Home କଳାହାଣ୍ଡି ଗୋମାଂସ ସହିତ ବାଇକ ଜବତ ଅଭିଯୋଗ , ଛତିଶଗଡ ଚାଲାଣ ହେଉଥିବା ସନେ୍ଦହ

ଗୋମାଂସ ସହିତ ବାଇକ ଜବତ ଅଭିଯୋଗ , ଛତିଶଗଡ ଚାଲାଣ ହେଉଥିବା ସନେ୍ଦହ

196

କଳାହାଣ୍ଡି ୧୫.୦୭.୨୦୨୦ ( ଓଡିଆପୁଅ) କଳାହାଣ୍ଡି ଛତିଶଗଡ ସୀମାନ୍ତବର୍ତୀ ସେମଲା ଗ୍ରାମରେ ଏକ ବାଇକ ଡିକିରେ ପ୍ରାୟ ୩୦ କେଜିରୁ ଉଦ୍ଧ୍ୱର୍ ଗୋମାଂସ ଚାଲାଣ ହେଉଥିବା ନେଇ ଧର୍ମଗଡ ଥାନାରେ ଅଭିଯୋଗ ହୋଇଛି । ଧର୍ମଗଡ ଥାନା ଅନ୍ତର୍ଗତ ପର୍ଲା ଗ୍ରାମର ସେମଲା ଗ୍ରାମରେ ଥିବା ଗ୍ରାମରକ୍ଷୀର ପୁଅ ଏକ ହିରୋ ବାଇକରେ ଯାଉଥିବା ଦୁଇଜଣ ଲୋକଙ୍କ ସହିତ ମୂଲଚାଲ କରିଛାଡି ଦେଉଥିବା ବେଳେ ସେହି ଗ୍ରାମକୁ ଯାଇଥିବା ଯଶୋବନ୍ତ ନାଏକ ନାମକ ବ୍ୟକ୍ତି ବାଇକ ସହ ସେମାନଙ୍କୁ ଅଟକାଇଥିଲେ । ଫଳତଃ ଗ୍ରାମରକ୍ଷୀର ପୁଅ ଯଶୋବନ୍ତ ସହ ଝଗଡା କରିବାର ସୁଯୋଗ ନେଇ ସଂପୃକ୍ତ ଦୁଇଜଣ ବ୍ୟକ୍ତି ବାଇକ ଛାଡି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଏସଂପର୍କରେ ହିନ୍ଦୁ ଜାଗରଣ ସାମୁଖ୍ୟ ପକ୍ଷରୁ ଧର୍ମଗଡ ଥାନାରେ ଏତାଲା ଦାଖଲ କରାଯିବା ପରେ ବାଇକ ସହିତ ଡିକିରେ ଥିବା ଗୋମାଂସକୁ ପରୀକ୍ଷା ପାଇଁ ପଠାଯାଇ ଅଧିକ ତଦନ୍ତ କରିଯାଇ କାର୍ଯୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଧର୍ମଗଡ ଥାନା ପକ୍ଷରୁ କୁହାଯାଇଛି । ହେଲେ କେଉଁଠାରୁ କେଉଁ ଅଂଚଳକୁ ଏଭଲି ଭାବେ ଗୋମାଂସ ଚାଲାଣ ହେଉଛି ଏବଂ କେଉଁ ମାନେ ଏଥିରେ ସଂଶ୍ଲିଷ୍ଟ ଅଛନ୍ତି ସେସବୁର ତଦନ୍ତ କରାଯିବାକୁ ସାଧାରଣରେ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.