Home ଆନ୍ତର୍ଜାତୀୟ ମିଳିତ ଜାତିସଂଘରେ ବାପୁଙ୍କ ଜନ୍ମବିନକୁ ଆନ୍ତର୍ଜାତିକ ଅହିଂସା ଦିବସ ଭାବେ ପାଳନ କରାଯାଉଛି

ମିଳିତ ଜାତିସଂଘରେ ବାପୁଙ୍କ ଜନ୍ମବିନକୁ ଆନ୍ତର୍ଜାତିକ ଅହିଂସା ଦିବସ ଭାବେ ପାଳନ କରାଯାଉଛି

200

ନୂଆଦିଲ୍ଲୀ୨ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ଜାତିର ପିତା ବାପୁଙ୍କ ୧୫୦ ତମ ଜନ୍ମ ଦିନରେଆଜି ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ମହାସମାରୋହରେ ପାଳନ କରାଯାଉଥିବା ବେଳେ ଆଜି ଗୁଜୁରାଟର ବାପୁଜୀଙ୍କ ସାବରମତି ଆଶ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ସ୍ୱସ୍ଥ ଭାରତ ର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।ସାରାବିଶ୍ୱରେ ମହାତ୍ମାଜୀଙ୍କ ଜନ୍ମ ଦିନକୁ ଅହିଂସା ଦିବସ ରୁପେ ପାଳନ କରାଯାଉଛି । ଆଜିର ଦିନକୁ ମିଳିତ ଜାତିସଂଘରେ ପାଳନ କରାଯାଇଛି । ସଂଯୁକ୍ତ ରାଷ୍ଟ୍ର ମହାସଚିବ ଏଂଟୋନିୟୋ ଗୁଟାରିସ ଏନେଇ ଟୁଇଟ କରିବା ସହ ଲେଖିଛନ୍ତି ମହାତ୍ମାଗାନ୍ଧି ଏପରି ଏକ ଅହିଂସା ଆନ୍ଦୋଳନ ଆରମ୍ଭ କରିଥିଲେ ଯାହାକି ଇତିହାସ ବଦଳାଇଦେଲା । ମହାତ୍ମା ଗାନ୍ଧିଙ୍କ ଆଦର୍ଶଗୁଡିକୁ ଆମେ ଆଗକୁ ବଢାଉଛୁ ବୋଲି ମିଳିତ ଜାତିସଂଘରେ ସେ ଟୁଇଟ କରିଛନ୍ତି । ଗାନ୍ଧୀଜୀଙ୍କ ସମ୍ମାନାର୍ଥେ ୨୦୦୭ ଜୁନ୍ ୧୫ରେ ଜାତିସଂଘ ସାଧାରଣ ପରିଷଦରେ ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ଅକ୍ଟୋବର ୨କୁ ଆନ୍ତର୍ଜାତିକ ଅହିଂସା ଦିବସ ଭାବେ ପାଳନ କରିବାକୁ ପ୍ରସ୍ତାବ ଆସିଥିଲା । ସେହିଦିନଠାରୁ ଅକ୍ଟୋବର ୨କୁ ଆନ୍ତର୍ଜାତିକ ଅହିଂସା ଦିବସ ଭାବେ ପାଳନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.