅଧିକାରୀ ଓ କର୍ମଚାରି ମାନଙ୍କ ସଂଖ୍ୟା ବଢାଗଲା ନାହିଁ, ୧୯୬୪ ମସିହାରେ ଯେଉଁ ୧୩ଜଣ ଥିଲେ ଏବେ ବି ସେହି ୧୩ଜଣ କର୍ମଚାରୀ ରହିଛନ୍ତି। କଏଦୀ ପଇଡ ପିଇବ କହି ନିଜେ ପଇଡ ନ ପିଇବା ଜେଲ ଓ୍ୟାର୍ଡକୁ ପଇଡ ପିଆଇ ଚମ୍ପଟ ମାରିବା ଘଟଣା ମାଲକାନଗିରି ସହରରେ ମୁଖ୍ୟଚର୍ଚାର ବିଷୟ ପାଲଟିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.