Home ଓଡ଼ିଶା ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୈଜ୍ଞାନିକଙ୍କ ମୃତଦେହ ଉଦ୍ଧାର କଲା ପୁଲିସ

ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୈଜ୍ଞାନିକଙ୍କ ମୃତଦେହ ଉଦ୍ଧାର କଲା ପୁଲିସ

1022

ନୂଆଦିଲ୍ଲୀ,୦୨/୧୦,(ଓଡ଼ିଆ ପୁଅ ପି ନାଏକ): ଇସ୍ରୋ ବୈଜ୍ଞାନିକଙ୍କ ମୃତଦେହ ଉଦ୍ଧାର ହୋଇଛି ତାଙ୍କ ଫ୍ଲାଟ୍‌ ରୁ । ଇସ୍ରୋର ଏନ୍‌ଆରଏସ୍‌ସିରେ ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଥିବା ଏସ୍‌ ସୁରେଶଙ୍କ ମୃତଦେହ ଆଜି ତାଙ୍କ ହାଇଦ୍ରାବାଦ ସ୍ଥିତ ଫ୍ଲାଟରୁ ଉଦ୍ଧାର କରାଯାଇଛି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଅମୀରପେଟ ଅଞ୍ଚଳରେ ଥିବା ଅନ୍ନପୂର୍ଣ୍ଣା ଆର୍ପାଟମେଣ୍ଟରେ ୫୬ ବର୍ଷୀୟ ସୁରେଶ ଏକାକୀ ରହୁଥିଲେ । ସୁରେଶ ଦୀର୍ଘ ୨୦ ବର୍ଷ ହେଲା ଏଠାରେ ରହି ଆସୁଥିଲେ। ତାଙ୍କ ନିଜ ଘର କେରଳରେ । ମଙ୍ଗଳବାର ଦିନ ସୁରେଶ ଅଫିସ ଯାଇ ନଥିଲେ ।ତାଙ୍କ ଜଣେ ସହଯୋଗୀ ସୁରେଶଙ୍କୁ ଫୋନ କରିଥିଲେ କିନ୍ତୁ ଏହାର ଉତ୍ତର ସେ ଦେଇନଥିଲେ । ସହଯୋଗୀ ଜଣଙ୍କ ଏହାପରେ ବାଧ୍ୟ ହୋଇ ଚେନ୍ନାଇରେ ବ୍ୟାଙ୍କ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ସୁରେଶଙ୍କ ପତ୍ନୀଙ୍କୁ ଖବର ଦେଇଥିଲେ । ଖବର ପାଇ ସୁରେଶଙ୍କ ପତ୍ନୀ ଓ ପରିବାର ଲୋକେ ହାଇଦ୍ରାବାଦରେ ପହଞ୍ଚି ପୋଲିସ୍‌ ସହାୟତାରେ ଆର୍ପାଟମେଣ୍ଟକୁ ଯାଇଥିଲେ । ସୁରେଶଙ୍କ ରୁମ ଖୋଲାଯିବା ମାତ୍ରେ ସେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ପୁଲିସ୍‌ ଏବେ ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.