Home Top News ଓଡ଼ିଶାର ଜଣେ ଚାଷୀ, ବୈଜ୍ଞାନିକଠୁ କମ୍ ବୁଦ୍ଧି ନୁହେଁ, ଏମିତି ଜଳସେଚନ କଲେ ନିଜ ବିଲରେ...

ଓଡ଼ିଶାର ଜଣେ ଚାଷୀ, ବୈଜ୍ଞାନିକଠୁ କମ୍ ବୁଦ୍ଧି ନୁହେଁ, ଏମିତି ଜଳସେଚନ କଲେ ନିଜ ବିଲରେ ଦେଖନ୍ତୁ ଭିଡ଼ିଓ

52

ଭୁବନେଶ୍ୱର ୧୦-୧ (ଓଡ଼ିଆ ପୁଅ) ଓଡ଼ିଶାର ମୟୂରଭଞ୍ଜର ଜଣେ କୃଷକ ତାଙ୍କର 2 କିଲୋମିଟର ଦୂରରେ ଅବସ୍ଥିତ ତାଙ୍କ ଚାଷ ଜମିକୁ ଜଳସେଚନ କରିବା ପାଇଁ ନଦୀ ନିକଟରେ ୱାଟର ୱିଲ୍ ସ୍ଥାପନ କରିଛନ୍ତି। ସେ ଏଏନଆଇକୁ କହିଛନ୍ତିଯେ, “ମୁଁ ଜଣେ ଗରିବ ଲୋକ। ମୁଁ ବାରମ୍ବାର ଅଧିକାରୀମାନଙ୍କୁ ଜଳସେଚନ ପାଇଁ ବ୍ୟବସ୍ଥା କରିବାକୁ ଅନୁରୋଧ କଲି କିନ୍ତୁ କୌଣସି ସୁଫଳ ମିଳିଲା ନାହିଁ। ଶେଷରେ ମୁଁ ଏହାହିଁ କରିଥିଲି” ବୋଲି ମହୁର ଟିପିରିଆ କହିଛନ୍ତି।

ଏହି ଭଡ଼ିଓରୁ ଦେଖାଯାଉଛିଯେ, ବିନା କୌଣସି ବିଜୁଳି ଶକ୍ତିରେ ବାଉଁଶ ତିଆରି ହ୍ୱିଲଟି ବୁଲୁଛି ପାଣିର ସ୍ରୋତରେ। ପାଣି ବୋତଲରେ ଭରୁଛି ଏବଂ ଆପେ ଆପେ ଉପରକୁ ଯିବା ପରେ ଢ଼ାଳି ହେଇଯାଉଛି। ଏହା ବାଉଁଶ ତିଆରି ନଳଦ୍ୱାରା ଆପେ ଆପେ ତାଙ୍କ ଜମିରେ ପ୍ରବେଶ କରୁଛି। ଏହା କେବଳ ତାଙ୍କର ଦେଶୀ କୌଶଳ ଏବଂ ଅଭାବ କାରଣରୁହିଁ ସମ୍ଭବ ହୋଇଥିବା ଚର୍ଚ୍ଚା ହେଉଛି। ଏଥିପାଇଁ ବେଶ୍ ପ୍ରଶଂସା ସାଉଁଟୁଛନ୍ତି ମହୁର।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.