Home ଓଡ଼ିଶା ରଣପୁର ପୁରୁଣା ତହସିଲ୍ ରେ ଥିବା ଶାଗୁଆନ କାଠ ଜଗନ୍ନାଥଙ୍କୁ ଦାନପାଇଁ ଚିଠି

ରଣପୁର ପୁରୁଣା ତହସିଲ୍ ରେ ଥିବା ଶାଗୁଆନ କାଠ ଜଗନ୍ନାଥଙ୍କୁ ଦାନପାଇଁ ଚିଠି

223

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୫/୦୭-ନୟାଗଡ ଜିଲ୍ଲା ରଣପୁର ପୁରୁଣା ତହସିଲ୍ ମଧ୍ୟରେ ଥିବା ଲକ୍ଷାଧିକ ଟଙ୍କାର ୪ଗୋଟି ଶାଗୁଆନ ଗଛକୁ ରଣପୁର ଜଗନ୍ନାଥଙ୍କୁ ଦାନ କରିବା ପାଇଁ ରଣପୁର ତହସିଲଦାର ଚିଠି ଲେଖିଥିବା ଜଣା ପଡିଛି । ଘଟଣା ଅନୁଯାୟୀ ରଣପୁର ନୁଆ ତହସିଲ୍ ଅଫିସ୍ କାର୍ଯ୍ୟ କରିବା ପରେ ପୁରୁଣା ତହସିଲ୍ କାର୍ଯ୍ୟାଳୟକୁ ରେଭିନ୍ୟୁ ବିଭାଗ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ହସ୍ତାନ୍ତର କରିଥିବା ଜଣା ପଡିଛି । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନୂତନ କୋଠା ନିର୍ମାଣ କାର୍ଯ୍ୟ ରଣପୁର ପୁର୍ତ୍ତ ବିଭାଗ ଆରମ୍ଭ କରିଅଛି । ସେହି ପରିସରରେ ଥିବା ୪ଗୋଟି ଶାଗୁଆନ କାଠ ଗଛକୁ ପୁର୍ତ୍ତ ବିଭାଗ ବନ ବିଭାଗଠାରୁ ପରମିଶନ୍ ନେଇ କାଟୁଥିବା ବେଳେ କିଛି ଓକିଲ ଓ ବୁଦ୍ଧିଜୀବି ବିରୋଧ କରିଥିଲେ ଏବଂ କଟା ଯାଉଥିବା ଶାଗୁଆନ କାଠ ଗଣ୍ଡିକୁ ରଣପୁର ଜଗନ୍ନାଥଙ୍କୁ ଦେବାପାଇଁ ରଣପୁର ତହସିଲଦାର ସଂଜୟ କୁମାର ସାମନ୍ତରାୟଙ୍କୁ ଅନୁରୋଧ କରିଥିଲେ ।

ଫଳରେ ରଣପୁର ତହସିଲଦାର ନିଜେ ଦେବୋତ୍ତର ଅଧିକାରୀ ଥିବାରୁ ଉକ୍ତ ଶାଗୁଆନ କାଠକୁ ଜଗନ୍ନାଥଙ୍କୁ ଦାନ କରିବା ପାଇଁ ଖୋର୍ଦ୍ଧା ଡି.ଏଫ୍‌.ଓ, ପୁର୍ତ୍ତ ବିଭାଗ ଓ ରଣପୁର ରେଂଜରଙ୍କୁ ଚିଠି କରିଥିବା ଜଣା ପଡିଛି । ଏ ସମ୍ପର୍କେ ରଣପୁର ତହସିଲ୍‌ଦାର ସଂଜୟ କୁମାର ସାମନ୍ତରାୟଙ୍କୁ ଫୋନ୍ ଯୋଗେ ଯୋଗା ଯୋଗ କରିବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇନଥିଲେ । ରଣପୁର ରେଂଜର ଶରତ ଚନ୍ଦ୍ର ଶତପଥି ଓ ରଣପୁର ପୁର୍ତ୍ତ ବିଭାଗ ଯନ୍ତ୍ରୀ ଦୟାନିଧି ରାୟଗୁରୁ ଙ୍କୁ ଯୋଗା ଯୋଗ କରାଯିବା ପରେ ସେ ତହସିଲ୍‌ଦାରଙ୍କ ଚିଠି ପାଇଥିବା ସ୍ୱୀକାର କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.