Home ଆନ୍ତର୍ଜାତୀୟ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଆମେରିକା ଗସ୍ତ ପାଇଁ ପାକିସ୍ତାନ ଦେବ ନାହିଁ ଏୟାରସ୍ପେସ

ପ୍ରଧାନମନ୍ତ୍ରୀ ମୋଦୀଙ୍କର ଆମେରିକା ଗସ୍ତ ପାଇଁ ପାକିସ୍ତାନ ଦେବ ନାହିଁ ଏୟାରସ୍ପେସ

321

ନୂଆ ଦିଲ୍ଲୀ ୧୮-୯ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ରବିବାର (୨୨ ସେପ୍ଟେମ୍ବର) ଦିନ ଆମେରିକାର ହ୍ୟୁଷ୍ଟନ ସହରରେ ‘Howdy Modi’ କାର୍ଯ୍ୟକ୍ରମରେ ୫୦ ହଜାର ଭାରତୀୟ-ଆମେରୀକୀୟ ନାଗରିକଙ୍କୁ ସଂବୋଧିତ କରିବେ। ଏହି ଇଭେଣ୍ଟ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଶନିବାରଦିନ ଆମେରିକା ଗସ୍ତ କରିବେ। ସେଥିପାଇଁ ଭାରତ ସରକାରଙ୍କ ତରଫରୁ ପାକିସ୍ତାନକୁ ଔପଚାରିକ ଭାବେ ଅନୁରୋଧ କରାଯାଇଥିଲାଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ବିମାନକୁ ପାକିସ୍ଥାନ ଏୟାରସ୍ପେସ (Airspace) ରେ ଉଡ଼ାଣ ଭରିବା ପାଇଁ ଅନୁମତି ଦେବାକୁ। କିନ୍ତୁ ପାକିସ୍ତାନ ଏଥିପାଇଁ ମନା କରିଦେଇଛି।

ଭାରତୀୟ ଉଚ୍ଚାୟୁକ୍ତଙ୍କୁ ପାକିସ୍ତାନ ବିଦେଶ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ସମାଚାର ଏଜେନ୍ସୀ ANI ମୁତାବକ ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହ ମହମୂଦ କୁରୈଶୀ କହିଛନ୍ତି କି ଆମେ ଭାରତୀୟ ଉଚ୍ଚାୟୋଗକୁ ଏହି ବିଷୟରେ ସୂଚନା ଦେଇଦେଇଛୁ କି ଆମର ଏୟାରସ୍ପେସର ବ୍ୟବହାର ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ବିମାନ ପାଇଁ ଅନୁମତି ଦେବୁନାହିଁ।

ମୋଦୀଙ୍କ ଆଗମନରେ ସଜେଇ ହେଲାଣି ଆମେରୀକାର ଏହି ସହର : ଚାରିଆଡେ ମୋଦୀ, ମୋଦୀ – ହାତରେ ତିରଙ୍ଗା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.