Home ଓଡ଼ିଶା “ଆର୍ଥିକ ନୀତି-ଭବିଷ୍ୟତ ମାର୍ଗ” ପ୍ରସଙ୍ଗରେ ଅର୍ଥନୀତିଜ୍ଞ ଓ ବିଶେଷଜ୍ଞଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

“ଆର୍ଥିକ ନୀତି-ଭବିଷ୍ୟତ ମାର୍ଗ” ପ୍ରସଙ୍ଗରେ ଅର୍ଥନୀତିଜ୍ଞ ଓ ବିଶେଷଜ୍ଞଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

148

ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ପ୍ରସଙ୍ଗରେ ମତ ଉପସ୍ଥାପନ କଲେ ବିଭିନ୍ନ ଗୋଷ୍ଠୀ

ନୂଆ ଦିଲ୍ଲୀ ୨୨-୬ (ଓଡ଼ିଆ ପୁଅ) ନୀତି ଆୟୋଗଙ୍କ ପକ୍ଷରୁ ଆୟୋଜିତ “ଆର୍ଥିକ ନୀତି-ଭବିଷ୍ୟତ ମାର୍ଗ” ବିଷୟବସ୍ତୁ ଉପରେ ଆୟୋଜିତ ଏକ ବାର୍ତ୍ତାଳାପ ଅଧିବେଶନରେ ୪୦ରୁ ଊର୍ଦ୍ଧ୍ୱ ଅର୍ଥନୀତିଜ୍ଞ ଏବଂ ଅନ୍ୟ ବିଶେଷଜ୍ଞଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଲୋଚନା କରିଛନ୍ତି।

ଏହି ଅଧିବେଶନରେ ଅଂଶଗ୍ରହଣକାରୀମାନେ ୫ଟି ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଉପରେ ସେମାନଙ୍କ ମତ ରଖିଥିଲେ। ସମଷ୍ଟିଗତ-ଅର୍ଥବ୍ୟବସ୍ଥା ଓ ନିଯୁକ୍ତି, କୃଷି ଓ ଜଳସେଚନ, ରପ୍ତାନୀ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ଆଦି ଅର୍ଥନୈତିକ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା।

ଅର୍ଥବ୍ୟବସ୍ଥାର ବିଭିନ୍ନ ଦିଗ ଉପରେ ମତ ଏବଂ ବିଚାର ବ୍ୟକ୍ତ କରିଥିବାରୁ ଅଂଶ ଗ୍ରହଣକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜ୍ଞାପନ କରିଥିଲେ।

ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ ଓ ଶ୍ରୀ ରାଓ ଇନ୍ଦ୍ରଜିତ ସିଂ ମଧ୍ୟ ଉପସ୍ଥିତ ଥିଲେ। ନୀତି ଆୟୋଗର ଉପାଧ୍ୟକ୍ଷ ଶ୍ରୀ ରାଜୀବ କୁମାର ଏବଂ କେନ୍ଦ୍ର ସରକାର ଓ ନୀତି ଆୟୋଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.