Home ଓଡ଼ିଶା ଓଡିଶା ମୋ ପରିବାର ଅନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ

ଓଡିଶା ମୋ ପରିବାର ଅନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ

25

ହରିଚନ୍ଦନପୁର, ତା ୫ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ୩୧ ନଂ ଜୋନ ଅଧିନସ୍ଥ ବକ୍ସିବାରିଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ “ଓଡିଶା – ମୋ ପରିବାର’ ଆନୁକୂଲ୍ୟରେ ଶନିବାର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଓ ବୈଷୟିକ ବିଭାଗ ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ଲୋକସଭା ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ଜିଲ୍ଲାପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ର, ଜିଲ୍ଲା ବିଜେଡି ସଭାପତି ମାଧବ ସର୍ଦ୍ଦାର, ଜୀବନବିନ୍ଦୁ ସଂଯୋଜକ ପ୍ରଦୀପ ସାହୁ, ଅତିଥି ଭାବେ ଯୋଗଦେଇ ଶିବିର ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତିର୍ଥାନନ୍ଦ ସେଠୀ, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ସୌମ୍ୟଶଙ୍କର ଚକ୍ର, ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଞ୍ଜନ ବେଜ, ଯୁଗ୍ମ ସମ୍ପାଦକ ଅମର କୁଅଁର, ଜିଲ୍ଲା ଯୁବ ବିଜେଡି ଉପସଭାପତି ସେକ୍ ଇମ୍ରାନ, ବ୍ଲକ ବିଜେଡି ସଭାପତି ପାଦାମ୍ବୁଜ ସାହୁ, ବ୍ଲକ ଚେୟାରମ୍ୟାନ ସୁରେଶ ଦେହୁରୀ, ୩୧ ନଂ ଜୋନ ଜିଲ୍ଲାପରିଷଦ ସଭ୍ୟ ରଞ୍ଜନ ଦାଶ, ୪ ନଂ ଜୋନ ଜିଲ୍ଲାପରିଷଦ ସଭ୍ୟ ରଥ ମୁଣ୍ଡା, ବକ୍ସିବାରିଗାଁ ସରପଞ୍ଚ ଅବନ୍ତି ନାଏକ, ସମିତିସଭ୍ୟ ରାଧେଶ୍ୟାମ ଦେହୁରୀ, ବିଜେଡି ନେତା ଉମାକାନ୍ତ ବାରିକ, ବିଜୟ ସାହୁ, ପୁରସ୍ତମ ସାହୁ, ଜାହିର ହୁସେନ, ରାଜେଶ ବେହେରା, ଚିନ୍ମୟ ସାହୁ, ଚିତରଞ୍ଜନ ସାହୁ, ସନ୍ତୋଷ ପଣ୍ଡା, ସୁରେନ କୁମାର, ଶୁକ୍ରା ନନ୍ଦ, ବିକାଶ ରଞ୍ଜନ ମହାନ୍ତ, ସୌମ୍ୟ ରାଉତ, ଆଶିଷ ମଣ୍ଡଳ, ଦୀପକ ସାହୁ, ଅନିଲ ଭିତିରିଆ, ବୁବୁନା ମିଶ୍ର, ଲଚ୍ଚମନ ବାରିକ, ଅନ୍ତର୍ଯ୍ୟାମୀ ବେହେରା, ଦିଲ୍ଲୀପ ରାଉତ ପ୍ରମୁଖଙ୍କ ସମେତ ସମସ୍ତ ନବନିର୍ବାଚିତ ବିଜେଡି କର୍ମକର୍ତ୍ତା ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଲୋକସଭା ସାଂସଦଙ୍କ ବ୍ଲକ ପ୍ରତିନିଧ ରାଜକିଶୋର ବାରିକ ଶିବିରର ସଂଯୋଜନା କରିଥିଲେ । ଶିବିରରେ ଲିପୁନ କୁମାର ବାରିକ, ଇନ୍ଦ୍ରମଣି ବାରିକ, ଦୀପକ ବେହେରା, ଜ୍ଞାନରଞ୍ଜନ ବାରିକ, ମନୋଜ ପାତ୍ରଙ୍କ ସମେତ ମୋଟ ୪୪ ଜଣ ସ୍ଵେଚ୍ଛାକୃତ ରକ୍ତଦାନ କରିଥିଲେ । ସ୍ଵାସ୍ଥ୍ୟ ବିଭାଗର ଡ. କୁଳମଣି ପରିଡା, ପିଆରଓ ଅକ୍ଷୟ ସାହୁ, ଏଲଟି ଗୌରୀଶଙ୍କର ମଲ୍ଲିକ, ଏସ୍‌ଏନ କବିତା ସେଠୀ, ଏଏଚ ବେଣୁଧର ନାଏକ ରକ୍ତ ସଂଗ୍ରହ କରିଥିଲେ । ସ୍ୱେଚ୍ଛାସେବୀ ଆର୍ତ୍ତତ୍ରାଣ ଅମାନ୍ତ, ନୁଠୁ ବାରିକ, ଶୁକ ମହାକୁଡ଼, ଗୋବଦ୍ଧନ ମାଝୀ, ସୁବାଶ ନାଏକ, ଲୋକନାଥ ବାରିକ, ପରିକ୍ଷିତ ବେହେରା, ଗତିକୃଷ୍ଣ ମହାରଣା, ଚିନ୍ମୟ ବାରିକ, ନିତ୍ୟ ସୁନ୍ଦର ସାହୁ, ହେମନ୍ତ ସାହୁ, ରଞ୍ଜିତ ହରେକୃଷ୍ଣ ଦେହୁରୀ, ଦିଲ୍ଲୀପ ବାରିକଙ୍କ ସମେତ ସ୍ଥାନୀୟ ବିଜେଡି କର୍ମୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.