Home ଭୁବନେଶ୍ୱର ଡୁମୁଡୁମାରେ ରଜମହୋତ୍ସବ

ଡୁମୁଡୁମାରେ ରଜମହୋତ୍ସବ

97

ଭୁବନେଶ୍ୱର ୨୨-୬ (ଓଡ଼ିଆ ପୁଅ) ଭୁବନେଶ୍ୱର ଉପକଣ୍ଠ ଡୁମୁଡୁମାରେ ତିନିଦିନ ଧରି ରଜ ମହୋତ୍ସବ ଅନିଷ୍ଠିତ ହୋଇଯାଇଅଛି। ଏହି ମହୋତ୍ସବ ସଂସ୍କୃତି ବିଭାଗ ଓଡ଼ିଶା ସରକାରଙ୍କ ଆର୍ଥିକ ସହାୟତାରେ ଏବଂ ନବଜ୍ୟୋତି ମହିଳା ସମିତି ସହଯୋଗରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି। ଆମ ସଂସ୍କୃତି ଓ ପରମ୍ପରାକୁ ପାଥେୟ କରି ଝୋଟି, ହୁଳହୁଳି, ଶଙ୍ଖବାଦନ, ମେହେନ୍ଦୀ, ଅଳତା, ପିଠା ପ୍ରତିଯୋଗୀତା ମା’ ଓ ଭଉଣୀମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବାବେଳେ ପିଲାମାନଙ୍କ ମଧ୍ୟରେ ଡ୍ୟାନ୍ସ ପ୍ରତିଯୋଗିତା ହୋଇଥିଲା। ଏହି ଉତ୍ସବ ହେଉଛି ଆମ ଓଡ଼ିଆର ସଂସ୍କୃତି ଓ ପରମ୍ପରା। ଏହି ଉତ୍ସବରେ ନବଜ୍ୟୋତି ମହିଳା ସମିତିର ଉପଦେଷ୍ଟା ଶ୍ରୀ ମଧୁସୂଦନ ନାୟକ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଅନୁଷ୍ଠାନର ସମ୍ପାଦିକା ନମିତା ସାହୁ ରଜ ମହୋତ୍ସବର ଉଦ୍ଦେଶ୍ୟ ଓ ମହାନତା ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ପ୍ରଫୁଲ୍ଲ କୁମାର ହାଟୁଆଙ୍କ ଦ୍ୱାରା କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲା। ଏହି ମହୋତ୍ସବକୁ ସରସ ଓ ସୁନ୍ଦର କରିବା ପାଇଁ ମୌସୁମୀ ପ୍ରିୟଦର୍ଶନୀ ନାୟକ, ଶ୍ରଦ୍ଧାଞ୍ଜଳି ନାୟକ, ଶୁଭଲକ୍ଷ୍ମୀ ନାୟକ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ସଭ୍ୟା ରେଣୁବାଳା ନାୟକ ଧନ୍ୟବାଦ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.