Home ଓଡ଼ିଶା କୋରାପୁଟ ବ୍ଲକ ଅନ୍ତର୍ଗତ ବରଗୁଡା ଓ ମିରସିଙ୍ଗଗୁଡା ଗ୍ରାମରେ ପାନୀୟଜଳର ଘୋର ଅଭାବ: ନୂତନ ନଳକୂପ...

କୋରାପୁଟ ବ୍ଲକ ଅନ୍ତର୍ଗତ ବରଗୁଡା ଓ ମିରସିଙ୍ଗଗୁଡା ଗ୍ରାମରେ ପାନୀୟଜଳର ଘୋର ଅଭାବ: ନୂତନ ନଳକୂପ ଖନନ ନିମନ୍ତେ ବିଡିଓ ଓ ସହକାରୀ ଯନ୍ତ୍ରୀଙ୍କ ଦ୍ୱାରସ୍ତ ହେଲେ ଗ୍ରାମର ଶତାଧିକ ମହିଳା

350

କୋରାପୁଟ ; ତା୨୦-୦୪-୧୯(ଓଡିଆପୁଅ /ରଂଜନ କୁମାର ଦାସ)ଖରାଦିନ ଆସିଲେ କୋରାପୁଟ ବ୍ଲକ ଅନ୍ତର୍ଗତ ପଦ୍ମପୁର ପଂଚାୟତରେ ପାନୀୟଜଳ ସମସ୍୍ୟା ଦେଖାଦିଏ।ଚଳିତ ବର୍ଷ ଏପ୍ରିଲମାସରେ କୋରାପୁଟରେ ତାତି ବୃଦ୍ଧିପାଉଥିବା ବେଳେ ଜଳକଷ୍ଟ ଲୋକମାନଙ୍କୁ ଅନେକ କଷ୍ଟ ଭୋଗ କରିବାକୁ ପଡୁଥିବା ଜଣାପଡିଛି।ପଦ୍ମପୁର ପଂଚୟତର ବରଗୁଡା ଓ ମିରସିଙ୍ଗଗୁଡା ଗ୍ରାମର ଶତାଧ୍ଖଳ ମହିଳା ଖରା ସମୟରେ ପିଲାମାନଙ୍କୁ ସାଥିରେ କୋରାପୁଟ ଆଣି ଆମ୍ଭକୁ ପିଇବାପାଣି ଦିଏ ବୋଲି ଅଧିକାରୀମାନଙ୍କୁ ଦାବି କରିଥିଲେ।ପ୍ରଥମେ ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ଅମୀୟ କୁମାର ନାୟକଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ।ବରଗୁଡା ଗ୍ରାମରେ ୨ ଟି ନଳକୂପ ରହିଛହି କିନ୍ତୁ ଖରାଦିନରେ ଏହା ଶୁଖିଯାଉଥିବାରୁ ନୂତନ ନଳକୂପ ଖନନ ନିମନ୍ତେ ଗ୍ରାମର ମହିଳାମାନେ ଦାବି କରିଥିଲେ ବୋଲି ସେ ସୂଚନା ଦେଇଥିଲେ।ପଂଚାୟତରେ ସିଏଫସି ଅର୍ଥ ରହିଥିବାରୁ ସରପଂଚ କିମ୍ବା ବିଡିଓଙ୍କ ଭେଟିବାକୁ ସେ ଗ୍ରାମର ମହିଳାମାନଙ୍କୁ ସେ କହିଥିଲେ। ମିରସିଙ୍ଗଗୁଡା ଗ୍ରାମରେ ଗୋଟିଏ ନଳକୂପ ଥିବା ବେଳେ ସୋଲାର ଟାଙ୍ଗୀ ଖରାପ ହୋଇଯାଇଥିବାରୁ ସିଆରସି ଓରେଡା ନିକଟରେ ଅଭିଯୋଗ କରାଯାଇଥିବା ସେ ସୂଚନା ଦେଇଥିଲେ।ଏହାପରେ ମହିଳାମାନେ ବ୍ଲକ କାର୍ଯ୍ୟାଳୟକୁ ଆସିଥିଲେ।କିନ୍ତୁ ବିଡିଓ କାର୍ଯ୍ୟାଳୟକୁ ଆସି ନ ଥିବାରୁ ଏବିଡିଓ ଏସ.