Home ଅପରାଧ ଅଚିହ୍ନା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର, ଟମକା ପୋଲିସର ତଦନ୍ତ ଜାରି

ଅଚିହ୍ନା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର, ଟମକା ପୋଲିସର ତଦନ୍ତ ଜାରି

34

ଯାଜପୁର, ତା ୫ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ ଆଶ୍ରମ ସ୍କୁଲ ନିକଟରେ ଜଣେ ମହିଳାଙ୍କ ଗଳିତ ମୃତଦେହ ପଡିଥିବା ଶନିବାର ସକାଳ ସମୟରେ ଦେଖିବାକୁ ମିଳିଛି । ମୃତକଙ୍କ ପରିଚୟ ମିଳିନଥିବା ବେଳେ ପୋଲିସ ତଦନ୍ତ ଜାରି ରହିଛି । ସ୍ଥାନୀୟ ଲୋକେ ଘଟଣା ଦେଖିବା ପରେ କଥାଟା ପ୍ରଘଟ ହୋଇଥିଲା, ପରେ ଘଟଣାସ୍ଥଳରେ ଶହଶହ ଲୋକଙ୍କ ଭିଡ଼ ଜମିଥିଲା । ମୃତକଙ୍କ ଦୁଇଟି ଆଖି ତଡାଯାଇଥିବା ସହ ବେକକୁ କୌଣସି ଧାରୁଆ ଅସ୍ତ୍ରରେ ହଣାଯାଇଥିବା ଜଣାପଡୁଛି । ଏଥିସହ ମୃତଦେହ ପାଖରେ ଏକ ମାସ୍କ ପଡିଥିବା ଦେଖିବାକୁ ମିଳିଛି । ଘଟଣାର ଖବର ପାଇ ଟମକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ସବୁଠାରୁ ବଡ କଥା ଟମକା ପୋଲିସ ଉକ୍ତ ଘଟଣାରୁ ପରଦା ଉଠାଇବା ଏକ ଚ୍ଯାଲେଞ୍ଜ ସହ ନେବାକୁ ପଡିବ । କାରଣ ଥାନା ଠାରୁ ମାତ୍ର ଅଳ୍ପ କେଇମିଟର‌ ଦୂରରେ ଘଟଣା ଘଟିଥିବାର ଦେଖିବାକୁ ମିଳିଛି । ତଦନ୍ତ ପରେ ଘଟଣାର ପ୍ରକୃତ ରହସ୍ଯ ଓ ପରିଚୟ ପଦାକୁ ଆସିପାରିବ ବୋଲି ଜନସାଧାରଣରେ ଆଲୋଚନା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.