Home ଅନୁଗୁଳ କଳମଛୁଇଁ ଶିଶୁମନ୍ଦିରରେ ସଙ୍କୁଳସ୍ତରୀୟ ବୈଠକ

କଳମଛୁଇଁ ଶିଶୁମନ୍ଦିରରେ ସଙ୍କୁଳସ୍ତରୀୟ ବୈଠକ

39

ତାଳଚେର,୫/୧୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଅନ୍ତର୍ଗତ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଏକ ସଙ୍କୁଳସ୍ତରୀୟ ସମ୍ପାଦକ ଓ ପ୍ରଧାନାଚାର୍ଯ୍ୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ତାଳଚେର ସଙ୍କୁଳ ଅନ୍ତର୍ଗତ ବଡଯୋରଡା,ଆମ୍ବମୁଣ୍ଡା,ତାଳଚେର,ଦେଉଳବେଡା,ବିକ୍ରମପୁର ଓ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସମ୍ପାଦକ ଓ ପ୍ରଧାନାଚାର୍ଯ୍ୟମାନେ ଅଂଶଗ୍ରହଣ କରିଥିଲେ। ଏହି ବୈଠକରେ ଶିକ୍ଷା ବିକାଶ ସମିତି,ଓଡିଶା ମଧ୍ୟସମ୍ଭାଗର ପ୍ରଭାରୀ ତଥା ପ୍ରାନ୍ତ ଶାରୀରିକ ଶିକ୍ଷା ସଂଯୋଜକ ବଳରାମ ସାହୁଙ୍କ ଅଧ୍ୟକ୍ଷତା କରିଥିଲେ। ସଙ୍କୁଳ ସଂଯୋଜକ ହେମନ୍ତ କୁମାର ପ୍ରଧାନଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଅତିଥି ଭାବରେ ଅନୁଗୋଳ ବିଭାଗ ନିରୀକ୍ଷକ ବିଜନ କୁମାର ଜେନା,ମଧ୍ୟସମ୍ଭାଗ ଶିଶୁବାଟିକା ସଂଯୋଜକ ପବିତ୍ର କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ କୋରୋନାରେ ମୃତ୍ୟୁବରଣ କରିଥିବା ଗୁରୁଜୀ,ଗୁରୁମା ତଥା ଅନ୍ୟାନ୍ୟ କର୍ମଚାରୀଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ବିଭାଗ ନିରୀକ୍ଷକ ଶ୍ରୀ ଜେନା ନିଜ ବକ୍ତବ୍ୟରେ ମହାମାରୀ କୋରୋନା ଯୋଗୁଁ ବିଦ୍ୟାଳୟଗୁଡିକ ବନ୍ଦ ରହିଥିବା ବେଳେ ଗୁରୁଜୀ,ଗୁରୁମାମାନେ ଛାତ୍ରଛାତ୍ରୀମାନଙ୍କୁ ଅନ୍‌ଲାଇନ ଶିକ୍ଷାଦାନ କରିବାକୁ ଗୁରୁତ୍ୱ ଆରୋପ କରିଥିଲେ। ପ୍ରାନ୍ତ ଶାରୀରିକ ଶିକ୍ଷା ସଂଯୋଜକ ବଳରାମ ସାହୁ ତାଳଚେର ସଙ୍କୁଳ ଅନ୍ତର୍ଗତ ଶିଶୁ ମନ୍ଦିରଗୁଡିକର ଆର୍ଥିକ,ଶୈକ୍ଷିକ ବ୍ୟବସ୍ଥା ତଥା ପରିଚାଳନାଗତ ବ୍ୟବସ୍ଥାର ସମୀକ୍ଷା କରିଥିଲେ। କଳମଛୁଇଁ ଶିଶୁମନ୍ଦିରର ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁ, ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀ,ତାଳଚେର ଶିଶୁମନ୍ଦିରର ସମ୍ପାଦକ ଦୁଃଶାସନ ସାହୁ,ପ୍ରଧାନାଚାର୍ଯ୍ୟ ହେମନ୍ତ କୁମାର ପ୍ରଧାନ,ଆମ୍ବମୁଣ୍ଡା ଶିଶୁମନ୍ଦିରର ପ୍ରଧାନାଚାର୍ଯ୍ୟ ନଗେନ୍ କୁମାର ଦାସ,ବଡ ଯୋରଡା ଶିଶୁ ମନ୍ଦିରର ପ୍ରଧାନାଚାର୍ଯ୍ୟ ମାୟାଧର ସାହୁ,ଦେଉଳବେଡା ଶିଶୁମନ୍ଦିରର ପ୍ରଧାନାଚାର୍ଯ୍ୟ ବାବୁଲି ସାମଲ,ବିକ୍ରମପୁର ଶିଶୁମନ୍ଦିରର ପ୍ରଧାନାଚାର୍ଯ୍ୟ ଜ୍ଞାନରଞ୍ଜନ ଦାସଙ୍କ ସମେତ ଆଚାର୍ଯ୍ୟ ତୁଷାର ରଞ୍ଜନ ରାଉତ,କଳ୍ପନା ରାଉତ,ଭାଗିରଥୀ ସାହୁ,ଅଜୟ କୁମାର ସାହୁ,ଅନୀଲ କୁମାର ସାହୁ,ଦିବାକର ପ୍ରଧାନ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ। ବୈଠକରେ କୋଭିଡ୍‌-୧୯ର ନିୟମକୁ ପାଳନ କରାଯାଇଥିବା ବେଳେ ସଙ୍କୁଳ ପ୍ରମୁଖ ପ୍ରତାପ ଚନ୍ଦ୍ର ଦେହୁରୀ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.