Home କୋରାପୁଟ ଇ-ରୋଗପୋକ ପରିଚାଳନା ପ୍ରଶିକ୍ଷଣ ଶିବିର

ଇ-ରୋଗପୋକ ପରିଚାଳନା ପ୍ରଶିକ୍ଷଣ ଶିବିର

89

କୋରାପୁଟ ; ତା୧୮-୦୯-୧୯(ଓଡିଆପୁଅ/ରଂଜନ କୁମାର ଦାସ)ସ୍ଥାନୀୟ ଦକ୍ଷତାବୃଦ୍ଧି ତାଲିମ କେନ୍ଦ୍ର ସଭାଗୃହଠାରେ ଇ-ରୋଗପୋକ ପରିଚାଳନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।କୃଷି ଉପନିର୍ଦ୍ଦେଶକ ପ୍ରଦୀପ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ଜିଲ୍ଲାରେ କାର୍ଯ୍ୟରତ କୃଷି କ୍ଷେତ୍ର ଅଧିକାରୀମାନେ ଯୋଗଦେଇ ତାଲିମ ନେଇଥିଲେ।ପଟ୍ଟାଙ୍ଗୀର କୃଷି ବୈଜ୍ଞାନିକ ସୁନୀତା ବେହେରା, ସେମିଲିଗୁଡାର ଲିଙ୍ଗରାଜ ଦୀପ, ନନ୍ଦପୁରର ଶସ୍ୟ ସଂରକ୍ଷଣ ଅଧିକାରୀ ସଂଜୟ ଦଳେଇ ଓ ଅନ୍ନପୂର୍ଣ୍ଣା ବେହେରା ପ୍ରମୁଖ ତାଲିମଦାତାଭାବେ ଯୋଗଦେଇ ଅଧିକାରୀମାନଙ୍କୁ କିପରି ରୋଗପୋକ ଚିହ୍ନିବା ଓ ପରିଚାଳନା ଉପରେ ତାଲିମ ପ୍ରଦାନ କରିଥିଲେ।କୃଷିବିଭାଗ ଦ୍ୱାରା ପ୍ରସ୍ତୁତ ଆପ ଦ୍ୱାରା ତାଲିମ ନେଇଥିବା ଅଧିକାରୀମାନେ ଇ-ରୋଗ ଚିହ୍ନଟ କରିବେ ଓ ଚିହ୍ନିପାରି ନ ଥିବା ରୋଗ ସଂପର୍କରେ ଶସ୍ୟ ଉପଦେଷ୍ଟା ମଣ୍ଡଳୀକୁ ଅବଗତ କରାଯିବ ବୋଲି କୃଷି ଉପନିର୍ଦ୍ଦେଶକ ଶ୍ରୀ ମହାନ୍ତି ସୂଚନା ଦେଇଥିଲେ।ଏହି ଶିବିରରେ କୋରାପୁଟ ଜିଲ୍ଲା କୃଷି ଅଧିକାରୀ ସୁବ୍ରତ କୁମାର ରଥ ଓ ନାରାୟଣପାଟଣା କୃଷି ଅଧିକାରୀ ପି.ଭି.ରାଓ ଯୋଗଦେଇଥିଲେ।

କେତେ ସରକାରୀ ଚାକିରିଆ କାଳିଆ ଯୋଜନାରେ ଟଙ୍କା ନେଇଛନ୍ତି ତାହାର ତଥ୍ୟ ସରକାରୀବାବୁଙ୍କ ପାଖରେ ନାହିଁ

କୋରାପୁଟ ଜିଲ୍ଲାରେ କେତେ ସରକାରୀ ଚାକିରିଆ ଓ ପେନସନଭୋଗୀ କାଳିଆ ଯୋଜନାରେ ଟଙ୍କା ନେଇଛନ୍ତି ତାହାର ତଥ୍ୟ କୃଷି ଉପ-ନିଦ୍ଦେର୍ଶକଙ୍କ ପାଖରେ ନ ଥିବା ଜଣାପଡିଛି।ରାଜ୍ୟ ସରକାର ୨୦ ହଜାର ସରକାରୀ ଚାକିରିଆ ଓ ପେନସନଭୋଗୀ କାଳିଆ ଯୋଜନାରେ ଟଙ୍କା ନେଇଥିବା ମନ୍ତ୍ରୀ ସୂଚନା ଦେଇଥିବା ବେଳେ କୋରାପୁଟ ଜିଲ୍ଲାରେ କେତେ ଜଣ ଟଙ୍କା ନେଇଛନ୍ତି ବୋଲି ସାମ୍ବାଦିକମାନେ କୃଷି-ଉପନିର୍ଦ୍ଦେଶକ ପ୍ରଦୀପ ମହାନ୍ତିଙ୍କୁ ପଚାରିବାରେ ସେ କିଛି ଜାଣି ନାହାନ୍ତି ବୋଲି ଉତର ଦେଇଥିଲେ।ଏହି ସବୁ ଅନଲାଇନରେ କରାଯାଉଛି ତେଣୁ ରେକର୍ଡ ମୋ ପାଖରେ ନାହିଁ ବୋଲି ସେ ପ୍ରକାଶ କରିଥିଲେ।ପୁଣି ସାମ୍ବାଦିକମାନେ ସେହି ପ୍ରଶ୍ନକୁ ପଚାରିବାରେ ସେ କହିଥିଲେ ଯେ କୋରାପୁଟ ଜିଲ୍ଲାରେ ସରକାରୀ ଚାକିରିଆ କିମ୍ବା ପେନସନଭୋଗୀ ନେଇଥାଇପାରନ୍ତି କିମ୍ବା ନ ନେଇଥାଇପାରିନ୍ତି ତାହା ମୁଁ ହିସାବ ରଖିନାହିଁ। କାଳିଆ ଯୋଜନାର ସମସ୍ତ କାର୍ଯ୍ୟ କୃଷି ବିଭାଗ କରୁଥିବା ବେଳେ ଅଧିକାରୀଙ୍କ ନିକଟରେ ତଥ୍ୟ ନ ଥିବା ସାଧାରଣରେ ପ୍ରଶ୍ନ ଉଠୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.