Home କୋରାପୁଟ କେନ୍ଦ୍ର ସରକାରଙ୍କ ଅନୁଦାନ ଯୋଜନାକୁ ନେଇ ଦିନିକିଆ ଜିଲ୍ଲାସ୍ତରୀୟ କର୍ମଶାଳା

କେନ୍ଦ୍ର ସରକାରଙ୍କ ଅନୁଦାନ ଯୋଜନାକୁ ନେଇ ଦିନିକିଆ ଜିଲ୍ଲାସ୍ତରୀୟ କର୍ମଶାଳା

138

କୋରାପୁଟ ; ତା୧୮-୦୯-୧୯(ଓଡିଆପୁଅ /ରଂଜନ କୁମାର ଦାସ)ସ୍ଥାନୀୟ ସଦଭାବନା ସଭାଗୃହଠାରେ ନାବାର୍ଡ ଆନୁକୁଲ୍ୟରେ କେନ୍ଦ୍ର ସରକାରଙ୍କ ଅନୁଦାନ ଯୋଜନାକୁ ନେଇ ଦିନବିକିଆ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ନାବାର୍ଡ ଏଜିଏମ ମୁରଲି ମୋହନ ବେହେରାଙ୍କ ପରିଚାଳନାରେ ଆୟୋଜିତ କର୍ମଶାଳାରେ କେନ୍ଦ୍ର ସରକାରଙ୍କ ଜାତୀୟ ପଶୁପାଳନ ମିଶନ ଓକୃଷିଦ୍ରବ୍ୟ ବଜାର ଭିତିକ ବ୍ୟବସ୍ଥାରେ କିପରି ଗରୀବ ଓ ଆଦିବାସୀ ଚାଷୀମାନେ ମିଳୁଥିବା ସବସିଡି ପାଇପାରିବେ ସେଥିପ୍ରତି ଦୃଷ୍ଟିଦେବାକୁ ଉପସ୍ଥିତ ବ୍ୟାଙ୍କ ଅଧିକାରୀମାନଙ୍କୁ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ପରାମର୍ଶ ଦେଇଥିଲେ।ଏହି କର୍ମଶାଳାରେ ଏଲଡିଏମ ପ୍ରଦ୍ମନ ପ୍ରଧାନ,  ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ସାରଙ୍ଗଧର ଶତପଥି,  ପ୍ରଗତି ଅନୁଷ୍ଠାନର ପ୍ରଭାକର ଅଧିକାରୀ,  କେଏଫଏର ଶରତ ପଟନାୟକ ଓ ପ୍ରସ୍ତୁତିର ସୁଶାନ୍ତ ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.