ଅଧିକାରୀ, ପଦ୍ମପୁର ପଂଚାୟତ ନିର୍ବାହୀ ଅଧିକାରୀ ନନ୍ଦ କିଶୋର ଗମାଙ୍ଗ, ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ଅଶ୍ୱିନୀ କୁମାର କହଁର ଓ ଶୁଭ୍ରାଲିନ ରାଉତରାୟ ପ୍ରମୁଖଙ୍କ ସହ ସମସ୍ୟା ଉପରେ ଆଲୋଚନା କରିଥିଲେ।ଏହାପରେ ବିଡିଓ ନରେନ୍ଦ୍ର ନାୟକ କାର୍ଯ୍ୟାଳୟରେ ପହଂଯିବା ପରେ ମହିଳାମାନେ ଆମ୍ଭକୁ ପାନୀୟ ଜଳ ପ୍ରଦାନ କରାଯାଉ ଏପରିକି ନୂତନ ନଳକୂପ ଖନନ କରିଯାଉ ବୋଲି ଦାବି କରିଥିଲେ। ୨ଟି ଗ୍ରାମର ମହିଳା ଜଣେ ଜଣେ କରି ସେମାନଙ୍କର ସମସ୍ୟା ଉପସ୍ଥାପନା କରିଥିଲେ। ମିରସିଙ୍ଗଗୁଡା ଗ୍ରାମରେ ଗୋଟିଏ ନଳକୂପ ଥିବାରୁ ୩୦ ପରିବାର ଲୋକ ଗାଧୋଇବା ଓ ପିଇବା ନିମନ୍ତେ ପାଣି ଯଥେଷ୍ଟ ବାହାରୁ ନ ଥିବାରୁ ମହିଳାମାନେ ଜାତୀୟ ରାଜପଥରେ ଚାଲି ଚାଲି ୧ କିମି ଗୋପାଳପୁଟ ଯାଇ ପାନୀୟଜଳ ସଂଗ୍ରହ କରୁଛୁ ବୋଲି ଗ୍ରାମର ଧନବତୀ ମାଝି ସୂଚନା ଦେଇଥିଲେ। ଜାତୀୟ ରାଜପଥରେ ପାଣି ଗରାରେ ଥରି ଆଣିବା ମଧ୍ୟ ସୁରକ୍ଷିତ ନୁହେଁ ବୋଲି ସେ ପ୍ରକାଶ କରିଥିଲେ।ବରଗୁଡାରେ ୨ ଟି ନଳକୂପ ରହିଥିବା ବେଳେ ୩୮ ପରିବାର ଏହା ଉପରେ ନିର୍ଭର କରୁଛନ୍ତି କିନ୍ତୁ ଅଳ୍ପ ପାଣି ବାହାରିବା ପରେ ଆଉ ପାଣି ବାହାରୁ ନ ଥିବାରୁ ପାଣି ପାଇଁ ଅନେକ କଷ୍ଠ କରିବାକୁ ପଡୁଛି ବୋଲି ଗ୍ରାମର ବିମଲା ନାଗ ସୂଚନା ଦେଇଥିଲେ।ମହିଳାମାନଙ୍କଠାରୁ ବିଡିଓ ଶୁଣିବା ପରେ ବରଗୁଡାରେ ଗୋଟିଏ ଓ ମିରସିଙ୍ଗଗୁଡାରେ ଗୋଟିଏ ନୂତନ ନଳକୂପ ଖନନ କରାଯିବ ବୋଲି ବିଡିଓ ଶ୍ରୀ ନାୟକ ପ୍ରତିଶୃତି ଦେଇଥିଲେ।ଆସନ୍ତା ସୋମବାରଠାରୁ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ବିଡିଓ ଶ୍ରୀ ନାୟକ ମହିଳାମାନଙ୍କୁ ପ୍ରତିଶୃତି ଦେଇଥିଲେ।ଯଦି ନୂତନ ନଳକୂପ ଖନନ ପରେ ପାଣି ନ ବାହାରେ ତେବେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ବିଡିଓ ଶ୍ରୀ ନାୟକ ସୂଚନା ଦେଇଥିଲେ। ବିଡିଓଙ୍କଠାରୁ ପ୍ରତିଶୃତି ପାଇବା ପରେ ମହିଲାମାନେ ଗ୍ରାମକୁ ଫେରିଯାଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.