Home ଓଡ଼ିଶା ଗାନ୍ଧୀ ଜୟନ୍ତୀ ଠାରୁ ଯୋଡା ହେବ ସମ୍ପୂର୍ଣ୍ଣ ପଲିଥିନ ମୁକ୍ତ

ଗାନ୍ଧୀ ଜୟନ୍ତୀ ଠାରୁ ଯୋଡା ହେବ ସମ୍ପୂର୍ଣ୍ଣ ପଲିଥିନ ମୁକ୍ତ

171

ଯୋଡା, ୦୨/୧୦ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଗାନ୍ଧୀ ଜୟନ୍ତୀ ଅବସରରେ ବୁଧବାର ଠାରୁ ଯୋଡା ପୌରାଞ୍ଚଳରେ ସମ୍ପୂର୍ଣ୍ଣ ଭାବେ ପଲିଥିନ ନିଶିଦ୍ଧ କରାଯାଇଛି । ଏ ନେଇ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିବା ବେଳେ ଏଥିରେ ଯୋଡା ପୌରାଞ୍ଚଳର ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଟାଟା କମ୍ପାନୀ କର୍ମଚାରୀ, ଅଙ୍ଗନୱାଡି ଓ ସ୍ୱୟଂ ସହାୟକ ଗୋଷ୍ଠୀ ସହଯୋଗର ହାତ ବଢାଇଥିବା ଦେଖିବାକୁ ମିଳିଥିଲା । ଏହି ପରିପେକ୍ଷୀରେ ଯୋଡା ପୌରପାଳିକା କାର୍ଯ୍ୟାଳୟ ଠାରୁ ଏକ ବିରାଟ ପଟୁଆର ହାତରେ ବିଭିନ୍ନ ସ୍ୱଚ୍ଛତା ବାର୍ତ୍ତା, ପଲିଥିନ ବର୍ଜନ ବ୍ୟାନର, ପ୍ଲାଗ କାର୍ଡ ମାନ ଧରି ସ୍ଲୋଗାନ ଦେଇ ନଗର ପରିକ୍ରମା କରିଥିଲେ । ପରିଶେଷରେ ବିଭିନ୍ନ ସଂଗଠନ ପକ୍ଷରୁ ସହିଦ ନଗର ନିକଟରେ ଥିବା ଗନ୍ଧୀ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପରେ ଯୋଡା କଲ୍ୟାଣ ମଣ୍ଡପ ଠାରେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ବଡବିଲ ତହସିଲଦାର ତଥା ଯୋଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦାୟିତ୍ୱରେ ଥିବା କ୍ଷୀରୋଦ ଚନ୍ଦ୍ର ବେହେରା, ପୌରନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ, ଯୋଡା ବିକାଶ ପରିଷଦର ସଭାପତି ନିରଞ୍ଜନ ବହିଦାର, ସମ୍ପାଦକ ଶୁସାନ୍ତ କୁମାର ବାରିକ ଏବଂ ସାମ୍ବାଦିକ ପ୍ରକାଶ ମହାନ୍ତି ଯୋଗଦେଇ ଗାନ୍ଧୀଜୀଙ୍କ ଆଦର୍ଶରେ ପରିଚାଳିକ ସ୍ୱଚ୍ଛ ଭାରତ ଅଭିଯାନର ଗୁରୁତ୍ୱ, ପଲିଥିନ ବର୍ଜନର ଆବଶ୍ୟକତା ଓ ଏହାର ନିରାକରଣ ସମ୍ବନ୍ଧରେ କାର୍ଯ୍ୟରତ ସମସ୍ତ ଅଙ୍ଗନୱାଡି କର୍ମି, ସ୍ୱଂୟ ସହାୟକ ଗୋଷ୍ଠୀ, ସଫେଇ କର୍ମଚାରୀ, ସଫେଇ ଠିକାଦାର ଏହି କ୍ଷେତ୍ରରେ ସେମାନଙ୍କ ଅବଦାନ ନିମନ୍ତେ ଭୂୟଂଶ୍ରୀ ପ୍ରଶଂସା କରିଥିଲେ । ସ୍ୱଚ୍ଛ ଗୃହ ଭାବେ ଚିହ୍ନଟ କରାଯାଇଥିବା ପରିବାରକୁ ଏହି ଅବସରରେ ପ୍ରଶଂସା ପତ୍ର ଓ ଉପହାର ପ୍ରଦାନ କରାଯାଇଥିଲା । ସେହିପରି ଯୋଡାସ୍ଥିତ ଟାଟା କମ୍ପାନୀ ପକ୍ଷରୁ ସମସ୍ତ ଅଫିସର, ସଫେଇ କର୍ମଚାରୀ, ସୁରକ୍ଷା କର୍ମୀ, ରୋଟାରୀ କ୍ଲବର କର୍ମକର୍ତ୍ତା, ଡିଏଭି ସ୍କୁଲର ଶିକ୍ଷକ ଓ ଛାତ୍ର-ଛାତ୍ରୀ ଧରଣୀଧର ଛକ ଠାରୁ ଏକ ଶୋଭାଯାତ୍ରା ବାହାର କରି ନଗରପରିକ୍ରମା କରିବା ସହିତ ସଚେତନତା ସୃଷ୍ଟି କରିଥିଲେ । ଏହି ଶୋଭାଯାତ୍ରାଟି ଟାଟା ଫେରୋ ଆଲଏଜ ପ୍ଲାଣ୍ଟ ନିକଟରେ ସମାପ୍ତ ହୋଇଥିଲା । ଏଥିରେ ଟାଟା ଯୋଡା ମୁଖ୍ୟ ରାଜେଶ କୁମାର ଏବଂ ବରିଷ୍ଠ ରୋଟାରୀଆନ ବିଦ୍ୟାଧର ସାହୁ ସବୁଜ ପତାକା ଦେଖାଇ ରାଲିଟିର ଶୁଭାରମ୍ଭ କରିଥିଲେ । ଯୋଡା ସହରର ଏକ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାଇନିଙ୍ଗ ଏରିଆ ଶୋସିଆଲ ସର୍ଭିସେସ (ମାସ) ପକ୍ଷରୁ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହିତ ଯୋଡା ଦୌନିକ ବଜାର ମଧ୍ୟରେ ବିଭିନ୍ନ ବ୍ୟବସାୟୀ ପ୍ରତିଷ୍ଠାନ ଗୁଡିକୁ ପଲିଥିନ ବର୍ଜନ ନିମନ୍ତେ ଅନୁରୋଧ କରାଯାଇଥିଲା ।
ତେବେ ଯୋଡା ନିର୍ବାହୀ ଅଧିକାରୀଙ୍କ ନିରବିଚ୍ଛିନ୍ନ ଉଦ୍ୟମ ଯୋଗୁଁ ସହର କୌଣସି ସ୍ଥାନରେ ପଲିଥିନର ବ୍ୟବହାର ଦେଖିବାକୁ ମିଳିନଥିଲା । ଅଧିକାରୀଙ୍କ ଏହି ଉଦ୍ୟମ ପାଇଁ ସାଧାରଣରେ ବେଶ ପ୍ରସଂଶା କରାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.