Home କେନ୍ଦୁଝର ହଦଗଡ ଡ୍ୟାମରୁ ଜଳ ନିସ୍କାସନ

ହଦଗଡ ଡ୍ୟାମରୁ ଜଳ ନିସ୍କାସନ

214

ହାଟଡିହି, ୧୧ । ୭ : ହଦଗଡ ଡ୍ୟାମର ଉପର ମୁଣ୍ଡରେ ଦୈନିକ ବର୍ଷା ହେଉଥିବା ଯୋଗୁଁ ଡ୍ୟାମର ଜଳପତ୍ତନ ବୃଦ୍ଧି ପାଉଥିବା ଦେଖି ଡ୍ୟାମ କର୍ତ୍ତୁପକ୍ଷ ଡ୍ୟାମରୁ ଚଳିତବର୍ଷ ପ୍ରଥମଥର ପାଇଁ ଜଳ ନିସ୍କାସନ କରିଛନ୍ତି । ଡ୍ୟାମର ଜଳଧାରଣ କ୍ଷମତା ୫୬ହଜାର ୪୭୮ହେକ୍ଟୋମିଟର ଥିବାବେଳେ ଏବେ ୩୭ହଜାର ୯୩୭ ହେକ୍ଟୋମିଟର ଅଛି । ଗତ ୮ତାରିଖ ଠାରୁ ୨୩୦୦କ୍ୟୁସେକ ମିଟର ପାଣି ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଥିବାବେଳେ ଆଜି ୧୩୯୦ କ୍ୟୁସେକ ମିଟର ପାଣି ପ୍ରବେଶ କରୁଛି । ଡ୍ୟାମର ଜଳସ୍ତର ବୃଦ୍ଧି ପାଉଥିବା କାରଣରୁ ଡ୍ୟାମର ସୁରକ୍ଷାକୁ ଆଖି ଆଗରେ ରଖି ଡ୍ୟାମ କର୍ତ୍ତୁପକ୍ଷ ଗତ ୬ତାରିଖ ଦିନ ୨୨୦୦କ୍ୟୁସେକ ମିଟର ପାଣି ଛାଡିଥିବାବେଳେ ୮ତାରିଖ ଦିନ ୪୨୦୦, ୯ତାରିଖରେ ୫ହଜାର, ୧୦ତାରିଖରେ ୪୭୫୦ ଓ ଆଜି ୩ହଜାର ୯୦୦କ୍ୟୁସେକ ମିଟର ପାଣି ନିସ୍କାସନ କରୁଛନ୍ତି । ତନ୍ମଧ୍ୟରୁ ୮ତାରିଖ ଦିନ ଦୁଇଟି କେନାଲରେ ଏକ ହଜାର ଓ ନଦୀକୁ ୩ହଜାର ୨ଶହ, ୯ତାରିଖରେ ଦୁଇଟି କେନାଲ ମାଦ୍ୟମରେ ୧୫ଶହ ଓ ନଦୀକୁ ୩୫ଶହ, ୧୦ତାରିଖରେ କେନାଲକୁ ୧୫ଶହ ଓ ୧ନଦୀକୁ ୩୨୫୦ ଏବଂ ୧୧ତାରିଖରେ କେନାଲରେ ୧୫ଶହ କ୍ୱିସେକ ଓ ନଦୀକୁ ୨୪ଶହ କ୍ୟୁସେକ ପାଣି ଛାଡିଛନ୍ତି ବୋଲି ଜଳସମ୍ପଦ ବିଭାଗରୁ ସୁଚନା ଦିଆଯାଇଛି । ଭଦ୍ରକ ଜିଲ୍ଲାର ତଳ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାରୁ ଜଳନିସ୍କାସନ ପରିମାଣ କମାଇ ଦିଆଯାଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.