Home ଓଡ଼ିଶା ଆଜିଠାରୁ ଟ୍ରେନ ଛାଡ଼ିବାର ୫ ମିନିଟ୍ ପୂର୍ବରୁ ବୁକିଂ, କ୍ୟାନସଲ କରିପାରିବେ ଟ୍ରେନ ଟିକେଟ –...

ଆଜିଠାରୁ ଟ୍ରେନ ଛାଡ଼ିବାର ୫ ମିନିଟ୍ ପୂର୍ବରୁ ବୁକିଂ, କ୍ୟାନସଲ କରିପାରିବେ ଟ୍ରେନ ଟିକେଟ – ଜାଣନ୍ତୁ ନୂଆ ନିୟମ

112

ନୂଆ ଦିଲ୍ଲୀ ୧୦ ଅକ୍ଟୋବର (ଓଡ଼ିଆ ପୁଅ) ଟ୍ରେନ ଷ୍ଟେସନ ଛାଡିବା ପୂର୍ବରୁ ପାଞ୍ଚ ମିନିଟ ପୂର୍ବ ପର୍ଯ୍ୟନ୍ତ ଭାରତୀୟ ରେଳବାଇ ଟିକେଟ ବୁକିଂ ଏବଂ କ୍ୟାନସଲ କରିବାକୁ ଅନୁମତି ଦେବ। ଚାଲୁଥିବା ସମସ୍ତ ସ୍ୱତନ୍ତ୍ର ଟ୍ରେନ୍ ପାଇଁ ଲାଗୁ ହେବ ଏହି ନୂତନ ନିୟମ, ଅକ୍ଟୋବର ୧୦ ଅର୍ଥାତ୍ ଆଜିଠାରୁ ଲାଗୁ ହେବ।

କରୋନାଭାଇରସ୍ ମହାମାରୀ ହେତୁ ଦ୍ୱିତୀୟ ସଂରକ୍ଷଣ ଚାର୍ଟର ପ୍ରସ୍ତୁତି ସମୟ ଟ୍ରେନ୍ ନିର୍ଦ୍ଧାରିତ ସମୟର ଅଧାଘଣ୍ଟା ପରିବର୍ତ୍ତେ, ଦୁଇ ଘଣ୍ଟା ପୂର୍ବରୁ ହେବ ବୋଲି କରାଯାଇଥିଲା। ପ୍ରି-କୋଭିଡ୍ ବ୍ୟବସ୍ଥା ଅନୁଯାୟୀ ଟ୍ରେନ୍ ଛାଡିବାର ୩୦ ମିନିଟ୍ ପୂର୍ବରୁ ଦ୍ୱିତୀୟ ସଂରକ୍ଷଣ ଚାର୍ଟ ପ୍ରସ୍ତୁତ କରିବାର ନିୟମକୁ ଗତ କିଛି ମାସ ଧରି ପାଳନ କରାଯାଉନଥିଲା। ଏବେ ଏହା ରେଳବାଇ ଦ୍ୱାରା ପୁନଃ ସ୍ଥାପିତ ହୋଇଛି।

ଟ୍ରେନର ଛାଡ଼ିବାର ଚାରି ଘଣ୍ଟା ପୂର୍ବରୁ ପ୍ରଥମ ଚାର୍ଟ ପ୍ରସ୍ତୁତ ହୋଇଥାଏ।

ରେଳ ଯାତ୍ରୀଙ୍କ ସୁବିଧା ସୁନିଶ୍ଚିତ କରିବା ପାଇଁ ଜୋନାଲ ରେଳବାଇର ଅନୁରୋଧ ଅନୁଯାୟୀ ଏହି ସୁବିଧାକୁ ପୁନଃ ସ୍ଥାପନ କରାଯାଇଛି ଏବଂ ନିଷ୍ପତ୍ତି ନିଆଯାଇଛି ଯେ ଟ୍ରେନ ଛାଡିବାର ନିର୍ଦ୍ଧାରିତ / ପୁନଃ ନିର୍ଦ୍ଧାରିତ ସମୟର ଅତି କମରେ ୩୦ ମିନିଟ ପୂର୍ବରୁ ଦ୍ୱିତୀୟ ସଂରକ୍ଷଣ ଚାର୍ଟ ପ୍ରସ୍ତୁତ କରାଯିବ ବୋଲି ଭାରତୀୟ ରେଳବାଇ କହିଛି।

“ସେହି ଅନୁଯାୟୀ, ଦ୍ୱିତୀୟ ଚାର୍ଟ ପ୍ରସ୍ତୁତି ପୂର୍ବରୁ ଉଭୟ ଅନଲାଇନ୍ ଏବଂ PRS ଟିକେଟ୍ କାଉଣ୍ଟରରେ ଟିକେଟ୍ ବୁକିଂ ସୁବିଧା ଉପଲବ୍ଧ ହେବ। CRIS ସେହି ଅନୁଯାୟୀ ସଫ୍ଟୱେୟାରରେ ଆବଶ୍ୟକୀୟ ପରିବର୍ତ୍ତନ କରିବ ଯାହା ଦ୍ୱାରା ଅକ୍ଟୋବର ୧୦ ରୁ ଏହି ନୂତନ ବ୍ୟବସ୍ଥାକୁ ସ୍ଥାପିତ କରାଯିବ।

ସୂଚନାଯୋଗ୍ୟଯେ, ମାର୍ଚ୍ଚ ୨୫ ରୁ ଦେଶବ୍ୟାପୀ ଲକଡାଉନ୍ କାରଣରୁ ସମସ୍ତ ଯାତ୍ରୀବାହୀ ଟ୍ରେନ୍ ସେବା ସ୍ଥଗିତ ରହିଥିଲା, କିନ୍ତୁ ମେ ୧ ତାରିଖରୁ ରେଳବାଇ ଚଳାଚଳ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ପର୍ଯ୍ୟାୟ କ୍ରମେ ଆରମ୍ଭ କରିଛି।

ବର୍ତ୍ତମାନ, ୩୯ ଟି ନୂତନ ସ୍ୱତନ୍ତ୍ର ଟ୍ରେନ୍ ପାଇଁ ବିଭିନ୍ନ ଜୋନ୍ ଅନୁମୋଦନ ଲାଭ କରିଛନ୍ତି। ରେଳ ମନ୍ତ୍ରଣାଳୟ କହିଛି, “ଏହି ସେବାଗୁଡିକ ପ୍ରାରମ୍ଭିକ ସୁବିଧାଜନକ ତାରିଖରୁ ସ୍ୱତନ୍ତ୍ର ସେବା ଭାବରେ ପରିଚିତ ହେବ। ରେଳ ବୋର୍ଡର ଅଧ୍ୟକ୍ଷ ବିନୋଦ କୁମାର ଯାଦବ କହିଛନ୍ତି ଯେ ଅକ୍ଟୋବର ୧୫ ରୁ ନଭେମ୍ବର ୩୦ ମଧ୍ୟରେ ପର୍ବପର୍ବାଣିରେ ଭାରତୀୟ ରେଳବାଇ ୨୦୦ ରୁ ଅଧିକ ଟ୍ରେନ୍ ଚଳାଇବାକୁ ଯୋଜନା କରିଛି।”

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.