Home କଳାହାଣ୍ଡି କଳାହାଣ୍ଡି ଜିଲ୍ଲାରେ ୪ ପଜିଟିଭ ଚିହ୍ନଟ, ଭବାନୀପାଟଣାସ୍ଥିତ ପ୍ରାଇଭେଟ ହସପିଟାଲ ସିଲ

କଳାହାଣ୍ଡି ଜିଲ୍ଲାରେ ୪ ପଜିଟିଭ ଚିହ୍ନଟ, ଭବାନୀପାଟଣାସ୍ଥିତ ପ୍ରାଇଭେଟ ହସପିଟାଲ ସିଲ

145

କଳାହାଣ୍ଡି ତା.୧୧.୦୭.୨୦୨୦ ( ଓଡିଆପୁଅ) କଳାହାଣ୍ଡି ଜିଲ୍ଲାରେ ଆଜି ତା.୧୧.୦୭.୨୦୨୦ ଶନିବାର ଦିନ ଚାରିଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଚିହ୍ନଟ ହୋଇଥିବା ତିନିଜଣ ପୁରୁଷ ଓ ଜଣେ ମହିଳା ଙ୍କ ମଧ୍ୟରୁ ୨ ଜଣ ହାଇଦ୍ରାବାଦରୁ କଳାହାଣ୍ଡି ଫେରିବା ପରେ କଲମପୁର ବ୍ଲକସ୍ଥିତ ସଙ୍ଗରୋଧ କେନ୍ଦ୍ରରେ ଅବସ୍ଥାନ କରୁଥିଲେ । ଗତ ଜୁଲାଇ ୭ ତାରିଖ ଦିନ ସେମାନଙ୍କୁ କରୋନା ସନେ୍ଦହରେ ଭବାନୀପାଟଣାସ୍ଥିତ କୋଭିଡ ହସପିଟାଲକୁ ସ୍ଥାନାନସ୍ତର କରାଯାଇଥିଲା ଏବଂ ୯ ତାରିଖ ଦିନ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷଣ ପାଇଁ ପଠାଯାଇଥିଲା । ସେହିପରି ତୃତୀୟ ଜଣକ ପଶ୍ଚିମ ବଙ୍ଗର ଫେରିବା ପରେ କେସିଙ୍ଗା ବ୍ଲକ ରେ ସଙ୍ଗରୋଧ କେନ୍ଦ୍ରରେ ରହୁଥରଲେ । ଚତୁର୍ଥ ଜଣକ ଆନ୍ଧ୍ର ପ୍ରଦେଶର ତିରୁପତିରୁ ଫେରି ଗତ ଜୁନ ୨୮ ତାରିଖ ଠାରୁ କେସିଙ୍ଗା ବ୍ଲକର ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ । ସମସ୍ତ ଚାରିଜଣ ଯାକ ପଜିଟିଭ ଚିହ୍ନଟ ବ୍ୟକ୍ତିଙ୍କୁ ଭବାନୀପାଟଣା କୋଭିଡ ହସପିଟାଲରେ ରଖାଯାଇଥିବା ଜିଲ୍ଲାପ୍ରଶାସନ ତରଫରୁ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ ।

ଅନ୍ୟପକ୍ଷରେ ଜଣେ କରୋନା ଚିହ୍ନଟ ମହିଳା ଭବାନୀପାଟଣାସ୍ଥିତ ମାଁ ମାଣିକେଶ୍ୱରୀ ସୁପର ସ୍ପେଶାଲିଟୀ ହସପିଟାଲରେ ଚିକିତ୍ସିତ ହୋଇଥିବା ଜଣାପଡିବା ପରେ ଆଜି ଜିଲ୍ଲାପ୍ରଶାସନ ପକ୍ଷରୁ ଉକ୍ତ ହସପିଟାଲକୁ ସିଲ କରିଦିଆଯାଇଥିବା ଜଣାପଡିଛି । ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରୁ ଜଣାପଡିଛି ଯେ, ଗତ ଜୁଲାଇ ୯ ତାରିଖ ଦିନ ଏହି ହସପିଟାଲରେ ଚିକିତ୍ସିତ ହୋଇଥିବା ଜଣେ ମହିଳା ପରବର୍ତି ସମୟରେ ଛତିଶଗଡ ରାଜ୍ୟ ରାୟପୁରସ୍ଥିତ ଏକ ପ୍ରାଇଭେଟ ହସପିଟାଲରେ ଚିକିତ୍ସା ପାଇଁ ଯାଇଥିବା ବେଳେ ସେଠାରେ ତାଙ୍କର ସ୍ୱାବ ପରୀକ୍ଷା କରାଯାଇଥିଲା । ଆଜି ସେହି ରିପୋର୍ଟ ପଜିଟିଭ ଆସିବା ପରେ ସେହି ମହିଳାଙ୍କ ସଂଶ୍ପର୍ଶରେ ଆସିଥିବା ବ୍ୟକ୍ତି ମାନଙ୍କ ଚିହ୍ନଟ ପ୍ରକ୍ରୀୟା ଆରମ୍ଭ କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ସେହିପରି ଉକ୍ତ ହସପିଟାଲର ଆଉଟଡୋର ପରୀକ୍ଷଣ ଏବଂ ନୂଆ ।ାଡମିଶନ ବନ୍ଦ କରିଦିଆଯାଇଥିବା ଜଣାପଡିଛି । ସେହି ପଜିଟିଭ ମହିଳାଙ୍କ ସଂଶ୍ପର୍ଶରେ ଆସିଥିବା ବ୍ୟକ୍ତି ମାନଙ୍କର ଏବଂ ହସପିଟାଲରେ ସେବା ଯୋଗାଇଥିବା କର୍ମଚାରୀ ମାନଙ୍କ ସ୍ୱାବ ପରୀକ୍ଷା କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।ସମସ୍ତ କର୍ମଚାରୀଙ୍କୁ ହୋମ କ୍ୱାରେନଟାଇନ ରେ ରଖାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.