Home ଜିଲ୍ଲା ପରିକ୍ରମା ବଢୁଛି ବାଇକ୍ ଚୋରି : ପୁଲିସ୍‌ର ପାରିବାପଣିଆକୁ ନେଇ ପ୍ରଶ୍ନବାଚୀ

ବଢୁଛି ବାଇକ୍ ଚୋରି : ପୁଲିସ୍‌ର ପାରିବାପଣିଆକୁ ନେଇ ପ୍ରଶ୍ନବାଚୀ

118

ଭଦ୍ରକ, ୧୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବାସୁଦେବପୁର ଅଂଚଳରେ ଲୁଟ୍ ବଢିବାରେ ଲାଗିଛି । ଦିନ ଦ୍ୱିପ୍ରହର ସମୟରେ ହେଉ ଅଥବା ଗାଡିରେ ଗୋବର ଲଗାଇ ହେଉ, ଲୁଟ୍ ଘଟଣା ପୁଲିସ୍ ଆଖିରେ ଧୂଳିଦେଇ ଚାଲିଛି ଲୁଟତରାଜ । ଯାହା ପୁଲିସ୍‌ର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅଭିଯୋଗ ଅନୁଯାୟୀ ବାସୁଦେବପୁର ଥାନା ଅଧୀନସ୍ଥ ବିନାୟକପୁର ଅଂଚଳର ଲକ୍ଷ୍ମଣ କୁମାର ଦାସ ନାମକ ଏକ ବ୍ୟବସାୟୀ କିଣିବା ପାଇଁ ସ୍ଥାନୀୟ ବାସୁଦେବପୁର ବଜାରକୁ ଆସିଥିଲେ । ବ୍ୟବସାୟୀ ଜଣକ ନିଜର ବାଇକ୍‌ଟିକୁ ବଜାରରେ ଗୋଟିଏ ସ୍ଥାନରେ ରଖି ମାର୍କେଟିଂ କରୁଥିଲେ, ମାର୍କେଟିଂ ସାରିବା ପରେ ଫେରି ଦେଖିଲେ ତାଙ୍କର ବାଇକ୍‌ଟି ସେହି ସ୍ଥାନରେ ନାହିଁ । ବହୁତ ଖୋଜାଖୋଜି କରିବା ପରେ ଲକ୍ଷ୍ମଣ ବାସୁଦେବପୁର ଥାନାରେ ତାଙ୍କର ବାଇକ୍ ଚୋରି ହୋଇଥିବାର ଲିଖିତ ଅଭିଯୋଗ କରିଥିବାର ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.