Home ଓଡ଼ିଶା ଦୁର୍ନୀତି ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଶୂନ୍ୟ ସହିଷ୍ଣୁତା ନୀତି ୧୫ ଜଣ ଅଧିକାରୀ ବରଖାସ୍ତ, ୨ ଜଣଙ୍କ...

ଦୁର୍ନୀତି ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଶୂନ୍ୟ ସହିଷ୍ଣୁତା ନୀତି ୧୫ ଜଣ ଅଧିକାରୀ ବରଖାସ୍ତ, ୨ ଜଣଙ୍କ ପେନସନ୍ ବନ୍ଦ

833

ଭୁବନେଶ୍ୱର ୧୭.୮ (ଓଡ଼ିଆ ପୁଅ) ଦୁର୍ନୀତି ବିରୋଧରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି କ୍ଷେତ୍ରରେ ଶୂନ୍ୟ ସହିଷ୍ଣୁତା (Zero Tolerance) ନୀତି ଗ୍ରହଣ କରିବାକୁ ନିୟମିତ ଭାବେ ନିର୍ଦ୍ଦେଶ ଦେଇ ଆସିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ନୀତି ଅନୁଯାୟୀ ରାଜ୍ୟ ସରକାର ୧୫ ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ କରିବା ସହିତ ଦୁଇ ଜଣ ପୂର୍ବତନ ଅଧିକାରୀଙ୍କ ପେନ୍ସନ ସୁବିଧା ସଂପୂର୍ଣ୍ଣ ଭାବେ ବନ୍ଦ କରିଦେଇଛନ୍ତି। ଏହିସବୁ ଅଧିକାରୀମାନେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ବରଖାସ୍ତ ହୋଇଥିବା ଅଧିକାରୀମାନେ ହେଲେ – ବାଣିଜ୍ୟ ଓ ପରିବହନ ବିଭାଗର ବୌଦ୍ଧ ଜିଲ୍ଲା Ex-IMv ଶ୍ରୀ ଦେବୀ ପ୍ରସାଦ ପାଢୀ, ସମବାୟ ବିଭାଗର ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସମବାୟ ସମିତିର Ex-Secretary ଶ୍ରୀ ଦେବଦତ୍ତ ଦାଶ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଉମରକୋଟ ମ୍ୟୁନିସିପାଲଟି Octroi Tax Sarkar ଶ୍ରୀ କାଳିପ୍ରସାଦ ସିଂ, ପଞ୍ଚାୟତିରାଜ ବିଭାଗର ଭଦ୍ରକ ଧାମନଗର ତହସିଲର Ex-Junior Clerk ଶ୍ରୀ ବଟକୃଷ୍ଣ ବାରିକ, ପଞ୍ଚାୟତିରାଜ ବିଭାଗର କଳାହାଣ୍ଡି ଏମ.ରାମପୁର ବ୍ଲକ୍‌ର Ex-VlW ଶ୍ରୀ କୃଷ୍ଣମୋହନ ଦାସ, ପଞ୍ଚାୟତିରାଜ ବିଭାଗର କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍‌ର Ex-Secretarycum-PEO ଶ୍ରୀ ଅଶୋକ କୁମାର ସାହା, ପଞ୍ଚାୟତିରାଜ ବିଭାଗର କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଳକ୍‌ର Ex-Panchayat Executive officer ଶ୍ରୀ ପଦ୍ମମୁଖ ଶବର,ପଞ୍ଚାୟତିରାଜ ବିଭାଗର ବୌଦ୍ଧ ଜିଲ୍ଲା ମୁଷୁଣ୍ଡି ଗ୍ରାମ ପଞ୍ଚାୟତର Ex-Secretary ଶ୍ରୀ କିଶୋର ଚନ୍ଦ୍ର ପ୍ରଧାନ, ଜଳସଂପଦ ବିଭାଗର ଖୋର୍ଦ୍ଧା ଜିଲ୍ଲା ବାଣପୁର ଗାଳିଆ ଜଳସେଚନ ପ୍ରକଳ୍ପର Ex-Assistant Engineer ଶ୍ରୀ ବିଜୟ କୁମାର ସାହୁ, ଜଳସଂପଦ ବିଭାଗର ଭବାନୀପାଟଣା ITDAEx-JE ଶ୍ରୀ କରୁଣାକର ପଣ୍ଡା, ଜଳସଂପଦ ବିଭାଗର ମୟୁରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ୍ Ex-JE ଶ୍ରୀ ମଙ୍ଗଳ ସିଂ ମୁଣ୍ଡା , ଜଳସଂପଦ ବିଭାଗର କୁଳିଅଣା ବ୍ଲକ୍ Ex-Assistant Engineer ଶ୍ରୀ ବୈଦ୍ୟନାଥ ମାଝୀ, ଜଳସଂପଦ ବିଭାଗର ମୟୁରଭ୍ୟଜ ସରକଣା ବ୍ଲକ୍ Ex-JE ଶ୍ରୀ ପ୍ରତାପ ଚନ୍ଦ୍ର ରାଉତ, ଜଳସଂପଦ ବିଭାଗର କଳାହାଣ୍ଡି ଥୁଆମୁଳ-ରାମପୁର ITDA Ex-JE ଶ୍ରୀ ନିଗମାନନ୍ଦ ପଣ୍ଡା , ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର BMC Health Officerଙ୍କ କାର୍ଯ୍ୟାଳୟର Senior clerk ଶ୍ରୀ ଚିତ୍ତରଞ୍ଜନ ଲାଲ।

ସେହିପରି ପେନ୍ସନ ସୁବିଧା ବନ୍ଦ ହୋଇଥିବା ଦୁଇ ଜଣ ଅଧିକାରୀ ହେଲେ – ଜଳସଂପଦ ବିଭାଗର Kalahandi TDAର (ଅବସରପ୍ରାପ୍ତ) ExAssistant Engineer ଶ୍ରୀ ଅଶ୍ୱିନୀ କୁମାର ଶର୍ମା ଓ ଜଳସଂପଦ ବିଭାଗର କଳାହାଣ୍ଡି DRDAର (ଅବସରପ୍ରାପ୍ତ)_Ex-APD ଶ୍ରୀ ଶଶାଙ୍କ ଶେଖର ପଟ୍ଟନାୟକ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.