Home ଅନୁଗୁଳ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳନ ଓ ମାସ୍କ ବଣ୍ଟନ

ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳନ ଓ ମାସ୍କ ବଣ୍ଟନ

60

ପାଳଲହଡ଼ା,୧0/୧0(ଓଡ଼ିଆ ପୁଅ/ନିହାର ରଞ୍ଜନ ସାମଲ): ଅନୁଗୋଳ ଜିଲ୍ଲା ପାଳଲହଡା ଠାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳନ ହୋଇଯାଇଛି। ଏହି ଉପଲକ୍ଷେ  ପାଳଲହଡା ବିଜେଡ଼ିି ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା। କୋଭିଡ ମହାମାରୀ ରୂପ ନେଇଥିବାରୁ ତୃଣମୂଳସ୍ତରରେ ସଚେତନତାକୁ ବ୍ୟାପକ କରିବା ପାଇଁ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇ ନଭେମ୍ବର ୨ ପର୍ଯ୍ୟନ୍ତ ବିଜେଡ଼ି ଦଳର ‘ଜନ ସଚେତନତା ଅଭିଯାନ’ ଆରମ୍ଭ ହେଇଯାଇଛି l ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମହୋଦୟଙ୍କ ଆହ୍ୱାନ ଏବଂ କରୋନା ସଂକ୍ରମଣ ହେଇଥିବାରୁ ପାଲଲହଡା ବିଜେଡ଼ି ପକ୍ଷରୁ  ମାସ୍କ ବଣ୍ଟନ ସହ ପାଳଲହଡା ଜନସାଧାରଣଙ୍କୁ ସଚେତନ କରା ଯାଇଥିଲା ।ଏହି କାର୍ଯ୍ୟକ୍ରମରେ ବିଜେଡ଼ିର ବରିଷ୍ଠ ନେତା ଯୋଗେଶ୍ୱର ଭୁକ୍ତା,ସଞ୍ଜୀବ କୁମାର ବେହେରା,ଦିବ୍ୟକିଶୋର ଗଡ଼ନାୟକ,ବିଷ୍ଣୁ ପ୍ରସାଦ ବେହେରା,ହିମାଂଶୁ ଶେଖର ବେହେରା ,ନିହାର ରଞ୍ଜନ ସାମଲ ,ଭୂପେନ କୁମାର ନାୟକ ଓ ବିଜେଡ଼ିର ବହୁ ଯୁବନେତା ଯୋଗ ଦେଇଥିଲେ l

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.