Home Coronavirus Outbreak ମାସ୍କ୍ ପିନ୍ଧିବା ଓ ବାରମ୍ବାର ହାତ ଧୋଇବା ଉପରେ ଗୁରୁତ୍ୱ

ମାସ୍କ୍ ପିନ୍ଧିବା ଓ ବାରମ୍ବାର ହାତ ଧୋଇବା ଉପରେ ଗୁରୁତ୍ୱ

121

ପୁରୀ ୧୫-୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ଜିଲ୍ଲାରେ କୋଭିଡ୍ -୧୯ ର ସ୍ଥିତି ସମ୍ପର୍କରେ ଜିଲ୍ଲାପାଳ ଆଜି ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ। ଜିଲ୍ଲାରେ କୋଭିଡ୍ ମୁକାବିଲା ନିମନ୍ତେ ଜିଲ୍ଲାବାସି ସମସ୍ତେ ମାସ୍କ୍ ପିନ୍ଧିବା ଓ ବାରମ୍ବାର ହାତଧୋଇବା ଗୁରୁତ୍ୱ ଦେଇଥିଲେ। ସମସ୍ତେ ଏହି ନିୟମକୁ ପାଳନ କଲେ ଆମେ କୋଭିଡ୍ କୁ ଜିତିପାରିବା ବୋଲି ସେ ଜିଲ୍ଲା ବାସିଙ୍କୁ ତାଙ୍କ ବାର୍ତ୍ତାରେ ପରାମର୍ଶ ଦେଇଛନ୍ତି। କଣ୍ଟେନମେଣ୍ଟ୍ ଜୋନ୍ ରେ ମଣିକର୍ଣ୍ଣିକା ସାହି।

୧୫-୦୭-୨୦୨୦-ପୁରୀ ପୌରାଚଂଳର ୪ ନଂ ୱାର୍ଡ ଅନ୍ତର୍ଗତ ମଣିକର୍ଣ୍ଣିକା ସାହିରୁ ଜଣେ କୋଭିଡ୍ ପଜେଟିଭ୍ ରୋଗୀ ଚିହ୍ନଟ ହେବା ପରେ ଏହି ଇଲାକା କୁ ପୁରୀ ଜିଲ୍ଲାପାଳ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରି ଉକ୍ତ ଅଚଂଳକୁ ସିଲ୍ କରିଦିଆଯାଇଛି। କଂଟେନ୍‌ମେଟଂ ଜୋନ୍ ଭିତରକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଜାରି କରାଯାଇଛି। ସେହିଭଳି ବ୍ରହ୍ମଗୀରି ବ୍ଲକ୍ ର ୨ ଓ ପିପିଲି ବ୍ଲକ୍ ର ୧ କୋରନା ପଜେଟିଭ୍ ଚିହ୍ନଟ ହୋଇଛନ୍ତିା ୧୪ ତାରିଖ ସୁଦ୍ଧା ଜିଲ୍ଲାରେ ମୋଟ୍ଟ ସଂକ୍ରମିତ ଙ୍କ ସଂଖ୍ୟା ୩୭୧ ଥିବା ବେଳେ ସୁସ୍ଥ ହୋଇ ୨୭୬ଜଣ ଘରକୁ ଫେରିଛନ୍ତି। ଜିଲ୍ଲାରେ ମୋଟ ୧୯୨୬୨ ଜଣଙ୍କର ସ୍ୱାବ୍ ସଂଗ୍ରହ କରାଯାଇଥିଲା ସେଥିମଧ୍ୟରୁ ୧-୫୨ ପ୍ରତିଶତ ଙ୍କର ପଜେଟିଭ୍ ଥିବା ଜଣାଯାଇଛି। ଜିଲ୍ଲାରେ ୭୪-୩୯ ପ୍ରତିଶତ ରୋଗୀ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.